Home Election ସୁରକ୍ଷା ବ୍ୟବସ୍ଥା ମଜବୁତ୍‌ କର

ସୁରକ୍ଷା ବ୍ୟବସ୍ଥା ମଜବୁତ୍‌ କର

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ରାଜ୍ୟର କେତେକ ସ୍ଥାନରେ ବିଶୃଙ୍ଖଳାକାରୀଙ୍କ ଦ୍ୱାରା ଗଣ୍ଡଗୋଳ ହେଉଥିବା ଖବର ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିଛି । ବିଶେଷ କରି ପୁରୀ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବିଶୃଙ୍ଖଳାକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି ।

ପୁରୀ ଜିଲ୍ଲାର କଣାସ ବ୍ଲକ୍‌ରେ ବିଶୃଙ୍ଖଳାକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ନିର୍ବାଚନ କମିଶନଙ୍କ ନିଜରକୁ ଆସିଛି । ଫଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ର୍ରକି୍ରୟାରେ ବାଧା ସୃଷ୍ଟି ହେଉଛି ।

ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।