Home Finance ଋଣବୋଝ ଦେଢ଼ ଲକ୍ଷ କୋଟି ମୁହାଁ

ଋଣବୋଝ ଦେଢ଼ ଲକ୍ଷ କୋଟି ମୁହାଁ

ଭୁବନେଶ୍ୱର : ଓଡ଼ିଶାର ଋଣ ବୋଝ ଯେପରି ଉଦ୍‍ବେଗଜନକ ଭାବେ ବଢ଼ି ଚାଲିଛି ସେଥିରୁ ରାଜ୍ୟର ଋଣ ପରିମାଣ ଖୁବଶୀଘ୍ର ଦେଢ଼ ଲକ୍ଷ କୋଟି ଟଙ୍କାକୁ ଟପିବା ଆଶଙ୍କା କରାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୯୫-୯୬ ବେଳକୁ ଓଡ଼ିଶାର ଋଣ ଭାର ୯୨୧୮ କୋଟି ୫୦ଲକ୍ଷ ଟଙ୍କା ଥିବାବେଳେ ୨୦୦୦-୦୧ ବର୍ଷ ବେଳକୁ ତାହା ୨୧୦୦୧ କୋଟି ୮୮ଲକ୍ଷ ଟଙ୍କାରେ ପହଞ୍ଚଥିଲା ।

ତେବେ ୨୦୧୩-୧୪ ବେଳକୁ ଏହି ଋଣବୋ ବଢ଼ିବଢ଼ି ୩୭,୫୭୦ କୋଟି ୮୯ଲକ୍ଷ ଟଙ୍କା ହୋଇଥିଲା । ସରକାରୀ ତଥ୍ୟ ମୁତାବକ ଯେଉଁ ହାରରେ ଋଣବୋଝ ବଢ଼ି ଚାଲୁଛି ତଦନୁଯାୟୀ ଚଳିତ ଆର୍ôଥକ ବର୍ଷ ଶେଷ ଅର୍ଥାତ୍‍ ୨୦୨୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶାର ଋଣବୋଝ ୧,୪୮,୧୮୭ କୋଟି ୮୨ଲକ୍ଷ ଟଙ୍କାରେ ପହଞ୍ôଚବ । ଏହି ଆକଳନ ଅର୍ଥ ବିଭାଗ କରିଛି । ଉକ୍ତ ଧାରା ଅବ୍ୟାହତ ରହିଲେ ୨୦୨୭ ଜୁନ୍‍ ମାସ ବେଳକୁ ଓଡ଼ିଶାର ଋଣବୋଝ ଦେଢ଼ ଲକ୍ଷ କୋଟି ଟଙ୍କାକୁ ଟପିପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଏହା ରୋକାନଗଲେ ୨୦୩୬ ବେଳକୁ ଓଡ଼ିଶାର ଋଣବୋଝ ଅଢ଼େଇ ଲକ୍ଷ କୋଟି ଟଙ୍କାକୁ ଟପିଯିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇହେବ ନାହିଁ ।

ରାଜ୍ୟ ସରକାରଙ୍କ ଯୁକ୍ତି ହେଉଛି ଯେ ଏଫ୍‍ଆରବିଏମ୍‍ ଆଇନ୍‍ନୁଯାୟୀ ରାଜ୍ୟର ସାମଗ୍ରୀ ଘରୋଇ ଉତ୍ପାଦ (ଜିଡିପି) ତୁଳନାରେ ଋଣବୋଝ ନିୟନ୍ତ୍ରଣ ଭିତରେ ରହୁଛି । ୨୦୦୫-୦୬ ବର୍ଷରୁ ଓଡ଼ିଶା ନିଜକୁ ରାଜସ୍ୱ ବଳକା ରାଜ୍ୟ ଭାବେ ଦାବି କରିଆସୁଛି । ଏହା ସତ୍ତ୍ୱେ ବର୍ଷକୁ ବର୍ଷ କିନ୍ତୁ ଋଣବୋଝ ବଢ଼ିବଢ଼ି ଚାଲିଛି ।

୨୦୨୪-୨୫ ବର୍ଷରେ ରାଜ୍ୟ ସରକାର ୪୬,୮୨୦ କୋଟି ୯୩ଲକ୍ଷ ଟଙ୍କା ଋଣ କରିଥିବାବେଳେ ଏହି ବର୍ଷରେ ଋଣ ପରିଶୋଧ କରିଥିଲେ ୩୯,୯୪୩ କୋଟି ୫୪ଲକ୍ଷ ଟଙ୍କା । ଅର୍ଥାତ୍‍ ଉକ୍ତ ବର୍ଷରେ ଋଣ ପରିମାଣ ମୋଟାମୋଟି ଭାବେ ୧୬,୮୭୭ କୋଟି ୩୯ଲକ୍ଷ ଟଙ୍କା ବଢ଼ିଥିଲା । ସେହିପରି ୨୦୨୫-୨୬ ବର୍ଷରେ ଓଡ଼ିଶା ସରକାର ୩୧,୪୫୫ କୋଟି ଟଙ୍କାର ଋଣ କରିଥିବାବେଳେ ସୁଝିଥିଲେ ୨୧,୭୪୮ କୋଟି ୯୦ ଲକ୍ଷ ଟଙ୍କା । ମୋଟାମୋଟି ଭାବେ ଗତ ଆର୍ôଥକ ବର୍ଷରେ ଋଣବୋଝ ୯,୭୦୬ କୋଟି ୧୦ଲକ୍ଷ ଟଙ୍କା ବଢ଼ିଥିଲା ।

ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ କାଳରେ ଖୋଦ୍‍ ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତଦନୁଯାୟୀ ୨୦୨୬-୨୭ ଆର୍ôଥକ ବର୍ଷର ଅଗଷ୍ଟ ମାସ ଶେଷ ସୁଦ୍ଧା ସରକାର ୧୧,୦୭୭ କୋଟି ୭୯ ଲକ୍ଷ ଟଙ୍କାର ଋଣ କରିଥିବାବେଳେ ୬,୮୭୩ କୋଟି ୫ଲକ୍ଷ ଟଙ୍କା ସୁଝିଛନ୍ତି । ଅର୍ଥାତ୍‍ ଚଳିତ ଆର୍ôଥକ ବର୍ଷର ପ୍ରଥମ ୫ମାସରେ ଋଣବୋଝ ୪,୨୦୪ କୋଟି ୭୪ଲକ୍ଷ ଟଙ୍କା ବଢ଼ିଛି ।

ରାଜ୍ୟ ସରକାର ସର୍ବାଧିକ ଋଣ ଉଠାଉଛନ୍ତି ଖୋଲା ବଜାରରୁ । ୨୦୨୪-୨୫ ବର୍ଷରେ ଖୋଲା ବଜାରରୁ ୨୦,୭୮୦ କୋଟି ଟଙ୍କା ଋଣ ଉଠାଇଥିବାବେଳେ ୨୦୨୫-୨୬ ବର୍ଷରେ ୧୧ ହଜାର କୋଟି ଟଙ୍କା ଆଣିଥିଲେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ଖୋଲା ବଜାରରୁ ବି ୫ ହଜାର କୋଟି ଟଙ୍କା ଋଣ ଉଠାଯାଇଛି ।

ରାଜ୍ୟ ବଜେଟ୍‍ର ଆୟ ତାଲିକାରେ ଋଣ ଏକ ୍ରମୁଖ ସ୍ଥାନରେ ରହୁଛି । ରାଜ୍ୟରେ ମୁଣ୍ଡ ପିଛା ହାରାହାରି ଆୟ ବୃଦ୍ଧି ପାଉଥିବା ଦାବି କରାଯାଉଥିବାବେଳେ ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ କିନ୍ତୁ ବହୁ ପରିମାଣରେ ରହୁଛି । ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ହାରାହାରି ଋଣ ପରିମାଣ ୩୧,୪୪୪ ଟଙ୍କା ୫୯ ପଇସା ହେବ ବୋଲି ଆକଳନ କରାଯାଇଛି । ଦେଶର ଋଣବୋଝ ୨୦୦ଲକ୍ଷ କୋଟି ଟଙ୍କାକୁ ଟପିସାରିଥିବାବେଳେ ରାଜ୍ୟର ଋଣବୋଝ ଦେଢ଼ ଲକ୍ଷ କୋଟି ଟଙ୍କା ଆଡକୁ ମୁହାଁଇବା ଅର୍ଥନୀତି ପ୍ରତି ଆହ୍ୱାନ ସୃଷ୍ଟି କରିଥିବା ପରିପ୍ରେକ୍ଷୀରେ ମିତବ୍ୟୟିତା ସହ ଖର୍ଚ୍ଚକାଟ ଏବଂ ରାଜ୍ୟ ଓ ଲୋକଙ୍କ ରୋଜଗାର ବୃଦ୍ଧି ଉପରେ ଅର୍ଥନୀତି ବିଶେଷଜ୍ଞମାନେ ଗୁରୁତ୍ୱାରୋ କରୁଛନ୍ତି । (ତଥ୍ୟ)