Home Education ସୋଆରେ ଡାକ୍ତରୀ ପୁସ୍ତକ ଲୋକାର୍ପିତ

ସୋଆରେ ଡାକ୍ତରୀ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ “ମାନୁଆଲ୍ ଅଫ୍ କ୍ଲିନିକାଲ୍ କେସେସ୍ ଇନ୍ ଇଏନ୍‌ଟି ଆଣ୍ଡ ହେଡ୍‌-ନେକ ସର୍ଜରୀ” ପୁସ୍ତକ ଗୁରୁବାର ଦିନ ସୋଆ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଲୋକାର୍ପିତ କରାଯାଇଛି ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସନ୍ତୋଷ କୁମାର ସ୍ୱାଇଁ ଏହି ପୁସ୍ତକଟି ଲେଖିଛନ୍ତି ।

କମ୍ପିଟେନ୍‌ସି ବେସ୍‌ଡ ମେଡିକାଲ୍ ଏଜୁକେସନ୍‌ର ଆବଶ୍ୟକତାକୁ ଆଖିରେ ରଖି ପୁସ୍ତକଟିକୁ ପ୍ରସ୍ତୁତ କରାଯାଇଛି ବୋଲି ପ୍ରଫେସର (ଡାକ୍ତର) ସ୍ୱାଇଁ କହିଛନ୍ତି । ଏହା ଏମ୍‌ବିବିଏସ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ସହାୟତା କରିବ ବୋଲି ସେ କହିଛନ୍ତି ।