Home Judiciary ସ୍ୟାଟ୍‍ ଉଚ୍ଛେଦ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ସମର୍ଥନ

ସ୍ୟାଟ୍‍ ଉଚ୍ଛେଦ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ସମର୍ଥନ

କଟକ: ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ସୋମବାର ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‍) ଉଚ୍ଛେଦ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

ସ୍ୟାଟ୍‍ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ୬ଟି ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରି ଦେବା ସହିତ଼ ଦେଢ ବର୍ଷରୁ ଅଧିକ ସମୟ ବିଚାରାଧୀନ ଥିବା ମାମଲାକୁ ସମାପ୍ତ କରିଛନ୍ତି ।

୨୦୧୫ ମସିହା ସେପ୍ଟେମ୍ବର ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ କର୍ମଚାରୀମାନଙ୍କୁ ଶୀଘ୍ର ନ୍ୟାୟ ଦେବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ ହାସଲ ହୋଇପାରିବ ନାହିଁ ବୋଲି ଅନୁଭବ କରିବା ପରେ ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ପରେ ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କ ଅନୁମତି ପାଇବା ପରେ ଟ୍ରିବ୍ୟୁନାଲକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରକୁ ଯାଇଥିଲେ ।

୨ ଅଗଷ୍ଟ, ୨୦୧୯ ରେ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀ ଏବଂ ତାଲିମ ବିଭାଗ (ଡିଓପିଟି) ସ୍ୟାଟ୍‍ ରଦ୍ଦ ପାଇଁ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ ।

କେନ୍ଦ୍ର ସରକାର ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ ଆକ୍ଟ ୧୯୮୫ ଏବଂ ଜେନେରାଲ୍ କ୍ଲଜ୍ ଆକ୍ଟର ଧାରା -୨୧ ଅନୁଯାୟୀ ସ୍ୟାଟ୍‍ ଉଚ୍ଛେଦ କରିଛନ୍ତି ।

ବିଜ୍ଞପ୍ତିର କିଛି ଦିନ ପରେ କଟକ ସ୍ୟାଟ ବାର ଆସୋସିଏସନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ପରେ ଏହି ସଂପର୍କରେ ଅନ୍ୟ ପାଞ୍ଚଟି ଆବେଦନ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା ।

ନ୍ୟାୟ ପ୍ରଦାନକୁ ଶୀଘ୍ର ସୁନିଶ୍ଚିତ କରିବା ପାଇଁ ପ୍ରଶାସନିକ ଟ୍ରିବ୍ୟୁନାଲ ଆକ୍ଟ (୧୯୮୫) ଅନୁଯାୟୀ ୧୪ ଜୁଲାଇ, ୧୯୮୬ ରେ ପ୍ରତିଷ୍ଠିତ ସ୍ୟାଟ୍‍ ଭୁବନେଶ୍ୱରରେ ଅବସ୍ଥିତ ଏବଂ ସମ୍ବଲପୁର ଏବଂ ବ୍ରହ୍ମପୁରପୁରର ସର୍କିଟ ବେଞ୍ଚଞ୍ଚ ବ୍ୟତୀତ କଟକ ଠାରେ ଏକ ନିୟମିତ ବେଞ୍ଚଞ୍ଚ ରହିଛି । ସ୍ୟାଟ୍‍ରେ ବିଚାରାଧୀନ ୭୦,୦୦୦ ରୁ ଅଧିକ ମାମଲା ହାଇକୋର୍ଟକୁ ହସ୍ତାନ୍ତର କରାଯିବ ।