Home General ସୋରିଷ ତେଲ ଦର ଦୁଇ ଗୁଣାରୁ ଅଧିକ

ସୋରିଷ ତେଲ ଦର ଦୁଇ ଗୁଣାରୁ ଅଧିକ

ଭୁବନେଶ୍ୱର : ସାତବର୍ଷ ମଧ୍ୟରେ ସୋରିଷ ତେଲର ଦର ଦୁଇ ଗୁଣାରୁ ଅଧିକ ହୋଇଯାଇଛି । ୨୦୧୪ରେ ସୋରିଷ ତେଲ କିଲୋ ୮୯ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୧୯୧ ଟଙ୍କା ହୋଇଛି । ଏଥି ସହିତ ପାମୋଲିନ ଓ ସୂର୍ଯ୍ୟମୁଖୀ ବି ତାଳ ଦେଇ ବଢି ଚାଲିଛି ।

 ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ  କହିଛନ୍ତି ଯେ ଖାଇବା ତେଲ ଯଥା ସୋରିଷ ତେଲ, ପାମୋଲିନ, ସୂର୍ଯ୍ୟମୁଖୀ ଓ ବିଭିନ୍ନ କିସମର ଡାଲି ଯଥା ହରଡ, ମସୁର, ବିରି, ମୁଗ, ବୁଟ ଆଦିରେ ଓଡିଶା ଏକ ଖାଉଟି ରାଜ୍ୟ ଅଟେ ଓ ଏହିସବୁ ଅତ୍ୟାବଶ୍ୟକ ସାମଗ୍ରୀ ଆମ ରାଜ୍ୟର ବ୍ୟବସାୀମାନେ ପଡୋଶୀ ରାଜ୍ୟମାନଙ୍କରୁ ଆମଦାନୀ କରି ରାଜ୍ୟ ଖାଉଟିମାନଙ୍କର ଚାହିଦା ମେଣ୍ଟାଇଥାନ୍ତି ।

ଚଳିତ ବର୍ଷ ମୂଲ୍ୟ ପରିସଂଖ୍ୟାନରୁ ଦେଖିବାକୁ ମିଳିଛି ଯେ ଚଳିତବର୍ଷ ଖାଇବା ତେଲ ଓ ଡାଲିରେ ମୂଲ୍ୟ ବୃଦ୍ଧି ଘଟିଅଛି । କେନ୍ଦ୍ର ସରକାରଙ୍କ ତଥା ଆମଦାନୀ ଓ ରପ୍ତାନି ନୀତି ଏବଂ ବିଭିନ୍ନ ଡାଲିଜାତୀୟ ଶସ୍ୟ ଓ ତୈଳବୀଜର ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଏହିସବୁ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏହାଛଡା ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁଁ ବାହାର ରାଜ୍ୟରୁ ଆମଦାନୀ କରଯାଉଥିବା ଡାଲି ଓ ଖାଇବାତେଲ ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟି ପରୋକ୍ଷରେ ଏହା ମୂଲ୍ୟବୃଦ୍ଧିରେ ସହାୟକ ହୋଇଛି ।

 ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ମସିହାରେ ସୋରିଷ ତେଲ କିଲୋ ପ୍ରତି ଦର ୮୯ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୧୯୧ ଟଙ୍କା ହୋଇଛି । ସେହିଭଳି ପାମୋଲିନ ତେଲ ଦର ୬୭ଟଙ୍କାରୁ ୧୫୦ ଟଙ୍କା, ସୂର୍ଯ୍ୟମୁଖୀ ତେଲ ୮୬ ଟଙ୍କାରୁ ୧୭୦ ଟଙ୍କାରେ ପହଞ୍ଚିଛି । ଦ୍ୱିତୀୟ କିସମ ବୁଟ ଡାଲିର ଦର ୪୪ ଟଙ୍କାରୁ ୭୧ ଟଙ୍କା ହୋଇଥିବାବେଳେ ହରଡଡାଲି ଦର ୭୪ରୁ ୧୦୦ ଏବଂ ମୁଗଡାଲି ଦର ୮୫ରୁ ୯୬ ଟଙ୍କା ହୋଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here