Home Assembly ଆଦିବାସୀ ଜମି ପ୍ରସଙ୍ଗରେ ଗୃହ ମୁଲତବି

ଆଦିବାସୀ ଜମି ପ୍ରସଙ୍ଗରେ ଗୃହ ମୁଲତବି

ଭୁବନେଶ୍ୱର : ଆଦିବାସୀଙ୍କ ଜମି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରହିଛି ।

ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡମାନ ଧରି ଗୃହ ମଧ୍ୟଭାଗକୁ ଆସିବା ସହିତ ହଟ୍ଟଗୋଳ କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅନୁରୋଧ ସତ୍ୱେ ସେମାନେ ନିଜ ନିଜ ଆସନକୁ ଫେରିନଥିଲେ ।

ପ୍ରଶ୍ନକାଳରେ ବାଚସ୍ପତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଉତ୍ତର ରଖିବାକୁ ଡାକିଥିଲେ । ହଟ୍ଟଗୋଳ ମଧ୍ୟରେ ଶ୍ରୀ ଉତ୍ତର ପଢୁଥିଲେ ମଧ୍ୟ ତାହା ଶୁଣାଯାଉନଥିଲା । ବିରୋଧି ସଦସ୍ୟମାନେ ଗୃହରେ ହଟଗୋଳ ଜାରି ରହିବାରୁ ବାଚସ୍ୱତି ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ।

ଉଲ୍ଲେଖନୀୟ ଯେ ଗତ କ୍ୟାବିନେଟ୍‍ ବୈଠକରେ ଆଦିବାସୀଙ୍କ ଜମିକୁ ଅଣଆଦିବାସୀମାନେ ଖରିଦ କରିପାରିବେ ବୋଲି ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା । କିନ୍ତୁ ପରେ ଏହି ମଞ୍ଜୁରୀକୁ ପ୍ରତ୍ୟାହାର କରି ନିଆଯାଇଛି ।