Home General ସାହିତ୍ୟର ସଂପ୍ରସାରଣ ପାଇଁ ଅନୁବାଦ ଗୁରୁତ୍ୱପୂର୍ଣ୍ଣ

ସାହିତ୍ୟର ସଂପ୍ରସାରଣ ପାଇଁ ଅନୁବାଦ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଅନୁବାଦ ଜରିଆରେ ଭାରତୀୟ ସାହିତ୍ୟରେ ସଂପର୍କ କ୍ରିୟାଶୀଳ ହେଉଛି । ସାହିତି୍ୟକ ପରିବେଶ ନିର୍ମାଣରେ ଅନୁବାଦ ସେତୁ ଭାବେ କାର୍ଯ୍ୟ କରୁଛି । ସୁତରାଂ, ଓଡ଼ିଆ ସାହିତ୍ୟକୃତିଗୁଡ଼ିକର ବ୍ୟାପକ ଅନୁବାଦ ହେବା ଆବଶ୍ୟକ । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋଚକମାନେ ସାହିତ୍ୟର ପାଠକୀୟ ସଂପ୍ରସାରଣ ପାଇଁ ଅନୁବାଦ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛନ୍ତି ।

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ବିଶିଷ୍ଟ ଅନୁବାଦକ କ୍ଷୀରୋଦ ପରିଡ଼ାଙ୍କ ସହ କଥାବାର୍ତ୍ତାରେ ମିଳିତ ହୋଇଥିଲେ ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକ । ଶ୍ରୀ ପରିଡ଼ା ଅନୁବାଦରେ ତାଙ୍କର ଅଭିଜ୍ଞତା, ଓଡ଼ିଆ ସାହିତ୍ୟରେ ଅନୁବାଦର ସ୍ଥିତି ଓ ଭବିଷ୍ୟତ ଉପରେ ମତାମତ ରଖିଥିଲେ । ସରୋଜ ବଳ, ଡ. ପ୍ରଦୀପ୍ତ ବାରିକ ଓ ପବିତ୍ର ମୋହନ କର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

‘ଏ ମାସର କଥାକାର’ ଭାବରେ ଯୋଗଦେଇ ଚିନ୍ମୟୀ ପଣ୍ଡା ସ୍ୱରଚିତ ଗଳ୍ପ ପାଠ କରିଥିବାବେଳେ ଡ. ଅଭୟ ନାରାୟଣ ନାୟକ ଓ ଇତିଶ୍ରୀ ପତିଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅମୀୟ କୁମାର ସାହୁ, ମିନତୀ ମିଶ୍ର, ଡ. ସ୍ୱପ୍ନା ମିଶ୍ର, ଶାକ୍ୟସିଂହ ମହାପାତ୍ର, ସୀତେଶ ତି୍ରପାଠୀ, ଦେବେନ୍ଦ୍ର କୁମାର ବାଉରୀ, ଶୈଳେନ୍ଦ୍ର ଜେନା, ବିଧୁଭୂଷଣ ତି୍ରପାଠୀ, ଅଲେଖ ନନ୍ଦୀ, ସୁମିତ୍ରା ବେହେରା, ମନମୋହନ ମିଶ୍ର, ସଞ୍ଜୁଲତା ମହାନ୍ତି, ପୀତାମ୍ବର ଭୋଇ, ବିରଞ୍ଚି ଶତପଥୀ, ଡ. ନନ୍ଦକିଶୋର ବିଶ୍ୱାଳ, ମିହିରକାନ୍ତି ଦାସ, ସବିତା ଶତପଥୀ, ସୁସ୍ମିତା ଶତପଥୀ, ଡ. ବାସନ୍ତୀ ମହାନ୍ତି ଓ ସ୍ୱର୍ଣ୍ଣଲତା ମହାପାତ୍ର ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।