Home General ୱାଟକୋ ପକ୍ଷରୁ ‘ବିଶ୍ଵ ଜଳ ଦିବସ’ ପାଳିତ

ୱାଟକୋ ପକ୍ଷରୁ ‘ବିଶ୍ଵ ଜଳ ଦିବସ’ ପାଳିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ‘ୱାଟର କର୍ପୋରେସନ ଅଫ ଓଡ଼ିଶା’ ବା ‘ୱାଟକୋ’ ପକ୍ଷରୁମ  ଙ୍ଗଳବାର ରାଜ୍ୟ ସ୍ତରୀୟ ‘ବିଶ୍ୱ ଜଳ ଦିବସ’ପାଳିତ ହୋଇଯାଇଛି। ଚଳିତବର୍ଷ ‘ବିଶ୍ଵ ଜଳ ଦିବସ’ ଅବସରରେ ପ୍ରସଙ୍ଗ ରହିଛି‘ଭୂତଳ ଜଳ- ଅଦୃଶ୍ୟକୁ ଦୃଶ୍ୟମାନ କରାଇବା’ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାତନନ୍ ଉପସ୍ଥିତ ରହି କହିଛନ୍ତି ଯେ,“ରାଜ୍ୟର ଭୂତଳ ଜଳ ସଂରକ୍ଷଣକୁ ସ୍ଥାୟୀଭାବେ ପରିଚାଳନା କରିବା ଏବଂପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକୁ ଧୀରେ ଧୀରେ ନଦୀ ଜଳସ୍ରୋତ ସହିତ ଯୋଡ଼ିବା ଓଡ଼ିଶା ସରକାରଙ୍କର ଏକ ପ୍ରମୁଖଲକ୍ଷ୍ୟ ରହିଛି। ଆମର ପରବର୍ତୀ ପୀଡ଼ି ପାଇଁ ଏହି ମୂଲ୍ୟବାନ ସମ୍ପଦକୁ ସଂରକ୍ଷଣ କରି ରଖିବାକୁ ହେଲେ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ।”

ଏହି ଅବସରରେ ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ପ୍ରଦୀପ୍ତ କୁମାର ସ୍ଵାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ତଥା ରକ୍ଷଣାବେକ୍ଷଣରେ ଗୋଷ୍ଠୀଭିତ୍ତିକ ସମ୍ପୃକ୍ତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ।

ୱାଟକୋ-ପିଏମସିର ପ୍ରକଳ୍ପ ପରିଚାଳକ ଚିନ୍ମୟ ତ୍ରିପାଠୀ ଚଳିତ ବର୍ଷର ପ୍ରସଙ୍ଗ ସମ୍ପର୍କରେଆଲୋକପାତ କରି ଓଡିଶାର ଜଳ ଯୋଗାଣ ପରିଚାଳନା କ୍ଷେତ୍ରରେ ଏପର୍ଯ୍ୟନ୍ତ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡିକ ସମ୍ପର୍କରେ ସୂଚନା ଦେଇଥିଲେ ।  ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖ ସାରା ପୃଥିବୀରେ ‘ବିଶ୍ୱ ଜଳ ଦିବସ’ ପାଳନ କରାଯାଏ ଯାହା ମଧୁର ଜଳର ମହତ୍ତ୍ଵକୁ ଆଲୋକିତ କରିବା ଏବଂ ମଧୁର ଜଳ ଉତ୍ସଗୁଡ଼ିକର ନିରନ୍ତର ପରିଚାଳନା ପାଇଁ ସମସ୍ତଙ୍କୁ ସଚେତନ କରିଥାଏ |

ଏହି ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗରବରିଷ୍ଠ ଅଧିକାରୀମାନଙ୍କ ସହିତ ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ପୁରୋହିତ ଏବଂ ସାଗରିକା ପଟ୍ଟନାୟକ,ପିଏଚଇଓର ସର୍ବୋଚ୍ଚ ଯନ୍ତ୍ରୀଇଂରବୀନ୍ଦ୍ର ନାଥ ନାୟକ,ଓଡବଲ୍ଲୁଏସଏସବିର ସର୍ବୋଚ୍ଚ ଯନ୍ତ୍ରୀ ଇଂ ହାଡ଼ିବନ୍ଧୁ ବେହେରା, ୱାଟକୋର ପରିଚାଳନା ନିର୍ଦ୍ଦଶକ ଇଂ ଶରତ ଚନ୍ଦ୍ର ମିଶ୍ର, ଓଡ଼ିଶା ୱାଟର ଏକାଡେମୀ ନିର୍ଦ୍ଦେଶକ ଡ॰ଶାନ୍ତନୁ ରଥ, ଟ୍ରାନସଜେଣ୍ଡର ଗୋଷ୍ଠୀର ନେତ୍ରୀ ସମୀକ୍ଷା ଏବଂ ତନୁଶ୍ରୀ ସହଜଳସାଥି ଏବଂ ଟ୍ରାନସଜେଣ୍ଡର ସଦସ୍ୟାମାନେ ଉପସ୍ଥିତ ଥିଲେ।