Home News in Odia ୧୦ହଜାର ଟନ୍‍ ଟପିଲା ଅକ୍ସିଜେନ ଯୋଗାଣ

୧୦ହଜାର ଟନ୍‍ ଟପିଲା ଅକ୍ସିଜେନ ଯୋଗାଣ

ଭୁବନେଶ୍ୱର : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପରିମାଣ ୧୦ହଜାର ମେଟ୍ରିକ ଟନ୍‍କୁ ଟପିଯାଇଛି । ବର୍ତ୍ତମାନ ସୁଦ୍ଧା ୫୫୯ଟି ଟ୍ୟାଙ୍କର୍ ଯୋଗେ ୧୦୨୭୦.୨୯୮ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି ।

ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍‌ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର ୍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣକ ରାଯାଇଛି ।

ଅନୁଗୁଳ ଜିଲ୍ଲାରୁ ୫୭ଟି ଟ୍ୟାଙ୍କର୍ ଯୋଗେ ୯୪୫.୩୦୨ଟନ୍‌, ଢେଙ୍କାନାଳ ଜିଲ୍ଲାରୁ ୧୪୭ଟି ଟ୍ୟାଙ୍କର୍ ଯୋଗେ୨୩୨୪.୩୨ଟନ୍‌, ଯାଜପୁର ଜିଲ୍ଲାରୁ ୧୩୪ଟି ଟ୍ୟାଙ୍କର୍ ଯୋଗେ ୨୭୯୦.୧୧୨ଟନ୍ ଏବଂ ରାଉରକେଲାରୁ ୨୨୧ଟି ଟ୍ୟାଙ୍କର୍ ଯୋଗେ ୪୨୧୦.୫୬୪ଟନ୍ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ୧୬୯ଟି ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୩୩୮୫.୭୫୪ଟନ୍‌, ୧୪୭ଟି ଟ୍ୟାଙ୍କର୍ ଯୋଗେ ତେଲେଙ୍ଗାନାକୁ ୨୪୯୪.୮୨୯ ଟନ୍‌, ତାଲିମନାଡୁକୁ ୧୨ଟି ଟ୍ୟାଙ୍କର୍ ଯୋଗେ୨୩୪.୯୪ଟନ୍‌, ହରିୟାଣାକୁ ୭୯ଟି ଟ୍ୟାଙ୍କର୍‌ରେ ୧୪୬୦.୩୪୨ଟନ୍‌, ମହାରାଷ୍ଟ୍ରକୁ ୨୭ଟି ଟ୍ୟାଙ୍କର୍‌ରେ୪୬୫. ୮୩୧ଟନ୍‌, ଛତିଶଗଡ଼କୁ ୨୧ଟି ଟ୍ୟାଙ୍କର୍‌ରେ ୩୨୦.୩୨୨ଟନ୍‌, ଉତରପ୍ରଦେଶକୁ ୩୮ଟି ଟ୍ୟାଙ୍କର୍ ଯୋଗେ୭୧୯.୯୫ ଟନ, ୪୭ଟି ଟ୍ୟାଙ୍କର୍ ଯୋଗେ୮୨୩.୯୬ଟନ୍‌୍ ମଧ୍ୟପ୍ରଦେଶକୁ, ୧୫ଟି ଟ୍ୟାଙ୍କର୍ ଯୋଗେ ଦିଲ୍ଲୀକୁ ୨୭୪.୮୬ଟନ୍‌, ୨ଟି ଟ୍ୟାଙ୍କର୍ ଯୋଗେ ପଞ୍ଜାବକୁ ୫୮.୨୨ଏବଂ ୨ଟି ଟ୍ୟାଙ୍କର୍ ଯୋଗେ ବିହାରକୁ ୩୧.୨୯ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍‌ପି/ଡିସିପି/ରେଂଜଡିଆଇଜି/ଆଇଜିଏବଂପୋଲିସ୍‌କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟ ଗୁଡ଼ିକରେ ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି ।