Home Administration ୧୯ ଓଏଏସ୍‍ ଅଫିସର ଆଇଏଏସ୍‍ ହେଲେ

୧୯ ଓଏଏସ୍‍ ଅଫିସର ଆଇଏଏସ୍‍ ହେଲେ

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ସେବା (ଓଏଏସ୍‍) ର ୧୯ ଜଣ ବରିଷ୍ଠ ଅଧିକାରୀ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‍) କୁ ପଦୋନ୍ନତି ପାଇଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଅଧିକାରୀମାନେ ହେଲେ ଗଣେଶ ଚନ୍ଦ୍ର ପାତ୍ର, ଶସଧର ନାୟକ, ବିକାଶ ଚନ୍ଦ୍ର ମହାପାତ୍ର, ବ୍ରତତି ହରିଚନ୍ଦନ, ମନୋଜ କୁମାର ପଟ୍ଟନାୟକ, ସଦାନନ୍ଦ ନାୟକ, ମାରି ଲାକ୍ରା, ଦୟାନିଧି ନାୟକ, ଶ୍ରୀନିବାସ ବେହେରା ଓ ଯୁଧିଷ୍ଟିର ନାୟକ ।

ସେହିଭଳି ଆଇଏଏସ୍‍ ପଦୋନ୍ନତି ପାଇଥିବା ଅନ୍ୟ ବରିଷ୍ଠ ଓଏଏଏସ୍‍ ଅଫିସରମାନେ ହେଲେ ଉଦୟ ନାରାୟଣ ଦାସ, ସୁଜାତା ସାହୁ, ଗଙ୍ଗାଧର ସାହୁ, ଅଶ୍ୱିନୀ କୁମାର ମିଶ୍ର, ରମାଶିଶ ହାଜରା, ସୁଶାନ୍ତ କୁମାର ମହାନ୍ତି, ଜ୍ୟୋତି ପ୍ରକାଶ ଦାସ, ସୀତାଂଶୁ କୁମାର ରାଉତ ଓ କୃଷ୍ଣ ପ୍ରସାଦ ପତି ।

ଆଇଏଏସ୍‍ ପାହ୍ୟାକୁ ଯିବାପାଇଁ ୬୨ଟି ପଦବୀ ଓଏଏସ୍‍ ଅଫିସରମାନଙ୍କ ପାଇଁ ସଂରକ୍ଷିତ ଥିବାବେଳେ ସେହି ଆଧାରରେ ୨୦୧୯ ବର୍ଷ ପାଇଁ ଉପରୋକ୍ତ ଅଧିକାରୀମାନେ ପଦୋନ୍ନତି ପାଇଛନ୍ତି । ଏହି ପଦୋନ୍ନତି ପରେ ରାଜ୍ୟରେ ଆଇଏଏସ୍‍ ପାହ୍ୟାରେ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here