Home Media ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ୍‍

ସଫେଇ କର୍ମଚାରୀଙ୍କୁ ସୁରକ୍ଷା କିଟ୍‍

ସଫେଇ କର୍ମଚାରୀମାନଙ୍କୁ ମିଳିଛି ସୁରକ୍ଷା କିଟ୍ । କରୋନା ମହାମାରୀ ସମୟରେ ନିଜର କର୍ତବ୍ୟ ପରାୟଣତା ଏବଂ ନିଷ୍ଠାପରତା ଯୋଗୁଁ ବିଏମ୍‍ସି ଏବଂ ଭୁବନେଶ୍ୱର ସ୍ମାର୍ଟ୍ ସିଟି ଲିମିଟେଡ୍ ତରଫରୁ ସଫେଇ କର୍ମଚାରୀ ମାନଙ୍କୁ ସୁରକ୍ଷା କିଟ୍ ଯୋଗାଇ ଦିଆଯାଇଛି ।

ଏଥିରେ ସେମାନଙ୍କୁ ସାବୁନ୍, ଫେସ୍ମାସ୍କ୍, ଗ୍ଲୋବସ୍ ଏବଂ ସାନିଟାଇଜର ଇତ୍ୟାଦି ଦିଆଯାଇଛି । ଏହାକୁ ସ୍ମାର୍ଟସିଟି ପ୍ରକଳ୍ପ ଅଧିନରେ ୟୁଏନଡିପିର ସୋସିଆଲି ସ୍ମାର୍ଟ ପ୍ରକଳ୍ପ ତତ୍ୱାବଧାନରେ ହମାରା ବଚପନ୍- ୟୁନିସେଫ୍ ତରଫରୁ ଯୋଗାଇଦିଆଯାଇଛି । ତେବେ ଭୁବନେଶ୍ୱର ସ୍ମାର୍ଟ୍ ସିଟି ଲିମିଟେଡ୍ ପ୍ରକଳ୍ପ ଅଂଚଳ ଟାଉନ୍ ସେଣ୍ଟର ଡିଷ୍ଟ୍ରିକ୍ଟର ସଫେଇ କର୍ମଚାରୀମାନଙ୍କୁ ଏହି କିଟ୍ ପ୍ରଦାନ କରିଛନ୍ତି ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଉକ୍ତ ଅଧିବେଶନ ପୁର୍ବରୁ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଏବଂ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଆଧାରରେ ଏକ ପଦଯାତ୍ରା ଶହୀଦନଗର ସ୍ଥିତ ୱାର୍ଡ୍ ଅଫିସ୍ ନିକଟରୁ ବାହାରି ସ୍ମାର୍ଟ୍ ସିଟି ଭବାନୀମଲ୍ ଦେଇ ସ୍ମାର୍ଟପାର୍କରେ ଆୟୋଜିତ ସଭାଠାରେ ପହଂଚିଥିଲା । ବିଏମସି, ସ୍ମାର୍ଟସିଟି ର୍କଚାରୀ, ସଫେଇ କର୍ମଚାରୀ, ୱାର୍ଡ୍ ଅଫିସ୍ ଷ୍ଟାଫ୍, ସ୍ୱଚ୍ଛସାଥି, ସାନିଟାରୀ ଇନିସପେକ୍ଟର୍ ଇତ୍ୟାଦି ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ।

ଆୟୋଜିତ ପଦଯାତ୍ରାରେ ଏକ ସ୍ୱଚ୍ଛରଥ ବୁଲି ବର୍ଜ୍ୟ ପୃଥକୀକରଣର ବାର୍ତ୍ତା ବାଣ୍ଟିବା ସହିତ ଘର ଘର ବୁଲି ନିୟୋଜିତ ସ୍ୱଚ୍ଛସାଥିମାନେ ସ୍ୱଚ୍ଛତା ନିବେଦନ ଲିଫଲେଟ୍ ବାଂଟିଥିଲେ ଏବଂ ବର୍ତମାନ ଠାରୁ ଦୁଇଟି ପାତ୍ରରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ରଖି ସଫେଇବାଲାଙ୍କୁ ଦେବାପାଇଁ କହିଥିଲେ ।

ବିଏମ୍ସି କମିଶନର ଏବଂ ବିଏସସିଏଲ୍ ର ମୁଖ୍ୟ ଏହି ଅବସରେ ସଫେଇ କର୍ମଚାରୀମାନଙ୍କୁ ସମ୍ବୋଧନ କରି କହିଲେ ଯେ, କରୋନା ମହାମାରୀ ଭଳି ମହାମାରୀ ସମୟରେ ମଧ୍ୟ ଆମର ସଫେଇ କର୍ମଚାରୀ ମାନେ ହାର୍ ନମାନି ନିଜର ଭୁମିକା ନିଭାଇଛନ୍ତି । ତେଣୁ ଏହି ପରୀପ୍ରେକ୍ଷୀରେ ସେମାନେ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର । ସେମାନଙ୍କର ଏହିଭଳି ଉତ୍ସର୍ଗ ଆମପାଇଁ ଆହ୍ୱାନ, ବିଶେଷ କରି ୨୦୨୧ର ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଏହା ଭୁବନେଶ୍ୱର ବାସୀଙ୍କୁ “ମୁଁ ସଫେଇ ବାଲା” ର ଭୁମିକାରେ ଅବତୀର୍ଣ୍ଣ ହେବାକୁ ଖୋରାକ ଯୋଗାଇବ ।