Home Environment ୪୫ଲକ୍ଷ ଟପିଲା କରୋନା ପରୀକ୍ଷା

୪୫ଲକ୍ଷ ଟପିଲା କରୋନା ପରୀକ୍ଷା

ରାଜ୍ୟରେ ଆଜି ସୁଦ୍ଧା କରୋନା ପରୀକ୍ଷା ୪୫ଲକ୍ଷକୁ ଅତିକ୍ରମ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪,୫୦୬ ନମୂନା ପରୀକ୍ଷା ସହିତ ମୋଟ ପରୀକ୍ଷା ସଂଖ୍ୟା ୪୫,୦୮,୦୬୫ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ୩୦ ଜିଲ୍ଲାରୁ ୧୫୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରୁ ୮୯୧ ଜଣ ଚିହ୍ନଟ ହୋଇଥିବାବେଳେ ୬୫୬ ଲୋକାଲ କେସ୍‍ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୮୮,୬୪୬ରେ ପହଞ୍ଚିଛି ।

ଖୋରଧା ଜିଲ୍ଲାରେ ସର୍ବାଧିକ ୧୫୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକ ୯୮, ଅନୁଗୁଳ ୯୫, ଜଗତସିଂହପୁର ୮୯, ମୟୁରଭଞ୍ଜରେ ୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ କମ୍‍ ୮ଜଣ ସଂକ୍ରମିତ ଗଜପତି ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ରାୟଗଡା ଜିଲ୍ଲାରେ ୯ ଜଣ ପଜିଟିଭ ବାହାରିଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ କରୋନା ରୋଗୀଙ୍କ ମଧ୍ୟରୁ ୨,୭୨,୦୩୮ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମାତ୍ର ୧୫,୨୪୭ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି ।

କରୋନାରେ ଆଉ ୧୧ ଜଣ ରାଜ୍ୟରେ ପ୍ରାଣ ହରାଇବାପରେ ମୋଟ୍‍ କରୋନା ମୃତ୍ୟୁ ସଂଖ୍ୟା ୧୩୦୮କୁ ବୃଦ୍ଧି ପାଇଛି । ମୃତ୍ୟୁବରଣ କରିଥିବା ୧୧ଜଣଙ୍କ ମଧ୍ୟରୁ ଖୋରଧାର ୩ଜଣ ଥିବାବେଳେ କଟକରୁ ୨ ଏବଂ ରାୟଗଡା, ନୂଆପଡା, କନ୍ଧମାଳ, ଝାରସୁଗୁଡା, ଗଞ୍ଜାମ, ଓ ଅନୁଗୁଳରୁ ଜଣେ କରି ଅଛନ୍ତି । ଆଜି ସୁଦ୍ଧା ୨୨୯ ମୃତ୍ୟୁ ସହିତ ଗଞ୍ଜାମ ପ୍ରଥମ ସ୍ଥାନରେ ଥିବାବେଳେ ୨୨୬ ସହିତ ଖୋରଧା ଦ୍ୱିତୀୟ ସ୍ଥାନରେ ରହିଛି ।