Home News in Odia ଶ୍ରୀମନ୍ଦିର ବଜେଟ୍‍ ୧୯୦ କୋଟି

ଶ୍ରୀମନ୍ଦିର ବଜେଟ୍‍ ୧୯୦ କୋଟି

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜସ୍ୱ ବାବଦରେ ୧୦୬ ଟଙ୍କା ମିଳିବ ଏବଂ ୮୫ କୋଟି ଟଙ୍କା ବ୍ୟୟ ହେବ ।

ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ୨୦୨୦-୨୧ ବର୍ଷ ପାଇଁ ପ୍ରକୃତ ଆୟ ଏବଂ ବ୍ୟୟକୁ ଅନୁମୋଦନ କରିଛି ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ମଧ୍ୟ ଅନୁମୋଦନ କରିଛି ବୋଲି ଡକ୍ଟର କୁମାର କହିଛନ୍ତି ।

ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଶ୍ରୀ ଜଗନ୍ନାଥ ମନ୍ଦିରର ମାଲିକାନାରେ ଥିବା ତାପଙ୍ଗ ଏବଂ ଖୁରଡା ଅଞ୍ଚଳରେ ପଥର ଖଣି ପାଇଁ ମନ୍ଦିର ପ୍ରଶାସନ କ୍ଲଷ୍ଟର ପରିବେଶ ମଞ୍ଜୁର ହାସଳ କରିଛି । ମାର୍ଚ୍ଚ ୨୦୨୨ ପୂର୍ବରୁ ପଥର ଖଣି ପାଇଁ ର୍ନିଦ୍ଦିଷ୍ଟ ପରିବେଶ ମଞ୍ଜୁରୀ ଆଶା କରାଯାଉଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତିୟ

ଅଧିକ ଚାହିଦା ଥିବା ଖଣ୍ଡାଲାଇଟ ପଥର ଉତ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଖୁବ ଶୀଘ୍ର ଓଡିଶା ଖଣି ନିଗମ (ଓଏମ୍‍ସି) ସହିତ ଏକ ରାଜିନାମା ସ୍ୱାକ୍ଷର କରିବ । ଜମି ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଟଙ୍କା ଆୟ ହେବ ବୋଲି ଆଶା କରାଯାଉଛି ।

ଶ୍ରୀ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ଓଡିଶା କାଜୁ ଉନ୍ନୟନ ନିଗମକୁ ଦିଆଯାଇଥିବା ଜମିର ପୁନଃ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରୀତିନୀତି ପାଇଁ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ଏବଂ ପରିମାଣ ମଧ୍ୟ ଆଲୋଚନା ପାଇଁ ନିଆଯାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର ‘ମକର ସଂକ୍ରାନ୍ତି’ (ଜାନୁଆରୀ ୧୪) ସମୟରେ କିଛି ଦାନ ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛି, ଯାହା ଅନଲାଇନ୍ ପୋର୍ଟାଲ ଖୁବ ଶୀଘ୍ର ଉନ୍ମୋଚିତ ହେବ ବୋଲି ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ସୂଚନା ଦେଇଛନ୍ତି ।

ମନ୍ଦିର ପରିଚାଳନା ପ୍ୟାନେଲ ମଧ୍ୟ ଶ୍ରୀମନ୍ଦିର ପରିସରରେ ମହାଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ଭଗବାନ ସୂର୍ଯ୍ୟନାରାୟଣଙ୍କ ମନ୍ଦିରର କବାଟରେ ରୂପା ଆବରଣ ପାଇଁ ଏକ ଫାର୍ମକୁ ୯୩ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରିବାକୁ ମଞ୍ଜୁର କରିଛି ।

ଅତିରିକ୍ତ ରାଜସ୍ୱ ସହିତ କର୍ପସ ଫାଉଣ୍ଡେସନ ମନ୍ଦିର ପାଣ୍ଠି ଚଳିତ ବର୍ଷ ଅତିରିକ୍ତ ୭୦ କୋଟି ଟଙ୍କା ପାଇବ ଏବଂ ବର୍ତ୍ତମାନର ୬୭୫ କୋଟିରୁ ୭୫୦ କୋଟିରେ ପଞ୍ଚିବ ବୋଲି ସେ ଦର୍ଶାଇଛନ୍ତି ।

ତୀର୍ଥଯାତ୍ରୀ ସହରରେ ଦେଖାଦେଇଥିବା ଜମି ସମସ୍ୟାର ସମାଧାନ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଡକ୍ଟର କୁମାର କହିଛନ୍ତି । ଖରାପ ପାଣିପାଗ ଯୋଗୁଁ ସ୍ଥଗିତ ରଖାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନଭେମ୍ବରରେ ଅନୁଷ୍ଠିତ ହୋଇପାରେ ।

ସେବାୟତ ଏବଂ ଶ୍ରୀମନ୍ଦିର ଅଧିକାରୀଙ୍କୁ ରିହାତି ମୂଲ୍ୟରେ ଚିକିତ୍ସା ସେବା ଯୋଗାଇବା ପାଇଁ ଆପୋଲୋ ହସ୍ପିଟାଲ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ ।