Home Covid ୮ଜିଲ୍ଲାରେ ୧୦୦ ତଳେ

୮ଜିଲ୍ଲାରେ ୧୦୦ ତଳେ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବା ସହିତ ୮ଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ତଳେ ରହିଛି । ତେବେ ମୃତ୍ୟୁସଂଖ୍ୟା ୨୪ଘଣ୍ଟା ଭିତରେ ୩୫ ରହିବା ରହିବା ସହିତ ରାଜ୍ୟରେ ମୋଟ୍‍ କରୋନା ଜନିତ ମୃତ୍ୟୁ ୨୬୮୬ରେ ପହଞ୍ଚିଛି ।

ଲଗାତାର ଭାବେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ହଜାର ତଳେ ରହିଥିବାବେଳେ ଗତ ୨୪ଘଣ୍ଟାରେ ୭୧୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କେମଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୪୭ହଜାରକୁ ଟପିଯାଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ତଳକୁ ହ୍ରାସ ପାଇଛି ।

ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୧୩୪ ଚିହ୍ନଟ ହୋଇଥିବାବେଳେ କଟକରୁ ୬୯୦ଜଣ, ଅନୁଗୁଳରୁ ୫୧୫ଜଣ, ପୁରୀରୁ ୪୫୭ ଯାଜପୁରରୁ ୪୦୬ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଶହେ ତଳେ ସଂକ୍ରମଣ ଥିବା ଜିଲ୍ଲାଗୁଡିକ ମଧ୍ୟରେ ବଲାଙ୍ଗିରରୁ ୯୩, ମାଲକାନଗିରିରୁ ୯୨, ଭଦ୍ରକରୁ ୮୯, କଳାହାଣ୍ଡିରୁ ୭୫, ନୂଆପଡାରୁ ୬୨, ଦେବଗଡରୁ ୬୧, କେନ୍ଦୁଝରରୁ ୫୭ ଓ କନ୍ଧମାଳରୁ ୫୪ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୃତ୍ୟୁବରଣ କରିଥିବା ନୂଆ ୩୫ଜଣଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୫ଜଣ ଥିବାବେଳେ ରାୟଗଡା ଓ କଳାହାଣ୍ଡିରୁ ୪ଜଣକରି, ଝାରସୁଗୁଡା, କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡରୁ ୩ଜଣ କରି, ବୌଦ, ଜଗତ୍‍ସିଂହପୁର ଓ କୋରାପୁଟରୁ ୨ଜଣ କରି ଏବଂ ମାଲକାନଗିରି ଓ କଟକରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୮୬ରେ ପହଞ୍ଚିଥିବାବେଳେ ଅଣକୋଭିଡ ମୃତ୍ୟୁସଂଖ୍ୟା ୫୩ରେ ସ୍ଥିର ରହିଛି ।

ସେହିଭଳି ରାଜ୍ୟରେ କରୋନା ନମୂନା ପରୀକ୍ଷା ୧,୧୬,୪୫,୬୦୨ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୬.୪୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ୍‍ ୭୧୮୮ ସଂକ୍ରମିତଙ୍କ ମଧ୍ୟରୁ ୬୫ପ୍ରତିଶତ ପୁରୁଷ ଥିବାବେଳେ ୩୫ ପ୍ରତିଶତ ମହିଳା ରହିଛନ୍ତି ।