Home News in Odia ସଚିବାଳୟର ଦୁଇ କ୍ରୀଡା ପ୍ରତିଭାଙ୍କୁ ସମ୍ୱର୍ଦ୍ଧନା

ସଚିବାଳୟର ଦୁଇ କ୍ରୀଡା ପ୍ରତିଭାଙ୍କୁ ସମ୍ୱର୍ଦ୍ଧନା

ଭୁବନେଶ୍ୱର : ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂସଦ ଆନୁକୁଲ୍ୟରେ ସଚିବାଳୟ ଖେଳ ପଡ଼ିଆରେ ଶହ ଶହ  କ୍ରୀଡା ପ୍ରେମୀ କର୍ମଚାରୀଙ୍କ ଉପସ୍ଥିତିରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଲ କୁମାର ଦେବ୍ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ପଦକ ବିଜେତା ଶ୍ରୀ ଦୀପ ରଞ୍ଜନ ବିଶୋଇ (ଅର୍ଥ ବିଭାଗର ଉପ ବିଭାଗ ଅଧିକାରୀ) ଓ  ସର୍ବ ଭାରତୀୟ ପ୍ରଶାସନିକ ସେବା ଚେସ ପ୍ରତିଯୋଗିତାରେ  ପଦକ ବିଜେତା ଶ୍ରୀମତୀ ଅଭିଶିକ୍ତା ପଟ୍ଟନାୟକ ( ମହିଳା ଓ ଶିଶୁ ବିକାଶ ବିଭାଗ ର ଉପ ବିଭାଗ ଅଧିକାରୀ) ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ   ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ଆଜି ଦେଶର କ୍ରୀଡା ରାଜଧାନୀ ରୂପେ ବିଦିତ ହେବା ସହିତ ହକି ବିଶ୍ବ କପ୍ ଓ ଏସୀୟ କ୍ରୀଡା ପରି ଆନ୍ତର୍ଜାୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ନିଜ ଉଦବୋଧନରେ ଶ୍ରୀ ଦେବ୍ କହିଥିଲେ।

 ଓଡ଼ିଶାରେ କ୍ରୀଡା ପାଇଁ ଯଥେଷ୍ଟ ସୁଯୋଗ ରହିଛି ଏବଂ  କର୍ମଚାରୀ ମାନଙ୍କ ମଧ୍ୟରେ ଥିବା କ୍ରୀଡା ପତିଭାମାନେ ଆଗକୁ ଆସି ଏହାର ଫାଇଦା ଉଠାଇବା ଜରୁରୀ ବୋଲି ମଧ୍ୟ ସେ କହିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ଯୁଗ୍ମ ସଚିବ ଚିତ୍ତ ରଞ୍ଜନ ହୋତା, ସଚିବାଳୟ  କ୍ରୀଡା ସଂସଦର ସଭାପତି, ଦେବୀଦତ୍ତ ମିଶ୍ର, ସାଧାରଣ ସମ୍ପାଦକ, ହର ପ୍ରସାଦ ବିଶ୍ଵାଳ ଏବଂ କର୍ମକର୍ତ୍ତା ତ୍ରିନାଥ ପଲେଇ,  ବିବେକାନନ୍ଦ ସାହୁ, ଦେବୀ ପ୍ରସାଦ ଦାସ, ସଞ୍ଜୀବ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।