Home Covid ୪ଜିଲ୍ଲାରେ ଅଧା ସଂକ୍ରମିତ

୪ଜିଲ୍ଲାରେ ଅଧା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୧୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏମାନ ମଧ୍ୟରୁ ପାଖାପାଖି ଅଧା ରହିଛନ୍ତି ୪ଟି ଉପକୂଳ ଜିଲ୍ଲାରେ । ଏହି ୪ଜିଲ୍ଲା ହେଲା ବାଲେଶ୍ୱର, ଯାଜପୁର, କଟକ ଓ ଖୋରଧା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧୫୯୭ । ସେହିଭଳି ଅନ୍ୟ ଉପକୂଳ ଜିଲ୍ଲା ଯଥା ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ପୁରୀରେ ବି ସଂକ୍ରମଣ ତିନି ଅଙ୍କରେ ରହିଛି ।

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ କଟକ ଜିଲ୍ଲାରେ ସର୍ବାଧିକ ୫୬୬ ଜଣ ଥିବାବେଳେ ଖୋର୍ଦ୍ଧାରୁ ୪୪୦, ବାଲେଶ୍ୱରରୁ ୩୯୭ ଜଣ ରହିଛନ୍ତି । ସେହିଭଳି ମୟୁରଭଞ୍ଜରୁ ୧୯୯, ଯାଜପୁରରୁ ୧୯୪, ପୁରୀରୁ ୧୭୫, ଭଦ୍ରକରୁ ୧୬୩, କେନ୍ଦ୍ରାପଡାରୁ ୧୩୪, ଜଗତସିଂହପୁରରୁ ୧୩୦ ଜଣ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ କମ୍‍ ମାତ୍ର ୪ଜଣ କରି ନୂଆ ସଂକ୍ରମିତ ଦେବଗଡ ଓ ନୂଆପଡା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରୁ ୧୦, ଝାରସୁଗୁଡାରୁ ୧୧, ବୌଦ୍ଦରେ ୧୬ ଓ ସୋନପୁରରେ ୧୭ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ କରୋନାରେ ଆଉ ୪୩ଜଣଙ୍କ ଜୀବନ ଯିବା ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୩୯୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ସର୍ବାଧିକ ୯ଜଣ ଖୋରଧା ଜିଲ୍ଲାରୁ ଥିବାବେଳେ ପୁରୀ, ନୟାଗଡ ଓ ବରଗଡରୁ ୫ଜଣ କରି, ସୁନ୍ଦରଗଡରୁ ୪ଜଣ, କଟକ, ଭଦ୍ରକ ଓ ଗଞ୍ଜାମରୁ ୩ଜଣ କରି, ଡେଙ୍କାନାଳରୁ ୨ଜଣ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ସହିତ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ଅତିକ୍ରମ କରି ୯,୦୩,୭୮୯ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୮,୬୭,୪୦୨ଜଣ ସୁସ୍ଥହୋଇ ସାରିଲେଣି । ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୨,୪୦୪ ରେ ପହଞ୍ଚିଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୭୮ଜଣ ସୁସ୍ଥହୋଇଥିବା ଜଣାଯାଇଛି ।