Home Administration ସ୍ୱେଚ୍ଛାସେବୀ ସଂସ୍ଥା ହାତରେ ଭରତପୁର ଶ୍ମଶାନ

ସ୍ୱେଚ୍ଛାସେବୀ ସଂସ୍ଥା ହାତରେ ଭରତପୁର ଶ୍ମଶାନ

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଦୀପ ସେବା ଟ୍ରଷ୍ଟକୁ ହସ୍ତାନ୍ତର ହୋଇଛି ଭରତପୁର ଶ୍ମଶାନର ପରିଚାଳନା ଭାର । ବିଏମ୍‍ସି କମିଶନର ସଞ୍ଜୟ ସଂଙ୍କ ଅନୁମୋଦନ କ୍ରମେ ଅଜଣା ଶବସତ୍କାରରେ ପରିଚୟ ଲାଭ କରିଥିବା ଏହି ସଂଗଠନକୁ ପ୍ରାଥମିକଭାବେ ଏକ ବର୍ଷ ପାଇଁ ପରିଚାଳନାଭାର ଦିଆଯାଇଥିବାବେଳେ, ବି ଏମି ସି ତରଫରୁ ଏହାର ଚୁକ୍ତି ସ୍ୱାକ୍ଷର କରିଛନ୍ତି ଡେପୁଟି କମିଶନର- ରାଜସ୍ୱ ଶ୍ରୀମନ୍ତ ମିଶ୍ର ଓ ପରିଚାଳନା ସଂସ୍ଥା ତରଫରୁ ମଧୁସ୍ମିତା ପୃଷ୍ଟି ।

ଚୁକ୍ତି ଅନୁସାରେ ଏକ ବର୍ଷ ପାଇଁ ଦିଆଯାଇଥିବା ଭାରକୁ ଉତମ ପ୍ରଦର୍ଶନ ପାଇଁ ଆଗକୁ ପ୍ରସାରିତ କରିବାର ସୁଯୋଗ ରହିଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟଭାର ନେଇଥିବା ସଂସ୍ଥା କାର୍ଯ୍ୟଆରମ୍ଭ କରିବାର ପଦକ୍ଷେପ ନେଉଥିବାବେଳେ ଅହରାତ୍ର ସେବା ଦେବାର ନିୟମ ରହିଛି ବୋଲି ବି ଏମ୍ ସି ପକ୍ଷରୁ କୁହାଯାଇଛି ।

ସାକ୍ଷରିତ ଚୁକ୍ତି ଅନୁସାରେ ଅପରିଚିତ ଶବକୁ ସତ୍କାର ପାଇଁ ସଂସ୍ଥାକୁ କୌଣସି ଦେୟ ଦିଆଯିବ ନାହିଁ । କିନ୍ତୁ କୋଭିଡ୍ ଯୁକ୍ତ ଶବପାଇଁ କୋଭିଡ୍ ନିୟମାବଳୀ ଅନୁସାରେ ପରିବହନ, ବିଶୋଧନ ଏବଂ ଶବ ବାହକ/ବାହିକାଙ୍କ ନିମନ୍ତେ ଏହି ସଂସ୍ଥା ଅନୁମୋଦିତ ଦେୟ ପାଇବେ । ଅଣ କୋଭିଡ୍ ଶବ ପାଇଁ ଜାଳେଣୀ କାଠର ଦେୟ ପାଇବେ ।

ତେବେ ଉକ୍ତ ଭରତପୁର ଶ୍ମଶାନରେ ଏକ ସମୟରେ ଆଠଟି ଶବ ସତ୍କାର କରାଯାଇପାରିବାର ସୁବିଧା ରହିଛି । ଶ୍ମଶାନରେ ଆବଶ୍ୟକ ଜାଳେଣୀ କାଠକୁ ସଂପୃକ୍ତ ପରିଚାଳନା ସଂସ୍ଥା ଆୟୋଜନ କରିବେ ଏବଂ ଏଥିପାଇଁ ସଂପୃକ୍ତ ପରିବାରଠାରୁ ଟ. ୨୫୦୦/- ପାଇବେ । କିନ୍ତୁ ପୂଜା ସାମଗ୍ରୀ ଇତ୍ୟାଦି ଅନ୍ୟାନ୍ୟ ଆଶ୍ୟକୀୟ ସରଂଜାମ କିଣି ବଜାର ଦରରେ ଏହାକୁ ବିକ୍ରି କରିପାରେିବେ ଏହି ସଂସ୍ଥା । ଏ ସଂପର୍କିତ କୌଣସି ଅଭିଯୋଗ ଆସିଲେ ବି ଏମ୍ ସି ତରଫରୁ ପଦକ୍ଷେପ ନିଆଯିବ ।

ସଂପୃକ୍ତ ପରିଚାଳନା ସଂସ୍ଥା କୌଣସି ପ୍ରକାରେ ନିଜର ପ୍ରଚାର ପ୍ରସାର, ଲେଖା ଏବଂ ଚିତ୍ରଣ କରିବାକୁ ବାରଣ କରାଯାଇଛି ।କିନ୍ତୁ ବି ଏମ୍ ସି ଫଳକରେ ପରିଚାଳନା ସଂସ୍ଥାର ନାମ ଲେଖାଯାଇପାରିବ । ପ୍ରତ୍ୟେକ ଶବର ସଂପୂର୍ଣ୍ଣ ବିବରଣୀ ପଞ୍ôଜକୃତ ହେବା ବାଧ୍ୟତା ମୂଳକ । ନିୟମାନୁଯାୟୀ ପରବର୍ତୀ ମାସର ପ୍ରଥମ ସପ୍ତାହରେ ପୂର୍ବ ମାସର ହିସାବ ସଂପୃକ୍ତ ପରିଚାଳନା ସଂସ୍ଥା ଦାୟିତ୍ୱରେଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଦେବେ ।