Home Education ସୋଆ ପକ୍ଷରୁ ଶିକ୍ଷାନୀତି ୱେବିନାର

ସୋଆ ପକ୍ଷରୁ ଶିକ୍ଷାନୀତି ୱେବିନାର

116
0

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ଏନଏସଏସ ଶାଖା ପକ୍ଷରୁ ଜାତୀୟ ଶିକ୍ଷା ନୀତି -୨୦୨୦ ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ୱେବିନାରରେ ସୋଆ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର ସାମଗ୍ରୀକ ଓ ସନ୍ତୁଳିତ ସ୍ୱାସ୍ଥ୍ୟ ଜାତୀୟ ଶିକ୍ଷୀ ନୀତିର କିପରି ଏକ ଅବିଚ୍ଛେଦ୍ୟ ଅଙ୍ଗ ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଆରଆଇଆଇ (ଏନସିଇଆରଟି) ଭୁବନେଶ୍ୱରର ଇତିହାସ ବିଭାଗର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ଶିକ୍ଷା ନୀତିର କେଉଁ ଅଂଶକୁ ସହଜରେ ଲାଗୁ କରିହେବ ଓ କାହାକୁ ଲାଗୁ କରିବାରେ ଅସୁବିଧାର ସାମ୍ନା କରିବାକୁ ପଡିବ ସେ ନେଇ ବିଷଦ ତର୍ଜମା କରିଥିଲେ ।

ଭାରତ ସରକାରଙ୍କ ଏନଏସଏସ ଆଞ୍ଚଳିକ ନିର୍ଦ୍ଦେଶକ, ଭୁବନେଶ୍ୱରର ଆର. ସାଇଦା ନାଏକ ଜାତୀୟ ଶିକ୍ଷା ନୀତି ଓ ଏନଏସଏସର କାର୍ଯ୍ୟଧାରା ସମ୍ପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଓଡ଼ିଶା ରାଜ୍ୟ ଏନଏସଏସ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଜାତୀୟ ଶିକ୍ଷା ନୀତିର ବହୁ ବିଷୟଭିତ୍ତିକ (ମଲ୍ଟିଡିସିପ୍ଲିନାରୀ) ଦିଗ ଉପରେ ଆଲୋଚନା କରିଥିଲେ ।

ଏହି ୱେବିନାରରେ ସୋଆ ଡିନ୍ ଛାତ୍ରମଙ୍ଗଳ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିବା ବଳେ ପ୍ରୋଗ୍ରାମ ଅଫିସର ଡ. ଚକ୍ରଧର ପାତ୍ର କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱେବିନାରରେ ୫୦୫ ଜଣ ପଞ୍ଜୀକରଣ କରିଥିଲେ । ଉଭୟ ଗୁଗୁଲ ମିଟ ଓ ଫେସବୁକରେ ଲାଇଭ ଷ୍ଟ୍ରିମ ହୋଇଥିଲା ।

ଏଥିରେ ସୋଆ ଏନଏସଏସ ଛାତ୍ରଛାତ୍ରୀ, ସୋଆରେ ଅଧ୍ୟୟନରତ ବିଦେଶୀ ଛାତ୍ର, ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଦିଲ୍ଲୀ ଆମିଟି, ସୁନାବେଡା, ଖରିଆର, ବରଗଡ, କଣ୍ଟାବାଞ୍ଜି, ମହାମୟୀ ଇତ୍ୟାଦି ଅନେକ ବିଶ୍ୱବିଦ୍ୟାଳୟ ଓ କଲେଜରୁ ବହୁ ବ୍ୟକ୍ତି ବିଶେଷ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଆଗାମୀ ଦିନରେ ଏନଏସଏସ ସ୍ୱେଚ୍ଛାସେବୀଙ୍କୁ ଏନଇପି ଆମ୍ବାସାଡର ଭାବରେ ପ୍ରସ୍ତୁତ କରିବା ପାଇଁ ୟୁନିଟୱାରି ଜାତୀୟ ଶିକ୍ଷା ନୀତି ଉପରେ ୱେବିନାର ଆୟୋଜନ ହେବ ବୋଲି ସୂଚନା ଦେଇଥିଲେ ପ୍ରୋଗାମ ସଂଯୋଜକ ଡ. ନଚିକେତା ଶର୍ମା । ଏହି କାର୍ଯ୍ୟକ୍ରମର ସଫଳତାର ବିଶେଷ ଭୂମିକା ତୁଲାଇଥିଲେ ସ୍ୱେଚ୍ଛାସେବୀ ପ୍ରତୀକ ଦାସ ଓ ଅମିତ ପଣ୍ଡା ।  

LEAVE A REPLY

Please enter your comment!
Please enter your name here