Home General ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର  ମହୋତ୍ସବ

ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର  ମହୋତ୍ସବ

କଟକ: ପ୍ରଥମ ଥର ପାଇଁ ଦେଶରେ ଆୟୋଜିତ ହେଉଥିବା ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେବା ପାଇଁ ସୁଯୋଗ ଆସିଛି । ଏଣ୍ଟ୍ରି ଦାଖଲ କରିବାର ଶେଷ ତାରିଖ ହେଉଛି 3 ଜୁନ୍, 2022. ସଡକ ସୁରକ୍ଷା ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ସଡ଼କ ଦୁର୍ଘଟଣା ଏବଂ ଏହା ସହ ଜଡିତ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ଓଡିଶା ରାଜ୍ୟ ତଥା, ସାରା ଦେଶରେ ସଡକ ସୁରକ୍ଷା ସହଯୋଗରେ ଯୋଗଦାନକୁ ବୃଦ୍ଧି କରିବା ଏହି ଉତ୍ସବର ମୂଳ ଲକ୍ଷ୍ୟ ଅଟେ

ଚଳଚ୍ଚିତ୍ର ନିର୍ମାତା ଏବଂ ଛାତ୍ରମାନେ ସେମାନଙ୍କର ଏଣ୍ଟ୍ରି ଦାଖଲ କରିପାରିବେ । ଏହି ଚଳଚ୍ଚିତ୍ରଟି ଏକ ଡକ୍ୟୁମେଣ୍ଟାରୀ, ପରୀକ୍ଷାମୂଳକ କାହାଣୀ, କାଳ୍ପନିକ, ସତ୍ୟ କାହାଣୀ ଉପରେ ଆଧାରିତ କିମ୍ବା ଆନିମେସନ୍ ଫିଲ୍ମ ହୋଇପାରେ । ମୂଳ ଚଳଚ୍ଚିତ୍ରଟି FULL HD (1920×1080) ଫର୍ମାଟରେ କିମ୍ବା ତା’ଠାରୁ ଅଧିକ ହେବା ଉଚିତ । ଚଳଚ୍ଚିତ୍ରର ସମୁଦାୟ ଅବଧି ସର୍ବାଧିକ 120 ସେକେଣ୍ଡ (2 ମିନିଟ୍) ହୋଇପାରେ, ଯେଉଁଥିରେ ଫ୍ରଣ୍ଟ ଏବଂ ଶେଷ କ୍ରେଡିଟ୍ ଅନ୍ତର୍ଭୁକ୍ତ ।

ଏହି ପର୍ବ ଦୁଇଟି ବର୍ଗରେ ହେବ – ଓଡିଆ ଭାଷା ଏବଂ ଅଣ-ଓଡିଆ ଭାଷା, ସମସ୍ତ ଏଣ୍ଟ୍ରି ପାଇଁ ଇଂରାଜୀରେ ସବ୍-ଟାଇଟେଲ ରହିବା ଆବଶ୍ୟକ । ଚଳଚ୍ଚିତ୍ର ନିର୍ମାତାମାନେ Google Drive  କିମ୍ବା We-Transfer ମାଧ୍ୟମରେ roadsafety-od@gov.in ଓ roadsafetyshortfilms@gmail.com ସେମାନଙ୍କ ଏଣ୍ଟ୍ରି ମେଲ୍ କରିପାରିବେ । ସମସ୍ତ ବିବରଣୀ ଆମର ୱେବସାଇଟ http://odishatransport.gov.in/ ରେ ଉପଲବ୍ଧ ଅଛି

ବିଭିନ୍ନ ବର୍ଗରେ ପୁରସ୍କାର ରାଶି: ଓଡିଆ ବର୍ଗରେ ସର୍ବୋତ୍ତମ ଚଳଚ୍ଚିତ୍ର: 50, 000, ପ୍ରଥମ ରନର୍ ଅପ୍ -40, 000, ଦ୍ୱିତୀୟ ରନର୍ ଅପ୍- 30, 000 । ଶ୍ରେଷ୍ଠ ନିର୍ଦ୍ଦେଶକ: Rs.25, 000, ଶ୍ରେଷ୍ଠ ସ୍କ୍ରିନ-ପ୍ଲେ: Rs.25, 000| ଶ୍ରେଷ୍ଠ ସିନେମାଟୋଗ୍ରାଫି: 25, 000, ଶ୍ରେଷ୍ଠ ଅଭିନେତା / ଅଭିନେତ୍ରୀ: 25, 000 ଟଙ୍କା

ଅଣ-ଓଡିଆ ବର୍ଗରେ ସର୍ବୋତ୍ତମ ଚଳଚ୍ଚିତ୍ର: 50, 000, ପ୍ରଥମ ରନର୍ ଅପ୍ -40, 000, ଦ୍ୱିତୀୟ ରନର୍ ଅପ୍- 30, 000 । ଶ୍ରେଷ୍ଠ ନିର୍ଦ୍ଦେଶକ: Rs.25, 000, ଶ୍ରେଷ୍ଠ ସ୍କ୍ରିନ-ପ୍ଲେ: Rs.25, 000 । ଶ୍ରେଷ୍ଠ ସିନେମାଟୋଗ୍ରାଫି: 25, 000, ଶ୍ରେଷ୍ଠ ଅଭିନେତା / ଅଭିନେତ୍ରୀ: 25, 000 ଟଙ୍କା

ରାଉରକେଲା (18 ଏବଂ 19 ଜୁନ୍, 2022) ଏବଂ ପୁରୀ (24-25 ଜୁନ୍, 2022) ରେ ଏହି ଉତ୍ସବ ଅନୁଷ୍ଠିତ ହେବ ।  ବିଜେତାମାନଙ୍କର ଚୟନ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପ୍ରଫେସନାଲ ତଥା ସମାଜର ବିଭିନ୍ନ ବର୍ଗର ସୁପରିଚିତ ବ୍ୟକ୍ତି ବିଶେଷଙ୍କୁ ନେଇ ଗଠିତ ହୋଇଥିବା ଜୁରୀ ଦ୍ୱାରା ଚୟନ କରାଯିବ