Home News in Odia ସପ୍ତାହରେ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ

ସପ୍ତାହରେ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର : ପ୍ରତି ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିାବବେଳେ ଆସନ୍ତା ୨୪ ତାରିଖରୁ ଏହା ଲାଗୁହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି ।

ପୂର୍ବରୁ ଶ୍ରୀମିନ୍ଦରକୁ ସାନିଟାଇଜ ପାଇଁ କେବଳ ରବିବାର ବନ୍ଦ କରାଯାଉଥିବାବେଳେ ଏବେ ଉଭୟ ଶନିବାର ଏବଂ ରବିବାଦ ଦୁଇଦିନ ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିରକୁ ବିଶୋଧନ କରାଯିବ । ସେହିଭଳି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନଙ୍କ ଲାଗି ଆରଟି-ପିସିଆର ପରୀକ୍ଷାର ନେଭେଟିଭ ରିପୋର୍ଟ କିମ୍ବା କୋଭିଟ ଟିକାର ଦୁଇଟି ଡୋଜ ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡିବ ।

ଭକ୍ତମାନେ ଶ୍ରମନ୍ଦିର ଭିତରେ ଏଣିକି ବାହାରକାଠ ନିକଟରୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ । ପୂର୍ବରୁ ଭକ୍ତମାନଙ୍କୁ ଭିତରକାଠ ପର୍ଯ୍ୟନ୍ତ ଛଡାଯାଉଥିଲା । ଶ୍ରୀମନ୍ଦିର ଭିତରେ ଭକ୍ତ, ସେବାୟତଙ୍କ ପାଇଁ କୋଭିଡ ନିୟମ ଅନୁପାଳନକୁ କଡାକଡି କରାଯାଇଛି । ସମସ୍ତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ ହୋଇଛି ।

ଶ୍ରୀମନ୍ଦିର ଭିତରେ କୋଭିଡି ନିୟମ କିଭଳି ଅନୁପାଳନ ହେଉଛି ତାହାର ତଦାରଖ ଲାଗି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ୍‍ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ତିନିଟି ଟିମ୍‍ ନିୟୋଜିତ ହେବେ । ଏହି ଟିମ୍‍ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କୋଭିଡ ନିୟମପାଳନକୁ ଗୁରୁତ୍ୱ ଦେବେ ଏବଂ ଯେଉଁମାନେ ନିୟମ ନମାନିବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।