Home Judiciary ଆଉ ୬ଟି ସିଭିଲ ଜଜ କୋର୍ଟ ଉଦ୍‌ଘାଟିତ

ଆଉ ୬ଟି ସିଭିଲ ଜଜ କୋର୍ଟ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି ରାଜ୍ୟରେ କେତେକ ସିଭିଲ ଜଜ କୋର୍ଟ (ଜେଏଫ୍‌ଏମ୍‌ସି)ର ଉଦ୍‌ଘାଟନ କରିଛନ୍ତି । ଏହି କୋର୍ଟଗୁଡ଼ିକ ଯଥାକ୍ରମେ କେଉଁଝର ଜିଲ୍ଲାର ତେଲକୋଇ, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା ଏବଂ ଯଶିପୁର ଓ ନବରଙ୍ଗପୁର ଜିଲ୍ଲାର ଝରିଗାଁଠାରେ କାର୍ଯ୍ୟ କରିବ ।

ଏହି ଉଦ୍‌ଘାଟନୀ ଉତ୍ସବରେ ହାଇକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିସ୍‌ ଏସ୍‌. ପୂଜାହାରୀ, ମାନ୍ୟବର ଜଷ୍ଟିସ୍‌ କେ. ଆର୍‌. ମହାପାତ୍ର, ମାନ୍ୟବର ଜଷ୍ଟିସ ବି.ପି. ରାଉତରାୟ, ମାନ୍ୟବର ଜଷ୍ଟିସ ଏସ୍‌.କେ. ପାଣିଗ୍ରାହୀ ଏବଂ ସଂପୃକ୍ତ ଜିଲ୍ଲାର ପ୍ରଶାସନିକ ବିଚାରପତିମାନେ ଉପସ୍ଥିତ ଥିଲେ ।

ହାଇକୋର୍ଟର ମାନ୍ୟବର ଜଷ୍ଟିସ୍‌ ବି.ଆର୍‌ ଷଡ଼ଙ୍ଗୀ, ମାନ୍ୟବର ଜଷ୍ଟିସ୍‌ ଏସ୍‌.କେ. ସାହୁ ଏବଂ ମାନ୍ୟବର ଜଷ୍ଟିସ୍‌ ସାବିତ୍ରୀ ରଥ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମତାମତ ରଖିଥିଲେ ।