Home Mining ଏପ୍ରିଲରେ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦନ

ଏପ୍ରିଲରେ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦନ

ନୂଆଦିଲ୍ଲୀ : ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି । ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ (ଏସ୍ସିସିଏଲ) ଦ୍ୱାରା ୫୩.୨୩ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି । ଏହା ବ୍ୟତୀତ ନିଜସ୍ୱ କୋଇଲା ଖଣିରୁ ଏହି ମାସରେ ଉତ୍ପାଦିତ ହୋଇଥିବା କୋଇଲାର ପରିମାଣ ୭୩.୬୧ ଲକ୍ଷ ଟନ୍ ।

କୋଇଲା ମନ୍ତ୍ରଣାଳୟର ଅଣଚୂଡାନ୍ତ ତଥ୍ୟ ଅନୁସାରେ ଗତ ଏପ୍ରିଲ ମାସରେ ଦେଶରେ ମୋଟ କୋଇଲା ଯୋଗାଣ ଚାହିଦା ଥିଲା ୭୦୮.୬୮ଲକ୍ଷ ଟନ୍ । ଏହି ମାସରେ କେବଳ ଶକ୍ତି କ୍ଷେତ୍ରର କୋଇଲା ଆବଶ୍ୟକତା ୬୧୭.୨ଲକ୍ଷ ଟନ୍ରେ ପହଞ୍ଚିଥିଲା । ସେଥିମଧ୍ୟରୁ କୋଲ ଇଣ୍ଡିଆ ଶକ୍ତି କ୍ଷେତ୍ରକୁ ଏକା ୪୯୭.୩୯ ଲକ୍ଷ ଟନ୍ କୋଇଲା ଯୋଗାଇଥିଲା ।

ଏବର୍ଷ ଏପ୍ରିଲ ମାସରେ କୋଲ ଇଣ୍ଡିଆର କୋଇଲା ଉତ୍ପାଦନ ସର୍ବାଧିକ ଥିଲା । ସେହି ମାସରେ କୋଲ ଇଣ୍ଡିଆ ୫୩୪.୭ଲକ୍ଷ ଟନ କୋଇଲା ଉତ୍ପାଦନ କରି ୬. ୦୨ଶତାଂଶ ଅଭିବୃଦ୍ଧି ହାସଲ କରିଥିଲା । ଏହା ପୂର୍ବରୁ ସିଆଇଏଲ ୨୦୧୯ ସର୍ବାଧିକ ୪୫୦.୨୯ଲକ୍ଷ ଟନ୍ କୋଲଇା ଉତ୍ପାଦିତ କରିଥିଲା । ସେହିଭଳି କୋଇଲାର ସର୍ବାଧିକ ଯୋଗାଣ ସେହିବର୍ଷ ଏପ୍ରିଲରେ ଥିଲା ୫୭୦.୫୫ଲକ୍ଷ ଟନ୍ । ଏହା ପରେ ୨୦୨୧ ଏପ୍ରିଲରେ କୋଇଲାର ସର୍ବୋଚ୍ଚ ଯୋଗାଣ ୫୪୦.୧୨ଲକ୍ଷ ଟନ୍ ହୋଇଥିଲା ।

୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ କୋଇଲା ଉତ୍ପାଦନ ଥିଲା ୭୭୭୦. ୨୩ ଲକ୍ଷ ଟନ(ତଥ୍ୟ ଅଣଚୂଡାନ୍ତ) । ୨୦୨୦-୨୧ ବର୍ଷରେ ଦେଶରେ ମୋଟ ୭୧୬୦ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଥିଲା । ତେଣୁ ବର୍ଷକ ମଧ୍ୟରେ କୋଇଲା ଉତ୍ପାଦନରେ ୮.୫୫ ଶତାଂଶ ଅଭିବୃଦ୍ଧି ଘଟିଥିଲା । କୋଲ ଇଣ୍ଡିଆ(ସିଆଇଏଲ୍)ର ଉତ୍ପାଦନ ୨୦୨୦-୨୧ରେ ୫୯୬୦-୨୪ ଲକ୍ଷ ଟନ୍ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୬୨୨୦.୬୪ ଲକ୍ଷ ଟନ୍ରେ ପହଂଚି ୪.୪୩ ଶତାଂଶ ବଢିଛି ।

ସିଂଗରେନି କୋଇଲା କମ୍ପାନୀ ୨୦୨୧-୨୨ରେ ପୂର୍ବ ବର୍ଷ ତୁଳନାରେ ୨୮.୫ ଶତାଂଶ ଅଧିକ କୋଇଲା ଉତ୍ପାଦନ କରିଥିଲା । ସେହିବର୍ଷ ଏହି କମ୍ପାନୀ ଦ୍ୱାରା ଉତ୍ପାଦିତ କୋଇଲାର ପରିମାଣ ଥିଲା ୬୫୦.୦୨ ଲକ୍ଷ ଟନ । ତା ପୂର୍ବବର୍ଷ ଅର୍ଥାତ୍ ୨୦୨୦-୨୧ରେ ଏହି କମ୍ପାନୀ ମୋଟ ୫୦୦. ୫୮ ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିଲା । ସେହିଭଳି ନିଜସ୍ୱ ଖଣିଗୁଡିକରୁ କୋଇଲା ଉତ୍ପାଦନ ୨୦୨୦-୨୧ରେ ୬୯୦.୧୮ଲକ୍ଷ ଟନ୍ ଥିବାବେଳେ ୨୦୨୧-୨୨ରେ ଏହା ୮୯୦.୫୭ ଲକ୍ଷ ଟନରେ ପହଞ୍ଚଛି ।

୨୦୨୧-୨୨ ବର୍ଷରେ ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୮୧୮୦.୦୪ ଲକ୍ଷ ଟନ୍ । ୨୦୨୦-୨୧ବର୍ଷରେ ମୋଟ ୬୯୦୦.୭୧ଲକ୍ଷ ଟନ କୋଇଲା ବିଭିନ୍ନ ବ୍ୟବହାରକାରୀଙ୍କୁ ଯୋଗାଇ ଦିଆଯାଇଥିଲା । ବର୍ଷକରେ କୋଇଲା ଯୋଗାଣ କ୍ଷେତ୍ରରେ ୧୮.୪୩ ଶତାଂଶ ଅଭିବୃଦ୍ଧି ହାସଲ କରାଯାଇଛି । ଏହି ସମୟ ମଧ୍ୟରେ କୋଲ ଇଣ୍ଡିଆ ଲିମିଟେଡ ୬୬୧୦.୮୫ ଲକ୍ଷ ଟନ୍ କୋଇଲା ଯୋଗାଇ ଦେଇଥିଲା । ତା’ପୂର୍ବ ବର୍ଷ ଅର୍ଥାତ୍ ୨୦୨୦-୨୧ରେ କୋଲଇଣ୍ଡିଆର ମୋଟ କୋଇଲା ଯୋଗାଣ ପରିମାଣ ଥିଲା ୫୭୩୦. ୮୦ ଲକ୍ଷ ଟନ୍ ।