ନୂଆଦିଲ୍ଲୀ : ବ୍ରିଟେନରେ ବର୍ତ୍ତମାନର ପରିବର୍ତ୍ତିତ କୋଭିଡ ସ୍ଥିତିକୁ ଦେଖି ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ଉପସ୍ଥିତ ହୋଇପାରିବେ ନାହିଁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜର ଅସମର୍ଥତା ବ୍ୟକ୍ତ କରିଛନ୍ତି । ତେବେ ନିକଟ ଭବିଷ୍ୟତରେ ଭାରତ ଗସ୍ତ ଲାଗି ସେ ତାଙ୍କର ଆଗ୍ରହ ବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । ବ୍ରିଟେନରେ ଦେଖାଦେଇଥିବା ଅସାଧାରଣ ପରିସ୍ଥିତିକୁ ସେ ହୃଦୟଙ୍ଗମ କରିପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଯଥାଶୀଘ୍ର ମହାମାରୀ ସଂକ୍ରମଣ ଉପରେ ନିୟନ୍ତ୍ରଣ ହାସଲ କରିବ ।
ପରିସ୍ଥିତି ସ୍ୱାଭାବିକ ହେବା ପରେ ଯଥାଶୀଘ୍ର ସୁଯୋଗ ମିଳିଲେ ସେ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଭାରତରେ ସ୍ୱାଗତ କରିବା ଲାଗି ପ୍ରସ୍ତୁତ ବୋଲି କହିଥିଲେ।
ଦୁଇ ନେତା ବିଶ୍ୱ ପାଇଁ କୋଭିଡ ଟିକା ଉପଲବ୍ଧତା ସମେତ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ଆପୋସ ସହଯୋଗର ସମୀକ୍ଷା କରିଥିଲେ। ବ୍ରେକସିଟ ପରବର୍ତ୍ତୀ ଓ କୋଭିଡ ପରବର୍ତ୍ତୀ ପରିଦୃଶ୍ୟରେ ଭାରତ-ବ୍ରିଟେନ ଭାଗିଦାରୀର ସମ୍ଭାବନା ପ୍ରତି ସେମାନେ ସେମାନଙ୍କର ସହଭାଗୀ ବିଶ୍ୱାସକୁ ଦୋହରାଇଥିଲେ ଏବଂ ଏହି ସମ୍ଭାବନାକୁ ବାସ୍ତବ ରୂପ ଦେବା ନିମନ୍ତେ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ସହମତ ହୋଇଥିଲେ।