Home General ସାଇବର ଅପରାଧରୁ ପିଲାଙ୍କୁ ଦୂରେଇ ରଖ

ସାଇବର ଅପରାଧରୁ ପିଲାଙ୍କୁ ଦୂରେଇ ରଖ

ଭୁବନେଶ୍ୱର : ପିଲାମାନଙ୍କୁ ସାଇବର ଅପରାଧିଙ୍କ ଠାରୁ ଦୂରେଇ ରଖିବାରେ ଅଭିଭାବଙ୍କ ଭୁମିକା ଗୁରୁତ୍ୱପୂର୍ଣ । କେବଳ ଅଭିଭାବକମାଙ୍କ ନୁହନ୍ତି, ଶିଶୁ ଓ ମହିଳାମାନଙ୍କୁ ଏଭଳି ଅପରାଧରୁ ଶିକାର ହେବାରୁ ଦୁରେଇ ରଖିବାକୁ ବ୍ଯାପକ ଜନସଚେତନତା ଲୋଡା ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍), ରାଜ୍ଯ ଶିଶୁ ସୁରକ୍ଷା ଆୟୋଗ ଦ୍ୱାରା ଆୟୋଜିତ ଓ ଫ୍ଲୋରାଲଦ୍ରାଲୋସା ବାର୍ଣ୍ଣ ର ସହଯୋଗ ରେ ଅନଲାଇନ୍‍ ସୁରକ୍ଷା ଉପରେ ଭୁବନେଶ୍ୱର ର ରୋଟାରୀ ଭବନ ଠାରେ ଅନୁଷ୍ଠିତ ରାଜ୍ଯସ୍ତରୀୟ କର୍ମଶାଳାରେ ଏଭଳି ମତପ୍ରକାଶ ପାଇଛି । କର୍ମଶାଳା ର ପ୍ରାରମ୍ଭରେ ପିକକ୍‍ ର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶିକା ଅନୁରଧା ମହାନ୍ତି ସ୍ୱାଗତ ଭାଷଣ ଦେଇ ଏହି କର୍ମଶାଳା ର ଉଦ୍ଦେଶ୍ଯ ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସେ ସାଇବର ଅପରାଧ ର ଭୟାଭୟତା ଓ ପିଲାମାନଙ୍କୁ କିପରି ଏଥିରୁ ସୁରକ୍ଷିତ ରଖିବା ସେ ସଂକ୍ରାନ୍ତରେ ସୂଚନା ଦେଇଥିଲେ ।

କର୍ମଶାଳା ରେ ଯୋଗଦେଇ ରାଜ୍ଯ ଶିଶୁ ସୁରକ୍ଷା ଆୟୋଗ ର ଅଧ୍ଯକ୍ଷା ସଂଧ୍ଯାବତୀ ପ୍ରଧାନ କହିଲେ ଯେ ଶିଶୁ ମାନଙ୍କ ନିରାପତ୍ତା ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ଯକ ଓ ଏଥିପାଇଁ ସମସ୍ତେ ସତର୍କ ରହିବା ଆବଶ୍ଯକ। ଶିଶୁ ସୁରକ୍ଷା ଆୟୋଗ ର ସଦସ୍ଯା ଦିବ୍ଯା ଶାଶ୍ୱତୀ ଆୟୋଗ ର ୪୦ ଦିନିଆ ଶିଶୁ ଅଧିକାର ଅଭିଯାନ ଉପରେ ଆଲୋକପାତ କରିଥିଲେ ।

ଏହି ଅଭିଯାନ ମାଧ୍ଯମରେ ବ୍ଯାପକ ଜନସଚେତନତା ସୃଷ୍ଟି କରିବା  ଆୟୋଗ ର ଲକ୍ଷ୍ଯ ବୋଲି ସେ ମତବ୍ଯକ୍ତ କରିଥିଲେ ।ଆଡପସନ୍‍ ସେନଂଟ୍ରମର ଜାତୀୟ ନିର୍ଦ୍ଦେଶିକା ରୁବି ରାଉତ କହିଲେ ଯେ ଆମେ ପିଲାଙ୍କ ପାଇଁ ସମୟ ଦେବା ଆବଶ୍ଯକ । କେଉଁ ସାଇଟ୍‍ ଯିବା ଓ କେଉଁଠିକୁ ଯିବାନି ସେ ସଂକ୍ରାନ୍ତ ରେ ପିଲାମାନେ ଭଲଭାବେ ଜାଣିବା ଦରକାର । ପିଲାମାନଙ୍କ ପାଇ ଏ ଭଲ ବାତ୍ତାବରଣ ସୃଷ୍ଟି କରିବାର ଆବଶ୍ଯକତା ରହିଛି ବୋଲି ଶ୍ରୀମତି ରାଉତ ମତ ଦେଇଥିଲେ । ସାଇବର ବିଶେଷଜ୍ଞ ଦିବାକର ଦାଶ କହିଲେ ଯେ ପିଲା ଓ ମହିଳା ମାନେ ସାଇବର ଠକେଇ ଅଧିକା ଶିକାର ହେଉଛନ୍ତି ।

ଏହାକୁ ରୋକିବାପାଇଁ ସାଇବର ସୁରକ୍ଷା ଉପାୟ ଓ ସଚେତନତା ଆବଶ୍ଯକ ଓ ଏଥିପାଇଁ ଆମ ସମସ୍ତଙ୍କୁ ସଜାଗ ରହିବାକୁ ପଡିବ । ପିଲାମାନଙ୍କୁ ଅନାବଶ୍ଯକ ସାଇଟ ଦେଖିବାକୁ ନଦେବା ଓ ବାପା ମା ମାନେ ସେଥିପାଇଁ ସତର୍କ ଦୃଷ୍ଟି ରଖିବା ଉଚିତ ବୋଲି ସେ ମତବ୍ଯକ୍ତ କରିଥିଲେ । ସେ “ଫାମିଲି ଲିଙ୍କ୍‍” ଭଳି ପ୍ରୋଗ୍ରାମ କୁ ବ୍ଯବହାର କରି ପିଲା ମାନଙ୍କ ର ଅନ୍‍ଲାଇନ୍‍ କାର୍ଯ୍ଯକଳାପ ଉପରେ ଦୃଷ୍ଟି ରଖିହେବ ବୋଲି ମତ ରଖିଥିଲେ ।

ପ୍ରତିନିଧି ମାନେ ପ୍ରଶ୍ନୋତ୍ତର ମାଧ୍ଯମରେ ଆଲୋଚନା କରିଥିଲା । ପିକକ୍‍ ର ଅଲ୍ପନା ଦାସ, ଜ୍ଯୋତିଶଙ୍କର ମହାନ୍ତି, ଉପମା ମହାନ୍ତି, ପ୍ରିୟଦର୍ଶିନୀ ପ୍ରମୁଖ ଏହି କାର୍ଯ୍ଯକ୍ରମ ର ପରିଚାଳନା କରିଥିଲେ । ଏହି କାର୍ଯ୍ଯକ୍ରମ ରେ ବିଭିଂନ ଜିଲ୍ଲା ର ଡିସିପିଓ, ସିଡିପିଓ, ଶିକ୍ଷକ, ପଂଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହୟତା ଗୃପ ର ସଦସ୍ଯା, ଆଦି ଭାଗ ନେଇଥିଲେ ।