Home General ୧୧ଟି ସ୍ୱତନ୍ତ୍ର ଟ୍ରେନ ସଂଶୋଧିତ ସମୟରେ ଚଳାଚଳ କରିବ

୧୧ଟି ସ୍ୱତନ୍ତ୍ର ଟ୍ରେନ ସଂଶୋଧିତ ସମୟରେ ଚଳାଚଳ କରିବ

ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପରିସୀମାରୁ ଛାଡୁଥିବା ୧୧ଟି ସ୍ୱତନ୍ତ୍ର ଟ୍ରେନ ଅକ୍ଟୋବର ମାସ ପହିଲା ଠାରୁ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ କେତେକ ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ |

ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀରୁ 30 ସେପ୍ଟେମ୍ବର, 2021 ଠାରୁ ଛାଡୁଥିବା 02801 ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ବିଶେଷ ଟ୍ରେନ ହିଜଲି ଏବଂ ଘଟଶୀଳା ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ |  ଏହି ଟ୍ରେନ୍ ହିଜଲିରେ ଭୋର ୩ଘ.୪୫ମି. ପରିବର୍ତ୍ତେ ୩ଘ.୫୦ମି.ରେ ପହଞ୍ଚିବ ଏବଂ ଏହା ୩ଘ.୫୦ମି. ପରିବର୍ତ୍ତେ ଭୋର ୩ଘ.୫୫ମି.ରେ ଛାଡିବ | ସେହିଭଳି, ଏହା ଘଟଶୀଳା ଷ୍ଟେସନ ଠାରେ ଭୋର ୦୫ଘ.୧୬ମି.ରେ ପହଞ୍ଚିବ ଏବଂ ଏହାର ପୂର୍ବ ସମୟ ବଦଳରେ ଭୋର ୦୫ଘ.୧୮ମି.ରେ ଛାଡିବ |

ନୂଆଦିଲ୍ଲୀରୁ 30 ସେପ୍ଟେମ୍ବର, 2021 ରେ ଛାଡୁଥିବା 02802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶାଲ୍ ହିଜଲିରେ ସମୟ ସଂଶୋଧନ କରିବ | ଏହା ରାତ୍ରି ୧୦ଘ.୫୦ମି.ରେ ହିଜଲିରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ପୁରୀ ଆଡକୁ ରାତ୍ର ୧୦ଘ.୫୫ମି.ରେ ଛାଡିବ |

ପୁରୀ ଠାରୁ ଅକ୍ଟୋବର ମାସ ପହିଲା ଠାରୁ ଛାଡୁଥିବା 02875 ପୁରୀ-ଆନନ୍ଦ ବିହାର ନୀଳାଚଳ ସ୍ପେଶାଲ୍ ବାଲେଶ୍ୱର, ହିଜଲି ଏବଂ ଘଟଶୀଳାରେ ସମୟ ସଂଶୋଧନ କରିବ | ଏହି ଟ୍ରେନ୍ ବାଲେଶ୍ୱରରେ ଅପରାହ୍ନ ୩ଘ.୩୨ମି.ରେ ପହଞ୍ଚିବ ଏବଂ ଅପରାହ୍ନ ୩ଘ.୩୭ମି.ରେରେ ଛାଡିବ | ଏହା  ହିଜଲିରେ ସନ୍ଧ୍ୟା ୫ଘ.୧୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ |  ସେହିଭଳି, ଏହି ଟ୍ରେନ ଘଟଶୀଳାରେ ସନ୍ଧ୍ୟା ୬ଘ.୪୧ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୬ଘ.୪୩ମି.ରେ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ଯାତ୍ରା କରିବ |

ପୁରୀ ଠାରୁ ଅକ୍ଟୋବର ମାସ 2 ତାରିଖ ଠାରୁ ଛାଡୁଥିବା 02815 ପୁରୀ-ଆନନ୍ଦ ବିହାର ନନ୍ଦନକାନନ ସ୍ପେଶାଲ୍ ହିଜଲିରେ ସମୟ ସଂଶୋଧନ କରିବ |  ଏହି ଟ୍ରେନ୍ ସନ୍ଧ୍ୟା ୫ଘ.୧୫ମି.ରେ ହିଜଲୀରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୨୦ମି.ରେ ଛାଡିବ |

ଅକ୍ଟୋବର ମାସ ୬ ତାରିଖ ଠାରୁ ବିଶାଖାପାଟନମ୍ ରୁ ଛାଡୁଥିବା 02492 ବିଶାଖାପାଟନମ୍-ଶାଲିମାର ସ୍ପେଶାଲ ଶାଲିମାରରେ ସମୟ ସଂଶୋଧନ କରିବ | ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ଭୋର ୬ ଘଟିକା ପରିବର୍ତ୍ତେ ଭୋର ୦୬ଘ.୦୫ମି.ରେ ଶାଲିମାରରେ ପହଞ୍ଚିବ |

ଅକ୍ଟୋବର ମାସ 5 ତାରିଖ ଠାରୁ  ପୁରୀରୁ ଛାଡ଼ିବାକୁଥିବା 08476 ପୁରୀ-ଶାଲିମାର ସ୍ପେଶାଲ୍ ବାଲେଶ୍ୱର, ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରିବ | ଏହି ଟ୍ରେନ୍ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୦ମି.ରେ ବାଲେଶ୍ୱରରେ ପହଞ୍ଚିବ ଏବଂ ଏହା ରାତ୍ରି ୦୨ଘ.୩୫ମି.ରେ ଛାଡିବ | ଏହା ଖଡ଼ଗପୁର ଠାରେ ଭୋର ୦୪ଘ.୩୦ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୩୫ମି.ରେ ଛାଡିବ | ସେହିଭଳି, ଏହା ସାନ୍ତ୍ରାଗଛିରେ ଭୋର ୦୬ଘ.୧୩ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ବଦଳରେ ଭୋର ୦୬ଘ.୧୫ମି.ରେ ଶାଲିମାର ଅଭିମୁଖେ ଯାତ୍ରା କରିବ |

