Home Covid ୧୬ଜିଲ୍ଲାରେ ଟିକାକରଣ ବନ୍ଦ

୧୬ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର : କୋଭିସିଲ୍ଡ ଟିକା ଅଭାବରୁ ରାଜ୍ୟ ସରକାର ଗୁରୁବାର ଦିନ ୧୬ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି ।

ଏହିସବୁ ଜିଲ୍ଲାଗୁଡିକ ହେଉଛି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ ।

ଏହି ୧୬ଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଏହି ଜିଲ୍ଲାଗୁଡିରେ ଟିକାକରଣ ସ୍ଥଗିତ ରଖିବା ଦ୍ୱାରା ରାଜ୍ୟ ପାଇଁ ଅଧିକ ଅସୁବିଧା ହୋଇପାରେ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଆଜି ସକାଳେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଯଦିଓ ଆମେ ପ୍ରତିଦିନ ଅତି କମ୍‍ରେ ୩ଲକ୍ଷ ଡୋଜ୍‍ ଟିକା ଦେବାପାଇଁ ଲକ୍ଷ୍ୟ ରଖିଛୁ, ଗତକାଲି ପ୍ରାୟ ୫୦ହଜାର ଡୋଜ୍‍ ଦିଆଯାଇଥିଲା ।

ଆଜି ସେ କହିଛନ୍ତି ଯେ ଭୁବନେଶ୍ୱର ସହରାଞ୍ଚଳକୁ ବାଦ୍‍ ଦେଇ ସମସ୍ତ ଜିଲ୍ଲାରେ ଦିଆଯାଉଥିବା କୋଭିସିଲ୍ଡ ଟିକାର ମାତ୍ର ୧୧ହଜାର ଡୋଜ୍‍ ଦିଆଯାଇଥିବାରୁ ୧୬ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି ।

ଆଜି ଏକ ଲକ୍ଷ କୋଭିସିଲ୍ଡ ଡୋଜ୍‍ ରାଜ୍ୟରେ ପହଞ୍ଚିବ, କିନ୍ତୁ ତାହା ପର୍ଯ୍ୟାପ୍ତ ନହେଁ ଯଦି ଆମେ ଶେଷ ପର୍ଯ୍ୟାୟ ଯୋଗାଣ ପାଇଥାଉ ତେବେ ତୃତୀୟ ଲହାର ପୂର୍ବରୁ ଟିକାରଣ ଶେଷ କରବାକୁ ଆମର ଲକ୍ଷ୍ୟ ରହିଛି ବୋଳି ନିର୍ଦ୍ଦେଶ କହିବା ସହିତ ପ୍ରତି ମାସରେ ଅତି କମ୍‍ରେ ୭୫ଲକ୍ଷ ଡୋଜ୍‍ ଦରକାର ବୋଲି ସେ କହିଛନ୍ତ ।

ଜୁଲାଇ ପାଇଁ ଟିକା କୋଟା ପାଇବାରେ ଟିକାଣ କାର୍ଯ୍ୟକ୍ରମ ସୁରୁଖୁରୁରେ ହୋଇପାରେ ବୋଲି ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ଗୁରୁବାର ଦିନ ପ୍ରାୟ ୧୧୫ ଟିକାରଣ ଅଧିବୋନ ଚାଲିଛି । ସେଥିରୁ ମଧ୍ୟରୁ ୭୨ ଟି ଅଧିବେଶନ ପାଇଁ ଭୁବନେଶ୍ୱରରେ ଯୋଜନା କରାଯାଇଛି, ଯେଉଁଠାରେ କେବଳ କୋଭାକ୍ସିନ ଧିଆଯାଉଛି । ଏହାର ଅର୍ଥ ହେଉଛି ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ୪୨ଟି ଅଧିବେଶନ ଅନୁଷ୍ଠିତ ହେଉଛି ।