Home News in Odia ଏମଏମଡିଆର ବିଲ ପ୍ରତ୍ୟାହାର ଦାବିରେ ପଦଯାତ୍ରା

ଏମଏମଡିଆର ବିଲ ପ୍ରତ୍ୟାହାର ଦାବିରେ ପଦଯାତ୍ରା

ଭୁବନେଶ୍ୱର : କେନ୍ଦ୍ର ସରକାର ଦେଶର ବିକାଶ ପାଇଁ ସର୍ବଦା ଡିଣ୍ଡିମ ପିଟୁଛନ୍ତି । ଶିକ୍ଷାନୀତି ସଂପୂର୍ଣ୍ଣ ଭୁଷୁଡ଼ିପଡ଼ିଛି । ପ୍ରାକୃତିକ ସମ୍ପଦ ଭରା ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ଦୃଷ୍ଟି ସଂପୂର୍ଣ୍ଣ ଭିନ୍ନ । ଖୁବ ନିକଟରେ ଏମଏମଡିଆର ବିଲ ପାସ କରି ଓଡ଼ିଶାର ଲକ୍ଷ ଲକ୍ଷ କୋଟି ଟଙ୍କା କ୍ଷତି ପହଂଚାଇଛନ୍ତି । ଏଥିରେ ରାଜ୍ୟ ସରକାର ପ୍ରତିବାଦ ନକରି ନିରବ ରହିବା ରାଜ୍ୟବାସୀଙ୍କ ପ୍ରତି କେତେ ଦରଦ ତାହା ସ୍ପଷ୍ଟ ହୋଇଛି ।

 ଏହି ବିଲକୁ ରଦ୍ଦ କରିବା ଦାବିରେ ଇଣ୍ଡିଆମେଣ୍ଟର ସମସ୍ତ ବିରୋଧି ରାଜନୈତିକ ଦଳମାନେ ଭୁବନେଶ୍ୱର ଠାରେ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଉପଲକ୍ଷେ ଏକ ବିଶାଳ ପଦଯାତ୍ରା କଂଗ୍ରେସ ଭବନ ଠାରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା ।

ରାଜନୈତି ଦଳର ନେତୃବୃନ୍ଦ ମାନେ ଏହି ଜନସ୍ୱାର୍ଥ ବିରୋଧି ବିଲକୁ ପ୍ରତ୍ୟାହାର ପାଇଁ ନିଜ ନିଜ ଅଭିଭାଷଣରେ କହିବା ସହ ଏହି ବିଲ ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ଏବଂ ଜୋରଦାର ଆନ୍ଦୋଳନ ହେବ ବୋଲି କହିଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତଳିକା ଦାହ କରାଯାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ଜେନାଙ୍କ ପରିଚାଳନାରେ ବିଭିନ୍ନ ରାଜନୈତି ଦଳର ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ, ସୁର ଜେନା, ମହେନ୍ଦ୍ର ପରିଡ଼ା, ପ୍ରଦୀପ ନାୟକ, ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ଶିବାନନ୍ଦ ରାୟ, ହେମନ୍ତ ବେହେରା, ପ୍ରଭାତ ସାମନ୍ତରାୟ, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ମହାପାତ୍ର, ବିଶ୍ୱଜିତ ଦାଶ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ଲିଙ୍ଗରାଜ ସାହୁ, ହିଂମାଶୁ ଲେଙ୍କା, ସୁବ୍ରତ ମହାପାତ୍ର, ସରୋଜ ଲେଙ୍କା, ଶ୍ରୀୟା ମହାନ୍ତି, ଜୟକୃଷ୍ଣ ସୁବୁଦ୍ଧି, ପ୍ରଶାନ୍ତ ଚମ୍ପତ୍ତି, ଜୟକୃଷ୍ଣ ମଲ୍ଲିଆ, ପ୍ରଭାତ ପ୍ରତାପ ସିଂ, ଶ୍ରୀୟା ପଣ୍ଡା, ପ୍ରାଚୀ  ରାଉତରାୟ, ଅଶୋକ ଦାସ, ମନୋରଞ୍ଜନ ଦାଶ, ଆରିୟାନ ମହାପାତ୍ର, ଭାଗବତ ଜେନା, ଚଣ୍ଡିପ୍ରସାଦ ମହାପାତ୍ର, ସାଇ ପ୍ରସାଦ ରାଓ, ଦେଓ ପ୍ରସାଦ, ଦେବେନ୍ଦ୍ର କୁମାର ନାୟକଙ୍କ ସହିତ ଶତାଧିକ ବିଭିନ୍ନ ରାଜନୈତିକ ଦଳର କର୍ମୀ ଅଂଶଗ୍ରହଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ସୂର୍ଯ୍ୟକାନ୍ତ ଜେନା ଓ ମିହିର ଆଚାର୍ଯ୍ୟ ତତ୍ୱାବଧାନ କରିଥିଲେ ।