Home Covid ୪ହଜାର ମୁହାଁ କରୋନା ମୃତ୍ୟୁ

୪ହଜାର ମୁହାଁ କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କରେନା ମୃତ୍ୟୁ ସଂଖ୍ୟା ୪ହଜାର ମୁହାଁ ହୋଇଛି । ଗତ ୨୪ଘଣ୍ଟାରେ କରୋନା ଆଉ ୪୦ଜଣଙ୍କ ଜୀବନ ନେବାପାରେ ମୋଟ୍‍ ମୃତ୍ୟୁସଂଖ୍ୟା ୩୯୭୦ରେ ପହଞ୍ଚିଛି । ଯେଉଁ ହାରରେ ଦୈନିକ ମୃତ୍ୟୁ ହେଉଛି ତାହା ଜାରି ରହିଲେ ଆଉ ଗୋଟିଏ ଦିନ ମଧ୍ୟରେ ଏହା ୪ହଜାରକୁ ଅତିକ୍ରମ କରିଯିବ ।

ମୃତ୍ୟୁବରଣ କରିଥିବା ୪୦ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୭ଜଣ ରହିଛନ୍ତି । ଏହାକୁ ମିଶାଇ ଖୋରଧା ଜିଲ୍ଲାରେ ସର୍ବାଧିକ ୬୪୦ଜଣ ମୃତ୍ୟୁବରଣ କଲେଣି । ଏଥି ସହିତ ନୟାଗଡା, କଟକ, ବରଗଡରେ ୫ଜଣ କରି ମରିଥିବାବେଳେ ପୁରୀରେ ୪ଜଣ ମରିଛନ୍ତି । ସେହିଭଳି ଅନୁଗୁଳ ଓ ଗଞ୍ଜାମରେ ୩ଜଣ କରି କରୋନାର ଶିକାର ହୋଇଥିବାବେଳେ କଳାହାଣ୍ଡିରେ ୨ଜଣ ଏବଂ ଯାଜପୁର, କୋରାପୁଯ, ନବରଙ୍ଗପୁର, ସମ୍‍ବଲପୁର, ଭଦ୍ରକ ଓ ଢେଙ୍କାନାଳରେ ଜଣେ କରି ପ୍ରାଣ ହରାଇଛନ୍ତି ।

ତେବେ କରୋନା ମୃତ୍ୟୁ କ୍ଷେତ୍ରରେ ଖୋରଧା ଜିଲ୍ଲା ଏକ ନମ୍ବର ସ୍ଥାନରେ ରହିଥିବାବେଳେ ଗଞ୍ଜାମରେ ୩୩୩, କଟକରେ ୨୮୦, ପୁରୀରେ ୨୨୮, ଅନୁଗୁଳରେ ୧୭୩ ଓ ବରଗଡରେ ୧୩୫ଜଣ ପ୍ରାଣ ହରାଇ ସାରିଲେଣି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟହାରରେ ଲଗାମ ଲାଗିପାରୁ ନାହିଁ ।

ସେହିଭଳି ରାଜ୍ୟରେଗତ ୨୪ଘଣ୍ଟାରେ ୨୬୪୦ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ୩୯୭ଜଣ ବାଲେଶ୍ୱର ଜିଲ୍ଲାରୁ ଥିବାବେଳେ ଖୋରଧାରୁ ୩୬୫ ଓ କଟକରୁ ୨୬୬ଜଣ ରହିଛନ୍ତି । ସେହିଭଳି ପୁରୀରୁ ୧୭୮, ଯାଜପୁରରୁ ୧୬୨, ମୟୁରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୩୨, ଭଦ୍ରକରୁ ୧୨୮ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ୨ଅଙ୍କରେ ସୀମିତ ରହିଥିବାବେଳେ ସବୁଠାରୁ କମ୍‍ ମାତ୍ର ୪ଜଣ ବରଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡା ଓ ନୂଆପଡାରେ ୮ଜଣ କରି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରରେ ୧୧, କନ୍ଧମାଳରେ ୧୫, ଗଞ୍ଜାମରେ ୧୭, ଗଜପତିରେ ୧୮,ବୌଦରେ ୧୯, ନବରଙ୍ଗପୁରରେ ୨୦, ବରଗଡରେ ୨୧, ସମ୍ବଲପୁରରେ ୨୩, ସୋନପୁରରେ ୨୫, ସୁନ୍ଦରଗଡରେ ୨୮ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୦୬,୪୨୯ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୮,୭୦,୭୮୭ ଜଣ ସୁସ୍ଥହୋଇ ସାରିଲେଣି । ଦୈନିକ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ଅଧିକ ରହୁଥିବାରୁ ରାଜ୍ୟୋର ସକ୍ର୍ରିୟ ରୋଗୀଙ୍କ ସଂଖ୍ୟା ୩୧,୬୯୧ରେ ପହଞ୍ଚିଛି । ସେହିଭଳି ରାଜ୍ୟାର କରୋନା ନମୂନା ପରୀକ୍ଷା ସଂଖ୍ୟା ଏକ କୋଟି ୩୬ଲକ୍ଷକୁ ଟପିଯାଇଛି ।