Home Banking ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି କର୍ମଶାଳା

ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି କର୍ମଶାଳା

ଭୁବନେଶ୍ୱର : ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା (EBG) କାର୍ଯ୍ୟକାରୀ କରିବାରେ ଜଡ଼ିତ ଥିବା ପ୍ରକି୍ରୟା ବିଷୟରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ଆଜି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ୨୦୨୨ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ସମୟରେ ରାଜ୍ୟ ସରକାର ସମସ୍ତ ସରକାରୀ କ୍ରୟ ପାଇଁ ଊଇଐ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏହି କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ ଯେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ନିଶ୍ଚିତ ଭାବରେ ସରକାରୀ ବିଭାଗକୁ ସମସ୍ତ କ୍ରୟ ପ୍ର୍ରକ୍ରିୟା ସମୟରେ ସତ୍ୟତା ଯାଞ୍ଚ କରିବାରେ ସାହାଯ୍ୟ କରିବ ଏବଂ ଠକେଇ ସମ୍ଭାବନାକୁ ଦୂର କରିବାରେ ସହାୟକ ହେବ । ତେଣୁ ସମସ୍ତ ସରକାରୀ ଏଜେନ୍ସିଗୁଡ଼ିକ ଏହି ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ତାଙ୍କ ସ୍ୱାଗତ ବକ୍ତବ୍ୟରେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ବାବଦରେ ବୁଝାଇବା ସହ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମସ୍ତ ବ୍ୟାଙ୍କ NeSL ପ୍ଲାଟଫର୍ମରେ ସାମିଲ ହୋଇ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ କହିଥିଲେ । NeSL ନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ଇ.ପି. ନିବେଦିତା ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କ ସହ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟିର ସମସ୍ତ ସରକାରୀ କ୍ରୟ ପାଇଁ EBG ର ବ୍ୟବହାର ଏବଂ ପ୍ରୟୋଗାତ୍ମକ ପଦ୍ଧତି ସଂପର୍କରେ ଅବଗତ କରାଇଥିଲେ ।

ଊଇଐ ପଦ୍ଧତିକୁ ବାଧ୍ୟତାମୂଳକ କରିବା ପୂର୍ବରୁ ଏହାକୁ କେତେକ ବିଭାଗ ଏବଂ ସରକାରୀ ଉଦ୍ୟୋଗରେ କାର୍ଯ୍ୟକାରୀ କରାଯାଇ ଅନୁଧ୍ୟାନ କରାଯିବ ।

ସଂଚୟ ଏବଂ ଆର୍ଥିକ ସେବା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାନ୍ତ ଦାସ ଧନ୍ୟବାଦ ଅର୍ପଣ କରିବା ଅବସରରେ କର୍ମଶାଳାରେ ଆଲୋଚିତ ତଥ୍ୟକୁ ସଂକ୍ଷିପ୍ତ କରି ତଥ୍ୟ ପ୍ରଦାନ କରିଥିଲେ ।
ଏହି କର୍ମଶାଳାରେ ବିଭିନ୍ନ ପ୍ରଶାସନିକ ବିଭାଗର ସଚିବ, ଆର୍ଥିକ ପରାମର୍ଶଦାତା, ସହକାରୀ ଆର୍ଥିକ ପରାମର୍ଶଦାତା, ବ୍ୟାଙ୍କ ପ୍ରତିନିଧି, ଜିଲ୍ଲାପାଳ, ସରକାରୀ ଉଦ୍ୟୋଗର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।