Home Media ସାମ୍ବାଦିକମାନେ ସଚେତନତା ସୃଷ୍ଟି କରନ୍ତୁ

ସାମ୍ବାଦିକମାନେ ସଚେତନତା ସୃଷ୍ଟି କରନ୍ତୁ

କରୋନା ସମ୍ପର୍କିତ ଜନସଚେତନତା ସୃଷ୍ଟି କରି ଲୋକମାନଙ୍କୁ ସତର୍କ ରହିବା ପାଇଁ ସାମ୍ବାଦିକମାନେ ଉଦ୍ୟମ କରିବା ଉଚିତ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ କହିଛନ୍ତି । ଜାତୀୟ ପ୍ରେସ୍ ଦିବସ ଅବସରରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ବିଶ୍ୱର ୨୧୩ଟି ଦେଶ ବର୍ତ୍ତମାନ କରୋନା ସଂକ୍ରମଣରେ କବଳିତ ହୋଇଛି । ଏହାର କୌଣସି ସଫଳ ଔଷଧ କିମ୍ବା ଟୀକା ବାହାରି ନଥିବାରୁ ଏ ସଂମ୍ପର୍କିତ ସଚେତନତା ସୃଷ୍ଟି କରିବା ଦ୍ୱାରା ହିଁ ଏହାର ସଂକ୍ରମଣକୁ ରୋକାଯାଇ ପାରିବ ।

ଉତ୍ସବକୁ ଉଦଘାଟନ କରି ରାଜ୍ୟ ମାନବାଧିକାର କମିଶନର ପୂୂର୍ବତନ ଅଧ୍ୟକ୍ଷ ଜଷ୍ଟିସ ବୀରକିଶୋର ମିଶ୍ର କହିଥିଲେ ଯେ, ସାମ୍ବାଦିକମାନେ ନିର୍ଭୀକ ହେବା ଉଚିତ୍ । ଦୈନିକ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ‘ପ୍ରମେୟ’ର ସମ୍ପାଦକ ଗୋପାଳକ୍ରିଷ୍ଣ ମହାପାତ୍ରଙ୍କୁ ଚଳିତବର୍ଷ ପାଇଁ ଉକ୍ରଳ ସାମ୍ବାଦିକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶ୍ରୀ ମହାପାତ୍ର ଉଚ୍ଚ ସମ୍ମାନ ମିଳିଲେ ବୃତ୍ତିର ଅନ୍ତ ଘଟୁଥିବାରୁ ଏଭଳି ଏକ ବଡ଼ ସମ୍ମାନ ତାଙ୍କ ବୃତ୍ତିରୁ ଅନ୍ତରାୟ ହେବ ନାହିଁ ବୋଲି ସେ କହିଥିଲେ ।

ଉକ୍ରଳ ମେଲ୍ର ସମ୍ପାଦକ ପୀତବାସ ମିଶ୍ର, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ଚଳିତବର୍ଷ ପ୍ରେସ୍ ଦିବସରର ଆଲୋଚ୍ୟ ପ୍ରସଙ୍ଗ ଭାବେ କୋଭିଡ୍ ନିୟମ ଓ ସାମ୍ବାଦିକମାନଙ୍କର ଭୂମିକା ରହିଥିବାରୁ ନିର୍ଭୀକଭାବେ ପ୍ରତ୍ୟେକ କ୍ଷେତ୍ରରେ ପ୍ରେସର ନିୟମ ଉଲଂଘନକୁ ପ୍ରକାଶ ପ୍ରକାଶ କରିବା ଉଚିତ ବୋଲି କହିଥିଲେ ।

ଉକ୍ରଳ ସାମ୍ବାଦିକ ୟୁନିୟନର ସଭାପତି ବିଭୂତି ଭୂଷଣ କର ସାମ୍ବାଦିକମାନେ ଲୋଭର ବଶବର୍ତ୍ତୀ ନହେବା ତଥା ଭୟ ନକରିବା ସାମ୍ବାଦିକର ଧର୍ମ ବୋଲି କହିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କଠିନ ପରିସ୍ଥିତିରୁ ସମାଜକୁ ଦିଗଦର୍ଶନ ଦେବା ପାଇଁ ଗଣମାଧ୍ୟମ କାମ କରୁ ବୋଲି କହିଥିଲେ ।

ଏହି ଅବସରରେ ରାଜ୍ୟର ୨୭ଜଣ ବରିଷ୍ଠ ସାମ୍ବାଦିକ ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ପ୍ରବୋଧ କୁମାର ମିଶ୍ର, ସାରଦା ପ୍ରସନ୍ନ ନନ୍ଦ, ବସନ୍ତ କୁମାର ଦାସ, ପ୍ରଦୋଷ ପଟ୍ଟନାୟକ, ଅରୁଣ କୁମାର ପଣ୍ଡା, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅର୍ଜୁନ ରଞ୍ଜନ ପଣ୍ଡା, ଗଜେନ୍ଦ୍ର କୁମାର ମହାନ୍ତି, ସେକ୍ ଅହମ୍ମଦ ମନାନ, ସୁରେନ୍ଦ୍ର ସାହୁ, ବସନ୍ତ ଦାସ, ଭାଗବତ ତ୍ରିପାଠୀ, ଶ୍ରୀରାମ ଦାଶ, ସୁଦାମ ଚରଣ ନାୟକ, ହଳଧର ଧୀର, ଅଜିତ୍ କୁମାର ମହାନ୍ତି, ଅକ୍ଷୟ କୁମାର ପତି, ପଦ୍ମନାଭ ଜେନା, ଶିବ ପ୍ରସାଦ ତ୍ରିପାଠୀ, ସୁବାସ ପାଣିଗ୍ରାହୀ, ଗୋଲକ ଚନ୍ଦ୍ର ସୂତାର, ସୁଜ୍ଞାନ ଚୌଧୁରୀ, ଶିବରାମ ଦାସ ଓ ଗୁରୁକଲ୍ୟାଣ ମହାପାତ୍ରଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପେନ୍ସନ ପ୍ରଦାନ କରାଯାଇଥିଲା ।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ଜାତୀୟ ପ୍ରେସ୍ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କଲ୍ୟାଣ ବୋର୍ଡ଼ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ଦେବା ସହ ସରକାରଙ୍କ ନିୟମ ଅନୁଯାୟୀ ବରିଷ୍ଠ ନାଗରିକମାନେ ଘରୁ ବାହାରକୁ ନ ବାହାରିବା ଉଚିତ୍ ବୋଲି କହିଥିଲେ ।

ଉତ୍ସବର ପ୍ରାରମ୍ଭରେ ସ୍ୱର୍ଗତ ବରିଷ୍ଠ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଏକ ନୀରବ ପ୍ରାର୍ଥନା ହୋଇଥିଲା । ଏହି ଉତ୍ସବରେ ପିଆଇବିର ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, କଲ୍ୟାଣ ବୋର୍ଡ଼ର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଭାସ କୁମାର ଦାସ, ସୁଧାଂଶୁ ଶେଖର ମହାନ୍ତି ଓ ଲଲାଟେନ୍ଦୁ ପ୍ରମୁଖ ସଭା ପରି•ଳନା କରିଥିଲେ ।ଧ