Home General ୧୫ରୁ ଭାରତ ସିରିଜ୍ ପଞ୍ଜିକରଣ

୧୫ରୁ ଭାରତ ସିରିଜ୍ ପଞ୍ଜିକରଣ

ଭୁବନେଶ୍ୱର : ସେପ୍ଟେମ୍ବର ୧୫ ତାରିଖରୁ ଓଡିଶାରେ ଆରମ୍ଭ ହେବ ଭାରତ ସିରିଜର ଗାଡି ପଞ୍ଜିକରଣ ପ୍ରକ୍ରିୟା । ଗାଡ଼ି କିଣୁଥିବାଲୋକ ଏଣିକି ଭାରତ ସିରିଜ୍ ନମ୍ବର ନେଇପାରିବେ ।

ବାରମ୍ବାର ବଦଳି ହେଉଥିବା ସରକାରୀ ଓ ବେସରକାରୀ ଲୋକମାନେ ନିଜ ଗାଡ଼ିର ପଞ୍ଜିକରଣ ଭିନ୍ନ ଭିନ୍ନ ରାଜ୍ୟରେ ପୁଣି ଥରେ କରି ବହୁତ ହଇରାଣ ହେଉଥିଲେ । ବର୍ତ୍ତମାନ ଭାରତ ସିରିଜ୍ ଗାଡ଼ି ପଞ୍ଜିକରଣ ମାଧ୍ୟମରେ ଏହି କଷ୍ଟରୁ ସେମାନେ ମୁକ୍ତି ପାଇବେ ।

ସେନା ଅଧିକାରୀ, କେନ୍ଦ୍ର ସରକାରଙ୍କ ଅଧିକାରୀ, ୪ ରୁ ଅଧିକା ରାଜ୍ୟରେ ଅଫିସ୍ ଥିବା ସଂସ୍ଥାର କର୍ମଚାରୀ ଏହି ସୁବିଧା ଉପଲବ୍ଧ କରିପାରିବେ । ବେସରକାରୀ ସଂସ୍ଥାର ଅଧିକାରୀଙ୍କୁ ଅନ୍‌ଲାଇନ୍ ମାଧ୍ୟମରେ ପରିବହନ ୱେବସାଇଟ୍‌ରେ ଫର୍ମ ୬୦ ଭରିବାକୁ ପଡିବ ।

ସରକାରୀ କର୍ମଚାରୀ ନିଜର ପରିଚୟପତ୍ର ଦେଇ ଭାରତ ସିରିଜ୍ ପାଇଁ ଆବେଦନ କରିପାରିବେ । ଭାରତ ସିରିଜ୍ ନମ୍ବର ନେଲେ ଥରକୁ ୨ ବର୍ଷର ରୋଡ୍ ଟ୍ୟାକ୍ସ ଲାଗିବ । ସଡ଼କ ଟିକସ ପାଇଁ ଭିନ୍ନ ଭିନ୍ନ ସ୍ଲାବ ରହିଛି ।

ଯଦି ଗୋଟିଏ ଗାଡିର ମୂଲ୍ୟ ୧୦ଲକ୍ଷରୁ କମ୍ ତାହେଲେ ୮ ପ୍ରତିଶତ, ୧୦ ରୁ ୨୦ ଲକ୍ଷ ଟଙ୍କା ହେଇଥିଲେ ୧୦ ପ୍ରତିଶତ ଓ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମୁଲ୍ୟ ହେଇଥିଲେ ୧୨ ପ୍ରତିଶତ ଟିକସ ଆଦାୟ କରାଯିବ । ବିଏଚ୍ ସିରିଜ୍ ନମ୍ବର କମ୍ପ୍ୟୁଟର ମାଧ୍ୟମରେ ଦିଆଯିବ । ଆଶାକରାଯାଉଛି ଏହି ବ୍ୟବସ୍ଥା ଦ୍ୱାରା ବାରମ୍ବାର ବଦଳି ହେଉଥିବା ଲୋକ ଆଉ ପୂର୍ବପରି ହଇରାଣ ହେବେ ନାହିଁ ।