Home General ହାଓଡ଼ା ଓ ପୁରୀ ମଧ୍ୟରେ ଆଉ ଏକ ବିଶେଷ ଟ୍ରେନ୍

ହାଓଡ଼ା ଓ ପୁରୀ ମଧ୍ୟରେ ଆଉ ଏକ ବିଶେଷ ଟ୍ରେନ୍

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରାଇବା ସହିତ ହାଓଡ଼ା ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀ ଭିଡ ସହିତ ପ୍ରତିକ୍ଷ୍ୟା ସୂଚୀକୁ ଏଡ଼ାଇବା ପାଇଁ  ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି |

08179 ହାଓଡ଼ା-ପୁରୀ ସ୍ପେଶାଲ୍ 9 ଅକ୍ଟୋବରରୁ 6 ନଭେମ୍ବର, 2021 ମଧ୍ୟରେ  ହାଓଡ଼ାରୁ ପ୍ରତ୍ୟେକ ଶନିବାର ଦିନ ରାତ୍ରି ୮ଘ.୩୫ମି.ରେ ଛାଡି ତା’ପରଦିନ ଭୋର ୪ଘ.୧୫ମି.ରେ ପୁରୀ ଠାରେ ପହଞ୍ଚିବ |

ପ୍ରତ୍ୟାବର୍ତ୍ତନ ମାର୍ଗରେ, 08180 ପୁରୀ-ହାଓଡ଼ା ସ୍ପେଶାଲ୍ 10 ଅକ୍ଟୋବରରୁ 7 ନଭେମ୍ବର, 2021 ମଧ୍ୟରେ ପୁରୀରୁ ପ୍ରତ୍ୟେକ ରବିବାର ସନ୍ଧ୍ୟା ୭ଘ.୨୦ମି.ରେ ଛାଡି ତା’ପରଦିନ ଭୋର ୩ଘ.୩୦ମି.ରେ ହାଓଡ଼ାରେ ପହଞ୍ଚିବ |  

ଏହି ଟ୍ରେନରେ 14 ଟି ସ୍ଲିପର୍ କ୍ଲାସ୍ କୋଚ୍, 05 ଦ୍ଵିତୀୟ ଶ୍ରେଣୀ ସିଟିଂ କ୍ଲାସ୍ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ହାଓଡ଼ା ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଖଡ଼ଗ୍ପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ଼, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ଉଭୟ ଉଭୟ ପାର୍ଶ୍ୱରୁ ରହଣି କରିବ |

LEAVE A REPLY

Please enter your comment!
Please enter your name here