ଅକ୍ଟୋବର ମାସ ପହିଲା ଠାରୁ ସମ୍ବଲପୁରରୁ ଛାଡୁଥିବା 08306 ସମ୍ବଲପୁର-ହାଓଡ଼ା ସ୍ପେଶାଲ୍ ବାଲେଶ୍ୱରରେ ସମୟ ସଂଶୋଧନ କରିବ | ଏହି ଟ୍ରେନ୍ ବାଲେଶ୍ୱରରେ ରାତ୍ରି ୦୨ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ରାତ୍ରି ୦୨ଘ.୩୫ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ |

ଅକ୍ଟୋବର ମାସ ପହିଲା ଠାରୁ ପୁରୀରୁ ଛାଡୁଥିବା  02088 ପୁରୀ-ହାଓଡ଼ା ସ୍ପେଶାଲ୍ ଖଡ଼ଗପୁର ଏବଂ ସାନ୍ତ୍ରାଗଛିରେ ସମୟ ସଂଶୋଧନ କରିବ |  ଏହି ଟ୍ରେନ୍ ଖଡ଼ଗପୁରରେ ସନ୍ଧ୍ୟା ୫ଘ.୦୫ମି.ରେ ପହଞ୍ଚିବ ଏବଂ ସନ୍ଧ୍ୟା ୫ଘ.୧୦ମି.ରେ ଛାଡିବ | ଏହା ସାନ୍ତ୍ରାଗଛିରେ ସନ୍ଧ୍ୟା  ୬ଘ.୩୬ମି.ରେ ସାନ୍ତ୍ରାଗଛିରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ସନ୍ଧ୍ୟା  ୬ଘ.୩୮ମି.ରେ ହାଓଡ଼ା ଅଭିମୁଖେ ଯାତ୍ରା କରିବ |

ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା 02819 ଭୁବନେଶ୍ୱର-ଆନନ୍ଦ ବିହାର ଓଡିଶା ସାମ୍ପର୍କ କ୍ରାନ୍ତି ସ୍ପେଶାଲ୍ ହିଜଲି ଏବଂ ଜଳେଶ୍ୱରରେ ସମୟ ସଂଶୋଧନ କରିବ | ଏହି ଟ୍ରେନ୍ ଜଳେଶ୍ୱରରେ ରାତ୍ରି ୮ଘ.୨୬ମି.ରେ ପହଞ୍ଚିବ ଏବଂ ରାତ୍ରି ୮ଘ.୨୮ମି.ରେ ଛାଡିବ | ଏହା ହିଜଲିରେ ରାତ୍ରି ୯ଘ.୩୦ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ପରିବର୍ତ୍ତେ ଆନନ୍ଦ ବିହାର ଆଡକୁ ରାତ୍ରି ୯ଘ.୩୫ମି.ରେ ଯାତ୍ରା କରିବ |

ଅକ୍ଟୋବର ମାସ ୩ ତାରିଖ ଠାରୁ ଭୁବନେଶ୍ୱରରୁ ଛାଡ଼ିବାକୁଥିବା 02825 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ହିଜଲିରେ ସମୟ ସଂଶୋଧନ କରିବ | ଏହି ଟ୍ରେନ୍ ହିଜଲିରେ ଅପରାହ୍ନ ୨ଘ.୫୬ମି.ରେ ପହଞ୍ଚିବ ଏବଂ ପୂର୍ବ ସମୟ ବଦଳରେ ଆନନ୍ଦ ବିହାର ଆଡକୁ ଅପରାହ୍ନ ୩ ଘଟିକାରେ ଯାତ୍ରା କରିବ |

ଅକ୍ଟୋବର ମାସ ୭ ତାରିଖ ଠାରୁ ବିଶାଖାପାଟନମ୍ ରୁ ଛାଡିବାକୁ ଥିବା 08564 ବିଶାଖାପାଟନମ୍-ଦିଘା ସ୍ପେଶାଲ୍ ଖଡ଼ଗ୍ପୁର, ପାନ୍ସକୁରା, ତାମଲୁକ, କାଁଥି ଠାରେ ସମୟ ସଂଶୋଧନ କରିବ | ଏହି ଟ୍ରେନ୍ ଖଡ଼ଗ୍ପୁରରେ ଭୋର ୦୩ଘ.୩୫ମି.ରେ ପହଞ୍ଚିବ ଏବଂ ଭୋର ୦୩ଘ.୪୦ମି.ରେ ଛାଡିବ | ପନ୍ସକୁରାରେ ଏହି ଟ୍ରେନ ଭୋର ୦୪ଘ.୨୩ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୨୫ମି.ରେ ଛାଡିବ | ଏହି ଟ୍ରେନ୍ ତାମଲୁକ ଠାରେ ଭୋର ୦୪ଘ.୫୦ମି.ରେ ପହଞ୍ଚିବ ଏବଂ ଭୋର ୦୪ଘ.୫୨ମି.ରେ ଛାଡିବ | ସେହିଭଳି ଏହି ଟ୍ରେନ୍ କାଁଥି ଠାରେ ଭୋର ୦୫ଘ.୪୧ମି.ରେ ପହଞ୍ଚିବ ଏବଂ ପୂର୍ବ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଭୋର ୦୫ଘ.୪୩ମି.ରେ ଦିଘା ଆଡ଼କୁ ଯାତ୍ରା କରିବ |