Home Health ସମ୍ମମକୁ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ

ସମ୍ମମକୁ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ

ଭୁବନେଶ୍ୱର : ମାତ୍ର ଏକ ବର୍ଷ ମଧ୍ୟରେ ପୁଣି ଏକ ସଫଳତା ସାଉଁଟିଛି ସମ୍ ଅଲ୍ଟିମେଟ ମେଡିକେୟାର । ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲର ମାନ୍ୟତା ହାସଲ କରିଛି ସମ୍ ଅଲ୍ଟିମେଟ୍ ମେଡିକେୟାର । ଟାଇମ୍ସ ଗ୍ରୁପ୍ ଦ୍ୱାରା ଆୟୋଜିତ ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାର୍ଡ କାର୍ଯ୍ୟକ୍ରମରେ ଦ ୱାନ୍ ଷ୍ଟପ୍‌, ନେକ୍ସ୍‌ଟ ଜେନେରେସନ୍ ମଲ୍ଟି ସ୍ପେଶାଲଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲଟିମେଟ୍ ମେଡିକେୟାର (ସମ୍ମମ୍‌)କୁ ମିଳିଛି ଏହି ସମ୍ମାନ ।

ଟାଇମ୍ସ ହେଲ୍‌ଥ ଆଇକନ୍ ଆୱାଡ କାର୍ଯ୍ୟକ୍ରମରେ ଇମର୍ଜିଂ କାଟେଗୋରୀରେ ପୂର୍ବ ଭାରତର ଏକ ନମ୍ବର ମଲ୍ଟି ସ୍ପେଶାଲଟି ହସ୍ପିଟାଲ୍ ଭାବେ ରୋଗୀ ସେବା ଏବଂ ସୁରକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଧରଣର କାର୍ଯ୍ୟକରି ଏହି ଯୋଗ୍ୟତା ହାସଲ କରିଛି ସମ୍ମମ୍ ।

ସମ୍ ଅଲ୍ଟିମେଟ ମେଡିକେୟାରର କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅଙ୍କୋଲୋଜି, ଗ୍ୟାଷ୍ଟ୍ରୋଏନଟେରୋଲୋଜି, ଗାଏନାକୋଲୋଜି ଆଣ୍ଡ ଅବଷ୍ଟ୍ରେଟିକ୍ସ, ୟୁରୋଲୋଜି, ଏର୍ମଜେନ୍ସି ଆଣ୍ଡ ଟ୍ରମା ଏବଂ ପେଡିଆଟ୍ରିକସ ଭଳି ବିଭାଗଗୁଡ଼ିକ ଏମର୍ଜିଂ କାଟେଗୋରୀରେ ଟାଇମ୍ସ ହେଲଥ ଆଇକନ୍ ଆୱାର୍ଡ ଦ୍ୱାରା ଏକ ନମ୍ବରର ମାନ୍ୟତା ପାଇ ସମ୍ମାନିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍ ପକ୍ଷରୁ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର୍ ଡଃ ଶ୍ୱେତପଦ୍ମା ଦାଶ ଏବଂ ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିଅର୍ ଡାକ୍ତର ବିରାଜ ମୋହନ ମିଶ୍ର ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବରିଷ୍ଠ ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀ ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ ।

ନିକଟରେ ସମ୍ ଅଲ୍ଟିମେଟ ମେଡିକେୟାର ନ୍ୟାସ୍‌ନାଲ୍ ଆକ୍ରେଡିଟେସନ୍ ବୋର୍ଡ ଫର୍ ହସ୍ପିଟାଲ୍ ଆଣ୍ଡ ହେଲ୍‌ଥ କେୟାର ପ୍ରୋଭାଇଡର୍ସ (ଏନ୍‌.ଏ.ବି.ଏଚ୍‌) ସାର୍ଟିଫିକେଟ୍ ପାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛି । ଏହାର ୫ମ ସଂସ୍କରଣକୁ ଗୋଟିଏ ବର୍ଷ ଶେଷ ହୋଇ ନଥିବା ବେଳେ ସଫଳତାର ସହ ସମ୍ମମ୍ ରେକର୍ଡ ସଂଖ୍ୟକ ୩୬୫ ଦିନ ସମୟସୀମା ମଧ୍ୟରେ ଏହି ସ୍ୱୀକୃତି ହାସଲ କରିପାରିଛି ।

ଏନ୍‌.ଏ.ବି.ଏଚ୍ ୫ମ ସଂସ୍କରଣରେ ସ୍ୱୀକୃତି ପାଇବା ନେଇ ସମ୍ମମ୍ ହେଉଛି ଭାରତର ପ୍ରଥମ ହସ୍ପିଟାଲ୍ । ବର୍ଷକ ମଧ୍ୟରେ ଏହି ହସ୍ପିଟାଲ୍ ୫ଟି ଉଚ୍ଚମାନର ସ୍ୱୀକୃତି ହାସଲ କରିବାରେ ସକ୍ଷମ ହୋଇପାରିଛି ।