Home General ସାଉଦିଆରବରୁ ଆସିବ କଣ୍ଟେନର

ସାଉଦିଆରବରୁ ଆସିବ କଣ୍ଟେନର

ନୂଆଦିଲ୍ଲୀ : ଭାରତକୁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ଓ ୩ଟି ଆଇଏସଓ କଣ୍ଟେନର ଆସୁଅଛି । ଏହି କଂଟେନର ଜୁନ ୬ରେ ମୁମ୍ବାଇରେ ପହଁଚିବ । ଏହାସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସଓ କଣ୍ଟେନର ସାଉଦିଆରବରୁ ଆସିବା ନେଇ ସେ ସୂଚନା ଦେଇଛନ୍ତି ।

ସାଉଦିଆରବର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଦିଆରବର ନେତୃତ୍ୱ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରତିଫଳନ । ଏହି ୩ କଂଟେନର ଏବଂ ଆଗାମୀ ଦିନରେ ଆସିବାକୁ ଥିବା କଣ୍ଟେନର ଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ପାଖରେ ରହିବ । ସାଉଦି ଆରବର କମ୍ପାନୀ ଲିନ୍ଦେ ଦାମନମ୍ ଠାରୁ ଇଣ୍ଡିଆନ ଅଏଲ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଦେଶ ପାଇଁ ଆମଦାନୀ କରିବ ।

ସୂଚନାଯୋଗ୍ୟ, ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ କୋଭିଡ୍ ବିରୋଧୀ ଲଢ଼େଇରେ ନିରନ୍ତର ସହଯୋଗ କରିବା ଉପରେ ପ୍ରିନ୍ସ ଅବୁଦୁଲାଜିଜ୍ ସହ ଆଲୋଚନା କରିଥିଲେ ।