Home Agriculture ଅଗଷ୍ଟ ୯ରେ ପିଏମ୍‍-କିଷାନର ପରବର୍ତ୍ତୀ କିସ୍ତି

ଅଗଷ୍ଟ ୯ରେ ପିଏମ୍‍-କିଷାନର ପରବର୍ତ୍ତୀ କିସ୍ତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୯ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‍-କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବେ ।

୯.୭୫ କୋଟି କୃଷି ପରିବାରର ହିତାଧିକାରୀଙ୍କୁ ଏହା ଜରିଆରେ ୧୯,୫୦୦ କୋଟି ଟଙକାରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ ଦେଶକୁ ସମ୍ବୋଧିତ କରିବେ ।
ପିଏମ୍‍-କିଷାନ ଯୋଜନା ଅଧିନରେ କୃଷକ ପରିବାରର ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା କରି ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ସମାନ ୪ମାସିଆ ତିନିଟି କିସ୍ତିରେ ୨୦୦୦ ଟଙ୍କା କରି ଦିଆଯାଏ ।

ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ପଠାଯାଇଥାଏ । ଏହି ଯୋଜନାରେ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ମାନ ରାଶି କୃଷକ ପରିବାରଗୁଡିକୁ ପଠାଯାଇଛି ।