Home News in Odia ଅଭିମାନରେ ପଦ ଛାଡିଲେ ସତ୍ୟ ନାୟକ

ଅଭିମାନରେ ପଦ ଛାଡିଲେ ସତ୍ୟ ନାୟକ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଓ ମିଡିଆ ସେଲର ଆବାହକ ସତ୍ୟ ପ୍ରକାଶ ନାୟକ ଆଜି ଦଳର ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସର ଓଡିଶା ପ୍ରଭାରୀ ଚେଲା କୁମାରଙ୍କୁ ପଠାଇ ଦେଇଛନ୍ତି । ତେବେ ସେ ପୂର୍ବଭଳି କଂଗ୍ରେସରେ ରହିଥିବା ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି ।

ପଦବୀ ଛାଡିବା ସଂକ୍ରାନ୍ତରେ ଗଣମାଧ୍ୟକୁ ଶ୍ରୀ ନାୟକ କହିଛନ୍ତି ଯେ ଦଳର ଦୁଇ ଦୁଇଟି ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ରହିବା ସହିତ ସେ ପୁରୀ ଲୋକସଭା ଆସନ ଦାୟିତ୍ୱରେ ରହିଛନ୍ତି । ଗତ ନିର୍ବାଚନରେ ସେ ପୁରୀ ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ହେଲେ କଂଗ୍ରେସର ସଭାପତି ନିର୍ବାଚନରେ ସେ ଭୋଟ ଦେଇ ପାରି ନାହାନ୍ତି ।

ମତଦାନ ପାଇଁ ପ୍ରଦେଶ କଂଗ୍ରେସର ୪୨୭ ଜଣିଆ ତାଲିକାରେ ଶ୍ରୀ ନାୟକଙ୍କ ନାଁ ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ଶ୍ରୀ ନାୟକ କହିଛନ୍ତି ଯେ ତାଙ୍କର ଅଭିଜ୍ଞତା ଆଉ ଦଳର ଆବଶ୍ୟକତା ନଥିବାରୁ ତାଲିକାରେ ତାଙ୍କର ନାଁ ରହିଲା ନାହିଁ । ତେଣୁ ସେ ଆଉ ଏହିସବୁ ପଦବୀରେ ରହିବା ଉଚିତ୍‍ ନୁହେଁ । ତେଣୁ ସେ ଦୁଇଟିଯାକ ପଦବୀରୁ ଇସ୍ତଫା ପ୍ରଦାନ କରୁଛନ୍ତି ।