Home General ୨୧ରୁ ଶୀତ ଅଧିବେଶନ

୨୧ରୁ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୧ ତାରିଖରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ପାଇଁ ବିଧାନସଭା ସଚିବାଳୟ ସମସ୍ତ ବିଧାୟକଙ୍କୁ ସୂଚନା ପ୍ରଦାନ କରିଛି ।

ସମ୍ବିଧାନର ଧାରା ୧୭୪ର ଧାରା (୧)ରେ ଦିଆଯାଇଥିବା କ୍ଷମତାର ବ୍ୟବହାର କରି ରାଜ୍ୟପାଳ ଷୋଡ଼ଶ ଓଡ଼ିଶା ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନକୁ ୨୧ ନେଭମ୍ବର  ୨୦୨୩ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରସ୍ଥିତ ବିଧାନସଭା ଭବନରେ ବୈଠକ ପାଇଁ ଡକାଇଛନ୍ତି।

ସେହି ଅନୁଯାୟୀ ଓଡ଼ିଶା ବିଧାନସଭାର ଅଧିବେଶନରେ ଯୋଗ ଦେବାକୁ ଗୃହର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରାଯାଇଛି।