Home General ୧୪ ଯାଏ ଘନ କୁହୁଡ଼ି

୧୪ ଯାଏ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ଦେଖାଯିବ । ଏ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ପୁଲିସ ଡିଜି, ପରିବହନ କମିସନର, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି ।

ଏହି ସୂଚନାନୁଯାୟୀ ୧୨ ତାରିଖ ଦିନ କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ଭୋର ସମୟରେ ଘନ କୁହୁଡ଼ି ଦେଖାଦେବ ।

ସେହିଭଳି ୧୩ ତାରିଖ ଦିନ କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲା ଏବଂ ୧୪ ତାରିଖ ଦିନ କନ୍ଧମାଳ, ନୟାଗଡ଼, ରାୟଗଡ଼ା, ବୌଦ୍ଧ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ପାହାନ୍ତା ସମୟରେ ଘନ କୁହୁଡ଼ି ଆଚ୍ଛାଦିତ ହେବ ।

ଘନ କୁହୁଡ଼ି ସମୟରେ ରାଜପଥ ଓ ଅନ୍ୟାନ୍ୟ ସଡ଼କରେ ଗାଡ଼ି ଦୁର୍ଘଟଣାକୁ ରୋକିବା ଲାଗି ପଦକ୍ଷେପ ନେବାକୁ ସ୍ୱତନ୍ତ ରିଲିଫ କମିସନର ପୁଲିସ, ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।