Home Covid ସୁସ୍ଥ ହାର ୯୭ ପ୍ରତିଶତ ଟପିଲା

ସୁସ୍ଥ ହାର ୯୭ ପ୍ରତିଶତ ଟପିଲା

ନୂଆଦିଲ୍ଲୀ : ଭାରତର କୋଭିଡ ସୁସ୍ଥ ହାର ବର୍ତ୍ତମାନ ୯୭ ପ୍ରତିଶତ ଅତ୍ରିକ୍ରମ କରି ୯୭.୧୭%ରେ ପହଞ୍ଚିଛି । ସମନ୍ୱିତ କୋଭିଡ-୧୯ ଟୀକାକରଣ ୧୭୧.୭୯ ଟପିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୮.୧୮ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୭୭ ନୂତନ ମାମଲା ରିପୋର୍ଟ ହୋଇଛି । ଭାରତର ବର୍ତ୍ତମାନ ୬,୯୭,୮୦୨ ଟି ସକ୍ରିୟ ମାମଲା ରହିଛି । ସାପ୍ତାହିକ ପଜିଟିଭ ହାର ବର୍ତ୍ତମାନ ୫.୭୬% ରେ ଅଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୪୮.୧୮ ଲକ୍ଷରୁ ଅଧିକ (୪୮,୧୮,୮୬୭) ଟିକା ପ୍ରଦାନ ସହିତ, ଆଜି ସକାଳ ୭ଟା ସୁଦ୍ଧା ଭାରତର କୋଭିଡ-୧୯ ଟୀକାକରଣ ୧୭୧.୭୯ କୋଟି (୧,୭୧,୭୯,୫୧,୪୩୨) ଅତିକ୍ରମ କରିଛି ।

୧,୯୧,୯୬,୭୩୪ ଅଧିବେଶନ ମାଧ୍ୟମରେ ଏହା ହାସଲ କରାଯାଇଛି । ଆଜି ସକାଳ ୭ ଟା ପର୍ଯ୍ୟନ୍ତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ସଂଗୃହିତ ଚିତ୍ରର ତଥ୍ୟ ଅନ୍ତର୍ଭୁକ୍ତ:

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୦,୪୦୭ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ସୁସ୍ଥ ହୋଇଥିବା ରୋଗୀମାନଙ୍କର ସଂଖ୍ୟା (ମହାମାରୀ ଆରମ୍ଭରୁ) ବର୍ତ୍ତମାନ ସୁଦ୍ଧା ୪,୧୩,୩୧,୧୫୮ ରହିଛି । ପରିଣାମ ସ୍ୱରୂପ ଭାରତର ସୁସ୍ଥ ହାର ୯୭.୧୭% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୭୭ ନୂତନ ମାମଲା ରିପୋର୍ଟ ହୋଇଥିଲା ।

ଭାରତର ସକ୍ରିୟ ମାମଲା ବର୍ତ୍ତମାନ ୬,୯୭,୮୦୨ ରେ ଅଛି । ସକ୍ରିୟ ମାମଲା ଦେଶର ମୋଟ ସକ୍ରିୟ ମାମଲାର ୧.୬୪% ଅଟେ ।

ସମଗ୍ର ଦେଶରେ ପରୀକ୍ଷା କ୍ଷମତା ବୃଦ୍ଧି ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୪,୯୧,୬୭୮ ପରୀକ୍ଷା କରାଯାଇଥିଲା । ଭାରତ ଏପର୍ଯ୍ୟନ୍ତ ୭୪.୭୮ କୋଟି (୭୪,୭୮,୭୦,୦୪୭) ରୁ ଅଧିକ ପରୀକ୍ଷଣ କରିଛି ।

ସମଗ୍ର ଦେଶରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଥିବାବେଳେ ଦେଶରେ ସାପ୍ତାହିକ ପଜିଟିଭିଟି ହାର ୫.୭୬% ଏବଂ ଦୈନିକ ପଜିଟିଭିଟି ହାର ୩..୮୯% ବୋଲି ଜଣାଯାଇଛି ।