Home General ହ୍ୱାଟ୍ସଆପରେ ଡିଜିଲକର ସେବା

ହ୍ୱାଟ୍ସଆପରେ ଡିଜିଲକର ସେବା

ନୂଆଦିଲ୍ଲୀ : ସରକାରୀ ସେବାକୁ ସହଜଲଭ୍ୟ, ସ୍ୱଚ୍ଛ ଓ ସରଳ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ମାଇଗଭ୍ ହେଲ୍ପ ଡେସ୍କ ହ୍ୱାଟ୍ସଆପ ଜରିଆରେ ଡିଜିଲକର ସେବା ଉପଲବ୍ଧ କରିବା ନିମନ୍ତେ ନାଗରିକମାନଙ୍କୁ ସୁବିଧା ଦେଇଛି । ଡିଜିଲକର ଆକାଉଣ୍ଟ ସୃଷ୍ଟି ଓ ବୈଧ କରିବା, ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଯାନବାହନ ପ୍ରମାଣପତ୍ର ଇତ୍ୟାଦି ଦସ୍ତାବିଜ୍ ଏଣିକି ହ୍ୱାଟ୍ସସପ ଜରିଆରେ ଡାଉନଲୋଡ କରିହେବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଡିଜିଟାଲ ଇଣ୍ଡିଆ ମଧ୍ୟରେ ଜନସାଧାରଣଙ୍କ ଜୀବନଯାପନକୁ ସହଜ କରିବା ପାଇଁ କାର୍ଯ୍ୟ କରିଆସୁଛି ।

ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ହାତପାଆନ୍ତାରେ ପ୍ରଶାସନ ଓ ସରକାରୀ ସେବା ସୁନିଶ୍ଚିତ କରିବା ପାଇଁ ହ୍ୱାଟ୍ସଅପ୍ରେ ମାଇ ଗଭ ହେଲ୍ପ ଡେସ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଡିଜିଲକର ସେବା ମାଧ୍ୟମରେ ଏବେ ଦେଶର ନାଗରିକଙ୍କୁ ମାଇ ଗଭ ହେଲ୍ପଡେସ୍କ ଅନେକ ଗୁଡିଏ ସେବା ଉପଲବ୍ଧ କରାଇବ । ଏହି ନୂତନ ସେବା ସହାୟତାରେ ଜନସାଧାରଣ ନିମ୍ନଲିଖିତ ଦସ୍ତାବିଜମାନ ସହଜରେ ସୁରକ୍ଷିତଭାବେ ନିଜ ଘରେ ବସି ପାଇପାରିବେ ।

ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ , ସିବିଏସ୍ଇ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପ୍ରମାଣପତ୍ର . ଯାନବାହନ ପଞ୍ଜୀକରଣ ପ୍ରମାଣପତ୍ର(ଆରସି), ଦ୍ୱିଚକିଆ ଗାଡି ବୀମା ପଲିସି , ଦଶମ ଶ୍ରେଣୀ ମାର୍କସିଟ୍, ଦ୍ୱାଦଶ ଶ୍ରେଣୀ ମାର୍କସିଟ୍, ଡିଜିଲକର ଉପଲବ୍ଧ ଜୀବନ୍ ଓ ଜୀବନ ବିହୀନ ବୀମା ପଲିସି ଦସ୍ତାବିଜ୍ ।

ହ୍ୱାଟ୍ଆପ୍ ବ୍ୟବହାରକାରୀମାନେ ଦେଶର ଯେକୌଣସି ସ୍ଥାନରୁ ହ୍ୱାଟ୍ସଆପ ନମ୍ବର +୯୧୯୦୧୩୧୫୧୫୧୫ ଜରିଆରେ କେବଳ ‘ନମସ୍ତେ ହାଏ ବା ଡିଜିଲକର ଲେଖି ଚାଟବଟ ବ୍ୟବହାର କରିପାରିବେ ।

ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ମାଇ ଗଭ ହେଲ୍ପଡେସ୍କ (ପୂର୍ବରୁ ମାଇଗଭ କରୋନା ହେଲ୍ପଡେସ୍କଭାବେ ପରିଚିତ) ହ୍ୱାଟ୍ସଆପ ଜରିଆରେ କୋଭିଡ-୧୯ ବୈଶ୍ୱିକ ମହାମାରୀର ମୁକାବିଲା ନିମନ୍ତେ ଲୋକମାନଙ୍କୁ ନିର୍ଭୁଲ କୋଭିଡ ସମ୍ପର୍କୀୟ ତଥ୍ୟ ପ୍ରଦାନ, ଟୀକାକରଣ, ବୁକିଂ ଓ ଟୀକା ପ୍ରମାଣପତ୍ର ଡାଉନଲୋଡ କରିବା ଦିଗରେ ବ୍ୟବହୃତ ହୋଇ ଆସିଛି ।

ଏପର୍ଯ୍ୟନ୍ତ ୮୦ନିୟୁତ ଜନସାଧାରଣ ଏହି ହେଲ୍ପ ଡେସ୍କ ରେ ପହଂଚି ପାରିଥିବାବେଳେ, ୩୩ନିୟୁତରୁ ଅଧିକ ଟିକାକରଣ ପ୍ରମାଣପତ୍ର ଡାଉନଲୋଡ ହୋଇଛି ଓ ଦେଶବ୍ୟାପୀ ନିୟୁତ ନିୟୁତ ଟିକାକରଣ ପାଇଁ ବୁକିଂ ହୋଇଛି ।

ଡିଜି ଲକର ଭଳି ନୂତନ ସଂଯୋଗ ଫଳରେ ହ୍ୱାଟ୍ସଅପରେ ମାଇ ଗଭ ଚାଟବଟ ଜନସାଧାରଣଙ୍କ ନିମନ୍ତେ ବ୍ୟାପକ ପ୍ରଶାନିକ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଛି । ଏପରିକି ଆବଶ୍ୟକ ସେବା କେବଳ ଡିଜିଟାଲ ମାଧ୍ୟମରେ ପାଇ ହେବ ।

ଜନସାଧାରଣଙ୍କୁ ମାଇଁ ଗଭ ହେଲ୍ପ ଡେସ୍କ ଜରିଆରେ ଡିଜିଲକର ସେବା ଉପଲବ୍ଧ କରାଇବା ଦ୍ୱାରା ହ୍ୱାଟ୍ସଅପ ଜରିଆରେ ଏହା ଖୁବ୍ ସରଳ ହୋଇପାରିବ । ଡିଜିଲକରରେ ଦଶକୋଟିରୁ ଅଧିକ ବ୍ୟକ୍ତି ପଞ୍ଜୀକୃତ ହୋଇଥିବା ଓ ଅଦ୍ୟାବଧି ପାଞ୍ଚ ବିଲିୟନ ନଥିପତ୍ର ଜାରି ହୋଇଥିବା ଦୃଷ୍ଟିରୁ ଏହି ହ୍ୱାଟ୍ସଆପ ସେବା କୋଟି କୋଟି ଜନସାଧାରଣଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିବ । ଫଳରେ ସେମାନେ ବିନା ବାଧାରେ ବୈଧ ଦସ୍ତାବିଜ ଓ ତଥ୍ୟ ସିଧାସଳଖ ଫୋନରୁ ପାଇପାରିବେ । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସେବାପ୍ରଦାନ ଉନ୍ନତି ନେଇ ରଖିଥିବା ଦୂରଦର୍ଶୀ ଲକ୍ଷ୍ୟକୁ ଭିତ୍ତିକରି ଏହି ସେବାକୁ ଜାରି କରାଯାଇଛି ।