ଭୁବନେଶ୍ୱର : ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ ଆଜି ଇଟାଲୀରେ ପହଞ୍ଚିଥିବାବେଳେ ସେଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲୋହୋତ୍ରା ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
ଉଲ୍ଲେଖନୀୟ ଯେ ୧୦ଦିନିଆ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କର ଇଟାଲୀରେ ଅନେକଗୁଡିଏ କାର୍ଯ୍ୟକ୍ରମ ରହିଛି । ସେଠାରେ ଶ୍ରୀ ପଟ୍ଟନାୟକ ଭାଟିକାନ ସିଟିର ପୋପଙ୍କୁ ସାକ୍ଷାତ କରିବା ସହିତ ସେଠାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଆଲୋଚନା କରିବେ ।
ଓଡିଶାରେ ଖାଦ୍ୟ ନିରାପତ୍ତାର ସଫଳ କାର୍ଯ୍ୟକାରୀତା ଓ ଏଥିରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହଭାଗିତା ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି । ଏଥି ସହିତ ଇଟାଲୀରେ ଥିବା ପ୍ରବାସୀ ଓଡିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି କଳା ଓ ସଂସ୍କୃତି ନେଇ ଆଲୋଚନା କରିବେ ।
ରୋମ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ଦୁବାଇ ଅଭିମୁଖେ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଗସ୍ତରେ ୫-ଟି ସଚିବ ଭି. କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଭି.ଭି.ଯାଦବ ଓ ଦିଲ୍ଲୀସ୍ଥିତ ଓଡିଶାର ଆବାସିକ ଆୟୁକ୍ତ ରବି କାନ୍ତ ପ୍ରମୁଖ ସାମିଲ ହୋଇଛନ୍ତି ।