Home Education ସୋଆରେ ଷ୍ଟାର୍ଟ-ଅପ୍ ଯାତ୍ରା ୨.୦ ଭ୍ୟାନ୍‌

ସୋଆରେ ଷ୍ଟାର୍ଟ-ଅପ୍ ଯାତ୍ରା ୨.୦ ଭ୍ୟାନ୍‌

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଗଷ୍ଟ ୨୬ ତାରିଖ ଦିନ ଉଦ୍‌ଘାଟିତ ହୋଇଥିବା ଷ୍ଟାର୍ଟ-ଅପ୍ ଓଡ଼ିଶା ଯାତ୍ରା ୨.୦ ମଙ୍ଗଳବାର ସୋଆ କ୍ୟାମ୍ପସ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କର ଉତ୍ସାହ ବଢ଼ାଇଛି । ଯୁବପିଢ଼ିଙ୍କ ଠାରୁ ଉନ୍ନତମାନର ବ୍ୟବସାୟିକ ଚିନ୍ତାଧାରାକୁ ବାହାର କରିବା ହିଁ ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଭ୍ୟାନ୍‌ଟି ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କ୍ୟାମ୍ପସ୍‌ରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ସେମାନଙ୍କର ଷ୍ଟାର୍ଟ-ଅପ୍ ସମ୍ବନ୍ଧୀୟ ଚିନ୍ତାଧାରା ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ।

୬୦ ଦିନ ମଧ୍ୟରେ ଓଡ଼ିଶାର ୩୦ ଜିଲ୍ଲା ପରିଭ୍ରମଣ କରିବା ସହ ୧୦୦ଟି ଶିକ୍ଷାନୁଷ୍ଠାନରେ ପହଂଚି ଛାତ୍ରଛାତ୍ରୀମାନଙ୍କ ଠାରୁ ଉଦ୍ୟୋଗ ସମ୍ପର୍କିତ ୫୦୦୦ ରୁ ଊର୍ଦ୍ଧ୍ୱ ନୂତନ ଜ୍ଞାନକୌଶଳର ଉପାୟ ସଂଗ୍ରହ କରିବା ହିଁ ଏହି ଷ୍ଟାର୍ଟ-ଅପ୍ ଓଡ଼ିଶା ଯାତ୍ରା ୨.୦ର ଲକ୍ଷ୍ୟ ରହିଛି । ବର୍ତମାନ ସୁଦ୍ଧା ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ୧୩୦୦୦ ଷ୍ଟାର୍ଟ-ଅପ୍ ତାଲିକାଭୁକ୍ତ ହୋଇଥିବା ବେଳେ ଏମାନଙ୍କ ଭିତରୁ ୪୦ ପ୍ରତିଶତ ମହିଳା ଅଛନ୍ତି ।

ଏହି ଷ୍ଟାର୍ଟ-ଅପ୍ ଭ୍ୟାନ୍‌ଟିକୁ ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ. ସାହୁ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗର ପ୍ରଫେସରମାନେ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମକୁ ଡକ୍ଟର ସତୀଶ କୁମାର ସାମଲ ଏବଂ ଶ୍ରୀ ଅଶୋକ କୁମାର ନାୟକ ପରିଚାଳନା କରିଥିଲେ ।