Home Environment ୨ତାରିଖରୁ ବର୍ଷା ଆରମ୍ଭ

୨ତାରିଖରୁ ବର୍ଷା ଆରମ୍ଭ

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଡିସେମ୍ବର ୨ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ଏହି ବର୍ଷା ଉପକୂଳ ଓ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‍ଡି) ସୂଚନା ଆଧାରରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଅବଗତ କରିଛନ୍ତି ।

ଜିଲ୍ଲାପାଳମାନଙ୍କୁ ଦେଇଥିବା ସୂଚନାରେ ଦର୍ଶାଯାଇଛି ଯେ ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହିତ ପଶ୍ଚିମ-ଉତ୍ତରପଶ୍ଚିମ ଦିନରେ ଗତି କରିବ ।

ଏହାର ପ୍ରଭାବରେ ଡିସେମ୍ବର ୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଉପକୂଳ ଓଡିଶାର ଜଗତ୍‍ସିଂହପୁର, କେନ୍ଦ୍ରାପଡା ସମେତ କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡା ଆଦିରେ ବର୍ଷା ହେବ ବୋଲି ସୂଚନା ଦିଆଯାିଛି ।

ଲଘୁଚାପ ପ୍ରଭାବରେ ଭୂପୃଷ୍ଟରେ ପବନର ଗତି ୫୦ ରୁ ୬୦ କିଲୋମିଟର ଏପରିକି ସ୍ଥଳ ବିଶେଷରେ ଏହା ୭୦ କିଲୋମିଟର ହେବାର ଆଶଙ୍କା ରହିଛି । ତେଣୁ ମସୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ୨ ତାରିଖ ସୁଦ୍ଧା କୂଳକୁ ଫେରିବାକୁ ଆସିବାକୁ କୁହାଯାଇଛି ।

ସେହିଭଳି ସମ୍ଭାବ୍ୟ ଲଘୁଚାପ ବର୍ଷା ଉପରେ ସତର୍କ ଦୃଷ୍ଟି ରଖି ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରି ସତର୍କ ସୂଚନା ଯେଭଳି କଡାକଡି ପାଳନ ହେବ ସେ ଦତିଗରେ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।