Home General ୩୨ତମ ପିକକ୍ ଶିଶୁମେଳା ଉଦ୍‍ଘାଟିତ

୩୨ତମ ପିକକ୍ ଶିଶୁମେଳା ଉଦ୍‍ଘାଟିତ

ଭୁବନେଶ୍ଵର  : ଶିଶୁମାନଙ୍କର ବିକାଶ ନିମନ୍ତେ ଏକ ନିରାପଦ ଓ ସୁରକ୍ଷିତ ବାତାବରଣ ନିତ୍ଯାନ୍ତ ଆବଶ୍ଯକ । ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ସମସ୍ତେ ଏଥିପାଇଁ  ପ୍ରଚେଷ୍ଟା କରିବାକୁ ପିକକ୍‍ ଶିଶୁମେଳାର ଉଦ୍‍ଘାଟନ ସମାରୋହରେ  ବିଶିଷ୍ଟ ଅତିଥି ଓ ବକ୍ତାମାନେ ଆହ୍ଵାନ ଦେଇଛନ୍ତି। ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ଓ ଗୁଣାବଳୀ କୁ ପ୍ରୋତ୍ସାହନ ଦେବା ନିମନ୍ତେ ସବୁ ସ୍ତରରେ ଉଦ୍ଯମ ହେବା ଉଚିତ୍‍ ବୋଲି ସେମାନେ ମତବ୍ଯକ୍ତ କରିଛନ୍ତି  ।

୩୨ ତମ ପିକ‍କ୍‍ ଶିଶୁମେଳା ର ଉଦ୍‍ଘାଟନ ଉତ୍ସବ ଶିଶୁ ଦିବସ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ମହାମାରୀ ଯୋଗୁଁ ପିଲାମାନ ଙ୍କ ର ସୁରକ୍ଷା କୁ ଦୃଷ୍ଟି ରେ ରଖି ଡିଜିଟାଲ ମଞ୍ଚ ରେ ଶିଶୁମେଳା ର ଉଦ୍‍ଘାଟନ ସମାରୋହ ଆୟୋଜିତ ହୋଇଥିଲା । ଶିଶୁ ମାନଙ୍କ ପାଇଁ କାର୍ଯ୍ୟରତ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପିପୁଲ୍‍ସ୍‍ କଲ୍‍ଚରାଲ୍‍ ସେଣ୍ଟର (ପିକକ୍‍) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବହୁ ବିଶିଷ୍ଟ ବ୍ଯକ୍ତି ଓ  ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା  ଲାଭ କରିଥିବା ବହୁ ପ୍ରତିଭାବାନ ପିଲାମାନେ ଯୋଗଦେଇ ପ୍ରଦିପ ପ୍ରଜ୍ୱଳନ କରି ପିକକ୍ ର ୩୨ ତମ ସପ୍ତାହବ୍ୟାପୀ ଶିଶୁମେଳା ର  ଉଦ୍‍ଘାଟନ କରିଥିଲେ । ଏହି କାର୍ଯ୍ଯକ୍ରମ ରେ ଯୋଗଦେଇ ରାଜ୍ଯ ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ୍  ସମସ୍ତେ ମିଳିମିଶି ଶିଶୁ ମାନଙ୍କର ବିକାଶ ପାଇଁ କାର୍ଯ୍ଯ କଲେ ଏକ ସୁନ୍ଦର ଶୈଶବ ଭରା ଦୁନିଆ ର ସ୍ୱପ୍ନ ପୁରଣ ବୋଲି  ମତବ୍ଯକ୍ତ କରିଥିଲେ।  

ପିକକ୍ ର ଶିଶୁମେଳା କମିଟି ର ସଭାପତି  ତଥା ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଏହି ଉଦ୍‍ଘାଟନ ସମାରୋହ ରେ ସଭାପତିତ୍ୱ କରିଥିଲେ ଓ ଶିଶୁ ମାନଙ୍କ ମୁଁହରେ ହସ ଫୁଟାଇବା ପାଇଁ ପିକକ୍‍ ନିରବଛିନ୍ନ ଭାବରେ କାର୍ଯ୍ଯରତ ବୋଲି କହିଥିଲେ।  ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ  ରଞ୍ଜନ କୁମାର ମହାନ୍ତି, ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ସପ୍ତାହବ୍ୟାପି କାର୍ଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଓ ଆନନ୍ଦମୟ ଶୈଶବ ସୁନିଶ୍ଚିତ କରିବା ସମସ୍ତଙ୍କ ର ଦାୟିତ୍ଵ ବୋଲି ସେ କହିଥିଲେ।

ପିକକ୍‍ ର ଅଧ୍ଯକ୍ଷା ମିନାକ୍ଷୀ ପଣ୍ଡା ମଧ୍ଯ  ଉଦ୍‍ଘାଟନ ସମାରୋହ ରେ ଯୋଗ ଦେଇ ପିତାମାତା ମାନେ ପିଲାମାନଙ୍କୁ ସମୟ ଦେବା ଓ ସେମାନଙ୍କ କଥା କୁ ଶୁଣିବା ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ଦିବ୍ଯା ଶାଶ୍ୱତୀ ପିଲାମାନଙ୍କୁ ସମୟ ଦେବା ଅତ୍ଯନ୍ତ ଜରୁରୀ ବୋଲି ସେ ମତବ୍ଯକ୍ତ କରିଥିଲେ ।  ବିଶିଷ୍ଟ କ୍ରିଡାବିତ୍‍ ତଥା ପିକକ୍ ର ଶିଶୁ ମାନଙ୍କର ଖେଳ ଅଧିକାର ପ୍ରସାର ପାଇଁ ଗୁଡୱିଲ ଆମ୍ବାସଡର ଅଂଶିକା ରାଉତରାୟ ପିଲାମାନଙ୍କୁ  ନିଜକୁ ସୁରକ୍ଷିତ ରଖିବା ଓ ନିଜର ସ୍ୱପ୍ନକୁ ସାକାର କରିବା ଉପରେ ଗୁରୁତ୍ଵୋରାପ କରିଥିଲେ ।

ଶିଶୁ ଅଭିନେତ୍ରୀ ସିମରନ ପଟ୍ଟନାୟକ୍, ତିଆରା ମିସ ଟିନ୍‍ ଇଣ୍ଡିଆ ଲାବଣ୍ୟା ଦାସ୍ ଓ ଶିଶୁ ଅଭିନେତା ସ୍ନେହଲ ସୁଜଲ ମହାନ୍ତି ପିଲାମାନଙ୍କୁ ନିଜର ଅନ୍ତର୍ନିହିତ ପ୍ରତିଭା ର ବିକାଶ ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ଯମାନ ଙ୍କ ମଧ୍ଯରେ ଶ୍ରୀଯୁକ୍ତ ରୁପକ କୁମର ମହାପାତ୍ର, ଡିପିଏମ୍, ବୌଦ୍ଧ୍ ଓ ବିଶିଷ୍ଟ କ୍ରିଡାବିତ୍‍ ଓ ଅଲମ୍ପିଆନ୍‍ ଅନୁରାଧା ବିଶ୍ଵାଳ ମଧ୍ଯ ନିଜର ମତ ରଖିଥିଲେ। ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଓ ସପ୍ତାହବ୍ଯାପୀ କାର୍ଯ୍ଯକ୍ରମ ବିଷୟ ରେ ସୁଚନା ଦେଇଥିଲେ ।

ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅଲ୍ପନା ଦାସ, ଶୁଭଶ୍ରୀ ସାହୁ, ସୁମିତ୍ରା ମହାନ୍ତି, ସୁଶ୍ରୀ ଶୈଲାନି ସୁମନ, ସୁଶ୍ରୀ ସଞ୍ଜନା ମହନ୍ତି, ପ୍ରିୟଦର୍ଶିନୀ ସ୍ୱାଇଁ ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।   ପିକକ୍‍ ଶିଶୁମେଳା ରେ ଅନୁଷ୍ଠିତ ହେଉଥିବା ସମସ୍ତ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପିକ‍କ୍‍ ର ଫେସ୍ବୁକ୍‍ ପେଜ୍‍ (@pecucodisha)ରେ ନଭେମ୍ବର ୧୪ ରୁ ଆରମ୍ବ କରି ନଭେମ୍ବର ୨୦ ତାରିଖ ପ୍ରର୍ଯ୍ଯନ୍ତ ପ୍ରତ୍ଯକ ଦିନ ସଂଧ୍ଯା ୬:୩୦ ରେ ଫେସ୍ବୁକ୍‍ ଲାଇଭ କରାଯିବ ଓ ବିଭିନ୍ନ ପ୍ରତିଯୋଗୀତାର ଫଳାଫଳକୁ ଘୋଷଣା କରାଯିବ । ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କ ପୁରସ୍କାର ଓ ସାର୍ଟିଫିକେଟ୍‍ କୁ ଡାକ ଯୋଗେ ସେମାନଙ୍କ ଠିକଣା କୁ ପଠାଇ ଦିଆଯିବ। ନଭେମ୍ବର ୨୦ ତାରିଖ ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପିକକ ର ବାର୍ଷିକ ସମ୍ମାନ ପ୍ରଦାନ କରାଯିବ ।