Home Finance ସାମାଜିକ, କୃଷି କ୍ଷେତ୍ରରେ ବ୍ୟୟ ବଢିଛି

ସାମାଜିକ, କୃଷି କ୍ଷେତ୍ରରେ ବ୍ୟୟ ବଢିଛି

ଭୁବନେଶ୍ୱର : ସାମାଜିକ ଓ କୃଷି କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ ଯୋଗୁଁ ବଜେଟ୍‍ ଖର୍ଚ୍ଚ ବୃଦ୍ଧି ପାଇଛି । ନିକଟରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ବଜେଟ୍‍ ବ୍ୟୟକୁ ନେଇ ହୋଇଥିବା ସମୀକ୍ଷାରୁ ଏହା ଜଣାପଡିଛି ।

ଏହି ସୂଚନା ଅନୁଯାୟୀ ଚଳିତବର୍ଷ ଜୁନ୍‍ ଶେଷ ସୁଦ୍ଧା ବଜେଟ୍‍ ଅର୍ଥରୁ ୧୭.୩୩ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି ହୋଇଛି ଯାହା କି ପୂର୍ବ ବର୍ଷର ବଜେଟ ବ୍ୟୟ ତୁଳନାରେ ୨.୯୮ ପ୍ରତିଶତ ଅଧିକ ରହିଛି । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୧୬.୮୦ ପ୍ରତିଶତ ବ୍ୟୟ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ୩.୯୯ ପ୍ରତିଶତ ଅଧିକ । ଏଭଳି ବ୍ୟୟର କାରଣ କାଳିଆ ଯୋଜନାରେ ଚାଷୀଙ୍କୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ ବୋଲି ଅଧିକାରୀମାନେ କହିଛନ୍ତି ।

ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଏ କ୍ଷେତ୍ରରେ ୯.୧୬ ପ୍ରତିଶତ ବ୍ୟୟ ହୋଇଛି ଯାହାକି ଗତବର୍ଷ ୯.୪୮ ପ୍ରତିଶତ ଥିଲା । ବ୍ୟୟ ହ୍ରାସର କାରଣ ଲକଡାଉନ ଓ ସଟ୍‍ଡାଉନ ବୋଲି କୁହାଯାଇଛି । ସାମାଜିକ କ୍ଷେତ୍ରରେ ବଜେଟ୍‍ ଆକଳନର ୨୦.୯୮ ପ୍ରତିଶତ ବ୍ୟୟ ହୋଇଛି । ଗତବର୍ଷ ଏହା ୧୭.୧୪ ପ୍ରତିଶତ ଥିଲା । ସେହିଭଳି ଜୁନ୍‍ ସୁଦ୍ଧା ଯୋଜନା ବ୍ୟୟ ୧୭.୦୧ ପ୍ରତିଶତ ହୋଇଛି ଯାହାକି ଗତବର୍ଷ ୧୧.୦୭ପ୍ରତିଶତ ରହିଥିଲା । ବଜେଟ୍‍ ବ୍ୟୟ ୬ ପ୍ରତିଶତ ବୃଦ୍ଧିପାଇଛି ।

କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଜୁନ୍‍ ସୁଦ୍ଧା ଯୋଜନା ବ୍ୟୟ ୧୬.୮୮ ପ୍ରତିଶତ ହୋଇଛି ଯାହା କି ଗତବର୍ଷ ୨.୦୧ ପ୍ରତିଶତ ରହିଥିଳା । କାଳିଆ ଯୋଜନା ପାଇଁ ଗତବର୍ଷ ତୁଳନାରେ ବଜେଟ୍‍ ବ୍ୟୟ ୧୪.୮୭ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟୟ ବୃଦ୍ଧି ମାତ୍ର ୪.୧୭ ପ୍ରତିଶତ ହୋଇଛି ।

ସାମାଜିକ କ୍ଷେତ୍ରରେ ଯୋଜନା ବ୍ୟୟ ଜୁନ୍‍ ସୁଦ୍ଧା ୨୧.୫୬ ପ୍ରତିଶତ ହୋଇଛି ଯାହା ଗତବର୍ଷ ୧୪.୪୨ ପ୍ରତିଶତ ଥିଲା । ତେବେ ଅନ୍ୟାନ୍ୟ କ୍ଷେତ୍ରରେ ଜୁନ୍‍ ସୁଦ୍ଧା ଯୋଜନା ବ୍ୟୟ ପରିମାଣ ୧୦.୧୨ ପ୍ରତିଶତ ରହିଛି ଯାହା ପୂର୍ବବର୍ଷ ୧୮.୪୨ପ୍ରତିଶତ ଥିଲା । ତେବେ ଜୁନ୍‍ ସୁଦ୍ଧା ମୋଟ୍‍ ଯୋଜନା ବ୍ୟୟ ପରିମାଣ ୧୭.୦୧ ପ୍ରତିଶତ ରହିଛି ଯାହା ଗତବର୍ଷ ୧୧.୦୭ ପ୍ରତିଶତ ରହିଥିଲା ।

ଚଳିତବର୍ଷ ବଜେଟ୍‍ ବରାଦ ଅନୁଯାୟୀ ଯୋଜନା ବ୍ୟୟ ୫.୯୪ ପ୍ରତିଶତ ବୃଦ୍ଧି ପାଇଛି । ଏପ୍ରିଲ୍‍ ଓ ମଇମାସରେ ହୋଇଥିବା ବ୍ୟୟ ବୃଦ୍ଧି ଜୁନ୍‍ ମାସରେ ଦେଖିବାକୁ ମିଳିଛି । ତେବେ ବିଭାଗୀୟ ଅଧିକାରୀମାନେ ବ୍ୟୟ ବୃଦ୍ଧି ଜରିଆରେ ଆର୍ଥିକ ସ୍ଥିତିକୁ ସୁଧାରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ପଦକ୍ଷେପ ଗ୍ରହଣ କରୁଚନ୍ତି ।

କୋଭିଡି ପରିଚାଳନା ପାଇଁ ହେଉଥିବା ବ୍ୟୟକୁ ସମ୍ପୂର୍ଣ୍ଣ ଅର୍ଥ ଯୋଗାଇ ଦିଆଯାଉଛି । ଅଧିକାରୀ ଦର୍ଶାଇଛନ୍ତି ଯେ ପୁଞ୍ଜି ବ୍ୟୟ (କାପେକ୍ସ) ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି । କାପେକ୍ସ ଯୋଜନା କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାର ଅଧିକ ଅର୍ଥ ଯୋଗାଉଥିବାବେଳେ ୫-ଟି ପ୍ରୋତ୍ସାହନରେ ଏକାଧିକ ପ୍ଲାଗସିପ୍‍ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

LEAVE A REPLY

Please enter your comment!
Please enter your name here