Home Health ୧୧ ଟି ରାଜ୍ୟର ସ୍ଥିତି ଗୁରୁତର ଚିନ୍ତାଜନକ

୧୧ ଟି ରାଜ୍ୟର ସ୍ଥିତି ଗୁରୁତର ଚିନ୍ତାଜନକ

ନୂଆଦିଲ୍ଲୀ : କ୍ୟାବିନେଟ ସଚିବ ରାଜୀବ ଗୌବା ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜି ପୋଲିସ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଗତ ଦୁଇ ସପ୍ତାହରେ ୧୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ବୃଦ୍ଧି ପାଉଥିବା କୋଭିଡ-୧୯ ସଂକ୍ରମଣ ଓ ମୃତ୍ୟୁ ନେଇ ହୋଇଥିବା ରିପୋର୍ଟ ଉପରେ ଫୋକସ୍‍ କରିଛନ୍ତି ।

ବୈଠକରେ କୋଭିଡ ପରିଚାଳନା ଏବଂ ପ୍ରତିକ୍ରିୟା ରଣନୀତିର ସମୀକ୍ଷା ଏବଂ ଆଲୋଚନା ପାଇଁ ମୁଖ୍ୟ ସଚିବ, ଡିଜିପି ଏବଂ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ସ୍ୱାସ୍ଥ୍ୟ ବୃତ୍ତିଧାରୀ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ), କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, କେନ୍ଦ୍ର ସଚିବ (ସୂଚନା ଓ ପ୍ରସାରଣ) , ଡିଜି ଆଇସିଏମ୍‍ଆର, ଏବଂ ଏନ୍‍ସିଡିସିର ନିର୍ଦ୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ ।

ପନ୍ଦର ଦିନ ମଧ୍ୟରେ କୋଭିଡ ସ୍ଥିତିର କ୍ରମାଗତ ଅବନତି ହେତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୦୨୧ ରେ ବର୍ତ୍ତମାନର କୋଭିଡ ମାମଲା ଅଭିବୃଦ୍ଧି ହାର ୬.୮% ରହିଛି ଯାହାକି ପୂର୍ବବର୍ଷର ରେକର୍ଡ ୫.୫% (ଜୁନ୍ ୨୦୨୦) ରେକର୍ଡକୁ ଅତିକ୍ରମ କରିଛି । ଏହି ସମୟରେ ଦେଶରେ କୋଭିଡ ମୃତ୍ୟ କ୍ଷେତ୍ରରେ ୫.୫% ଅଭିବୃଦ୍ଧି ହାର ମଧ୍ୟ ରିପୋର୍ଟ ହୋଇଛି । ସେପ୍ଟେମ୍ବର ୨୦୨୦ ରେ କୋଭିଡ ସଂକ୍ରମଣର ପିକ୍‍ ସମୟରେ ଦେଶରେ ଦୈନିକ ପ୍ରାୟ ୯୭,୦୦୦ ନୂତନ କୋଭିଡ ମାମଲା ରିପୋର୍ଟ ହେଉଥିବାବେଳେ ଦେଶ ବର୍ତ୍ତମାନ କୋଭିଡର ୮୧,୦୦୦ ଦୈନିକ ନୂତନ ମାମଲାରେ ପହଞ୍ଚିଛି ।

ଏକ ବିସ୍ତୃତ ଉପସ୍ଥାପନା ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡର ବର୍ତ୍ତମାନର ସ୍ଥିତିକୁ ଦର୍ଶାଇଥିବାବେଳେ କେନ୍ଦ୍ରୀୟ ସଚିବ (ସୂଚନା ଓ ପ୍ରସାରଣ) କୋଭିଡକୁ ପ୍ରତିହତ ଲାଗି ଜନସାଧାରଣଙ୍କ ମଧ୍ୟରେ ପ୍ରଭାବଶାଳୀ ଆଚରଣ ପରିବର୍ତ୍ତନ ଯୋଗାଯୋଗର ଉପାୟ ଦର୍ଶାଇଥିଲେ । ଜେନୋମ କ୍ରମରେ ଜୀବାଣୁଙ୍କର ମ୍ୟୁଟାଣ୍ଟଣ୍ଟ ଷ୍ଟ୍ରେନ୍ ବିଷୟରେ ଅଧିକ ବିସ୍ତୃତ ଅଧ୍ୟୟନ ପାଇଁ କ୍ଲିନିକାଲ୍ ଏବଂ ଏପିଡେମୋଲୋଜିକାଲ୍ ତଥ୍ୟ ପ୍ରଦାନ ପାଇଁ ରାଜ୍ୟଗୁଡିକ ଏକ ମାର୍ଗଦର୍ଶିକା ଅନୁସରଣ କରିବାର ଆବଶ୍ୟକତା ଉପରେ ଡକ୍ଟର ଭି.କେ.ପାଉଲ ଗୁରୁତ୍ୱ ଦେଇଛନ୍ତି ।

କେନ୍ଦ୍ର ଗୃହ ସଚିବ ଦର୍ଶାଇଛନ୍ତି ଯେ ୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁମାନେ ଦୈନିକ କୋଭିଡ ମାମଲାରେ ବୃଦ୍ଧି ଘଟାଉଛନ୍ତି, ସେମାନେ କଣ୍ଟେନମେଣ୍ଟ ଏନ୍‍ଫୋର୍ସମେଣ୍ଟ କାର୍ଯ୍ୟକଳାପ ପ୍ରଦର୍ଶନ କରିନାହାନ୍ତି । ଏ ବାବଦରେ ଉପଯୁକ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜି (ପୋଲିସ) ଙ୍କୁ ଅନୁରୋଧ କରିଛନ୍ତି ।

୧୧ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଦୈନିକ ବୃଦ୍ଧି ପାଉଥିବା ମାମଲା ଏବଂ ଦୈନିକ ବୃଦ୍ଧି ପାଉଥିବା ମୃତ୍ୟୁ ହେତୁ ‘ଗୁରୁତର ଚିନ୍ତାଜନକ ରାଜ୍ୟ’ ଭାବରେ ବର୍ଗୀକୃତ କରାଯାଇଛି । ଏମାନେ ଗତ ୧୪ ଦିନ ମଧ୍ୟରେ ୯୦% କୋଭିଡ ମାମଲା (୩୧ ମାର୍ଚ୍ଚ ସୁଦ୍ଧା) ଏବଂ ୯୦.୫% ମୃତ୍ୟୁ (୩୧ ମାର୍ଚ୍ଚ ସୁଦ୍ଧା) ଯୋଗଦାନ କରିଛନ୍ତି ଏବଂ ଗତ ବର୍ଷ ସେମାନଙ୍କର ପ୍ରାରମ୍ଭିକ ରିପୋର୍ଟର ଶିଖର ଅତିକ୍ରମ କରିବାକୁ / କିମ୍ବା ନିକଟତର ହୋଇଛନ୍ତି । ମହାରାଷ୍ଟ୍ରରେ ପରିସ୍ଥିତି ବିଶେଷ ଚିନ୍ତାଜନକ ବୋଲି ଦର୍ଶାଯାଇଥିଲା । ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଥିବା ଷ୍ଟାଣ୍ଡାର୍ଡ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ପାଳନ କରି ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଅନ୍ୟ ଏକ ଚିନ୍ତାଜନକ ଦିଗ ଦର୍ଶାଇ ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହର ସହିତ ସହରତଳି ଅଞ୍ଚଳରେ କୋଭିଡ ମାମଲାରେ ସମ୍ପ୍ରତି ତୀବ୍ର ଗତି ରେକର୍ଡ ହୋଇଛି; ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଏହି ଅଞ୍ଚଳରୁ ଗ୍ରାମାଞ୍ଚଳରେ ସଂକ୍ରମଣର ବିସ୍ତାର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅସୁବିଧାରେ ପକାଇବବୋଲି ଦର୍ଶାଇଥିଲେ ।

ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକର ବିସ୍ତୃତ ସମୀକ୍ଷା ପରେ କ୍ୟାବିନେଟ ସଚିବ ଟୀକାକରଣକୁ ବଢାଇବା ଏବଂ କୋଭିଡ ସଂକ୍ରାନ୍ତୀୟ ଉପଯୁକ୍ତ ଆଚରଣର କଡାକଡି କାର୍ଯ୍ୟାନୁଷ୍ଠାନ ସହିତ କଣ୍ଟେନେମେଣ୍ଟଣ୍ଟ ଏବଂ ତଦାରଖ ଉପରେ କଡା କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ବୋଲି ଦୋହରାଇଛନ୍ତି । ରାଜ୍ୟମାନଙ୍କୁ ବିଶେଷ ଭାବରେ ଏ ସଂକ୍ରାନ୍ତରେ କୁହାଯାଇଥିଲା ।

ରାଜ୍ୟମାନଙ୍କୁ ଡାକ୍ତରଖାନା ୱାରୀ ହେଉଥିବା ମୃତ୍ୟୁର ଅନୁଧାନପାଇଁ କୁହାଯାଇଛି, ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିବାକୁ ଏବଂ ଡାକ୍ତରଖାନାରେ ବିଳମ୍ବରେ ଦାଖଲ ଏବଂ ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟଣ୍ଟ ପ୍ରୋଟୋକଲ୍ ପାଳନ କରିବାକୁ କୁହାଯାଇଛି । କେସ୍ ମ୍ୟାପିଂ, ୱାର୍ଡ / ବ୍ଲକ୍ ୱାରୀ ସୂଚକାଙ୍କ ସମୀକ୍ଷା, ୨୪ ଘଣ୍ଟିଆ ଜରୁରୀକାଳୀନ ଅପରେସନ୍ ସେଣ୍ଟର, ଇନସିଡେଣ୍ଟ କମାଣ୍ଡ ସିଷ୍ଟମ୍ ର୍ନିଦ୍ଦିଷ୍ଟ ରାପିଡ୍ ରେସପନ୍ସ ଟିମ୍ ଏବଂ ସୂଚନା ଠିକ୍ ସମୟରେ ବାଣ୍ଟିବା ଉପରେ ଧ୍ୟାନ ଦେଇ ଜିଲ୍ଲା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

କ୍ୟାବିନେଟ ସଚିବ ମୁଖ୍ୟ ଶାସନ ସଚିବମାନଙ୍କୁ ରାଜ୍ୟ ପ୍ରଶାସନକୁ ଅଧିକ ସୁଦୃଢ କରିବାକୁ ଏବଂ ନିକଟରେ ଥିବା କୋଭିଡ ମାମଲାର ମୁକାବିଲା ପାଇଁ ସମସ୍ତ ସମ୍ବଳକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଆଜି ଏକ ବୈଠକରେ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ ବିଭାଗକୁ ଉଦ୍ୟମ ବିସ୍ତାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯୋଇଛି । ଜନସ୍ୱାସ୍ଥ୍ୟ ପଦକ୍ଷେପ ଏବଂ କୋଭିଡ-୧୯ ସହିତ କ୍ଲିନିକାଲ୍ ମ୍ୟାନେଜମେଣ୍ଟଣ୍ଟ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ଜାରି ରଖିଛି ବୋଲି ଜୋର ଦିଆଯାଇଥିଲା ।