ଭୁବନେଶ୍ୱର : ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏସ୍.ଏନ୍.ମହାନ୍ତି ମାଇନିଂ ଏବଂ ଷ୍ଟିଲ୍ କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତିଙ୍କ ଠାରୁ ଏହି ରାଶିର ଚେକ୍ଗ୍ରହଣ କରିଛନ୍ତି ।
ଚେକ୍ ପ୍ରଦାନ ସମୟରେ ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦୁରଦର୍ଶୀ କୋଭିଡ୍ ପରିଚାଳନା ଯୋଗୁ ଓଡ଼ିଶାରେ କୋଭିଡ୍ ମହାମାରୀ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି ।
ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଂପାନୀ କର୍ତ୍ତୁପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କାରୋନା ନିୟମ ଅନୂପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥଲେ ।