Home Covid ୫୦ ଟପିଲା କରୋନା

୫୦ ଟପିଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରେନା ସଂକ୍ରମଣ ଧିରେ ଧିରେ କାୟା ମେଲାଇବା ସହିତ ଗତ ୨୪ଘଣ୍ଟା ମଧ୍ୟରେ ଏହା ୫୦ ଅତିକ୍ରମ କରିଛି । ମୋଟ୍‍ ସଂକ୍ରମଣ ମଧ୍ୟରୁ ଅଧାରୁ ଅଧିକ ଖୋରଧା ଜିଲ୍ଲାରୁ ରହିଥିବା ଜଣାଯାଇଛି ।

ଙ୍ଘଲରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ୫୧ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୦ଜଣ କ୍ୱାରେଣ୍ଟାଇନ୍‍ରୁ ହୋଇଥିବାବେଳେ ୨୧ଟି ଲୋକାଲ କେଶ୍‍ ରହିଛି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୨୬ଜଣ ଖୋରଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱରରୁ ୪ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୩, ସୁନ୍ଦରଗଡ, ନୟାଗଡ ଓ ଜଗତ୍‍ସିଂହପୁରରୁ ୨ଜଣ କରି, ବୌଦ, ଗଞ୍ଜାମ, ଝାରସୁଗୁଡା, ନୂଆପଡା ଓ ସମ୍ବଲପୁରରୁ ଜଣେ କରି ଏବଂ ଷ୍ଟେଟ୍‍ ପୁଲରୁ ୭ଜଣ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୮୮,୮୫୧ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୧୪ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଥିବାରୁ ପୂର୍ବଭଳି ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଥିବାବେଳେ ସାମାନ୍ୟ ଥଣ୍ଡା, ଜ୍ୱର ଆଦିର ଲକ୍ଷଣ ଦେଖାଦେଲେ ତୁରନ୍ତ କରୋନା ପରୀକ୍ଷା କରାଇ ନେବାକୁ କୁହାଯାଇଛି ।