ଭୁବନେଶ୍ୱର : କେବିକେ ସମେତ ରାଜ୍ୟର ୧୬ଟି ଆଦିବାସୀ ବହୁଳ ଜିଲ୍ଲାରେ ରକ୍ତହୀନତା ଜନିତ ସମସ୍ୟା ଏବେ ବି ଲାଗି ରହିଛି । ଏହିସବୁ ଜିଲ୍ଲା ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରେ ୧୫ରୁ ୪୯ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ପରିମାଣ ସର୍ବାଧିକ ୭୩ ପ୍ରତିଶତ ରହିଛି । ଦେବଗଡ ଜିଲ୍ଲାରେ ଏହା ୭୨ ପ୍ରତିଶତରୁ ଅଧିକ ରହିଥିବାବେଳେ ମାଲକାନଗିରିରେ ଏହା ୭୧ ପ୍ରତିଶତ ଉପରେ ରହିଛି ।
ଯେଉଁ ୧୬ଟି ଜିଲ୍ଲାରେ ସର୍ବକ୍ଷେଣ ପରେ ଏହି ରିପୋର୍ଟ ସାର୍ବଜନିତ ହୋଇଛି ସେଥି ମଧ୍ୟରେ ବଲାଙ୍ଗିର, ଦେବଗଡ, ଗଜପତି, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ଜିଲ୍ଲା ରହିଛି । ଏହିସବୁ ଜିଲ୍ଲାରେ କେବଳ ରକ୍ତହୀନତା ନୁହେଁ, କମ୍ ଓଜନ, ଗୁରୁତର କମ୍ ଓଜନ, ବୟସ ତୁନଳାରେ ଉଚ୍ଚତାର ଆଦି ଉପରେ ସର୍ବେକ୍ଷଣ କରାଯାଇଥିଲା ।
ଏହିସବୁ ଜିଲ୍ଲାରେ କେବଳ ମହିଳା ନୁହନ୍ତି କମ୍ ବୟସର ବିଶେଷକରି ୬ମାସରୁ ୫ବର୍ଷ ବୟସର ଶିଶୁଙ୍କ ଠାରେ ମ୍ମ ରକ୍ତହୀନତାର ପରିଲକ୍ଷିତ ହୋଇଛି । ବଲାଙ୍ଗିର ଜିଲ୍ଲାରେ ଏହି ବୟସର ପାଖାପାଖି ୭୫ ପ୍ରତିଶତ ଶିଶୁ ରକ୍ତହୀନତାରେ ପୀଡିତ ଥିବା ଦର୍ଶାଯାଇଥିବାବେଳେ ମାଲକାନଗିରିରେ ଏହା ୭୮ ପ୍ରତିଶତରୁ ଅଧିକ ରହିଛି । ସୁନ୍ଦରଗଡରେ ୭୭ ପ୍ରତିଶତରୁ ଅଧିକ ଶିଶୁ ଏଥିରେ ପୀଡିତ ଥିବାବେଳେ ସଂଖ୍ୟାଧିକ ଜିଲ୍ଲାରେ ଏହା ୭୦ ପ୍ରତିଶତ ଉପରେ ରହିଛି । ତେବେ ସର୍ବେକ୍ଷଣ ସମୟରେ ଯେଉଁସବୁ ଶିଶୁଙ୍କ ଠାରେ ହିମୋଗ୍ଲୋବିନ୍ର ସ୍ତର ୧୧ ପ୍ରତିଶତରୁ କମ୍ ରହିଥିଲା ସେମାନଙ୍କୁ ରକ୍ତହୀନତା ଶିଶୁ ଭାବେ ଗଣତି କରାଯାଇଛି ।
ଏହି ସବୁ ଜିଲ୍ଲାରେ କମ୍ ଓଜନର ଶିଶୁ ମଧ୍ୟ ପରିଲକ୍ଷିତ ହୋଇଛନ୍ତି । ତେବେ ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଆଦି କେତେକ ଜିଲ୍ଲାରୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଏହା ସେଭଳି ଗୁରୁତର ଅବସ୍ଥାରେ ନାହିଁ । କନ୍ଧମାଳ ଜିଲ୍ଲାରେ ୧୧ ପ୍ରତିଶତ ଶିଶୁ କମ୍ ଓଜନର ଥିବା ଜଣାଯାଇଛି । ତେବେ ବଲାଙ୍ଗିର ଜିଲ୍ଲାରେ ଏହା ସର୍ବଧିକ ୪୬ ପ୍ରତିଶତ ଉପରେ ରହିଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପୁଷ୍ଟିକର ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ମହିଳା ଓ ଶିଶୁଙ୍କ ଠାରେ ଏଭଳି ରକ୍ତହୀନତା ପରିଲକ୍ଷିତ ହେବା ଏବେ କର୍ତ୍ତୃପକ୍ଷଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅଙ୍ଗନାବାଡି ଜରିଆରେ ଗର୍ଭବତୀ ମା’ଙ୍କ ଠାରୁ ଆରମ୍ଭ କରି ଶିଶୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣର ବ୍ୟବସ୍ଥା ହୋଇଛି । ଏଥି ସହିତ ଗର୍ଭାବସ୍ଥାରେ ମହିଳାଙ୍କୁ ଓ ନବଜାତକମାନଙ୍କୁ ବିଭିନ୍ନ ପ୍ରକାର ଭିଟାମିନ୍ ଯୋଗାଯାଉଛି । ସେହିଭଳି ଉଭୟ ଅଙ୍ଗନବାଡି ଓ ବିଦ୍ୟାଳୟଗୁଡିକରେ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ପରିବେଷଣ ହେଉଛି । ଏହା ସତ୍ୱେ ବି ଆଦିବାସୀ ଅ୍ମୁଷିତ ଏହିସବୁ ଜିଲ୍ଲାରେ ମହିଳାଙ୍କ ଠାରେ ରକ୍ତହୀନତା ପରିଲକ୍ଷିତ ହେବା ଆମର ଆର୍ଥିକ ଓ ସାମାଜିକ ବ୍ୟବସ୍ଥାକୁ ବିଗାଡୁଥିବା ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)