Home General ଶ୍ରୀମନ୍ଦିରରେ ପାନ ଗୁଟଖା ମନା

ଶ୍ରୀମନ୍ଦିରରେ ପାନ ଗୁଟଖା ମନା

ପୁରୀ: ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ ଓ ଗୁଟଖା ସେବନ ଉପରେ କଟକଣା ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ସେବାୟତ, ଶ୍ରଦ୍ଧାଳୁ, ପୁଲିସ ଅଧିକାରୀ ଓ ମନ୍ଦିର କର୍ମଚାରୀଙ୍କ ଉପରେ ଏହି କଟକଣା ଲାଗୁ ହୋଇଛି।

ଅଗଷ୍ଟ ୨୦୧୯ରେ ଶ୍ରୀମନ୍ଦିର ପରିସରରେ ଏଭଳି ତମାଖୁ ସାମଗ୍ରୀ କୁ ନିଷିଦ୍ଧ କରିବା ସହ ୫୦୦ ଟଙ୍କା ଜରିମାନା ଆଦାୟ କରିଥିଲା ଶ୍ରୀମନ୍ଦିର ପରିସରରେ।

ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିର ଭିତରେ ତମାଖୁ ସମ୍ବନ୍ଧୀୟ ଦ୍ରବ୍ୟ ସେବନ/ବ୍ୟବହାର ଉପରେ ପ୍ରଚଳିତ ଜରିମାନା ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରି ଶ୍ରୀମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ ଛତିଶା ନିଯୋଗକୁ ଚିଠି ଲେଖିଛି।

ଶ୍ରୀମନ୍ଦିର ପରିସରରେ ଖାଲି ଗୁଟଖା ପ୍ୟାକେଟ୍, ପାନ ଥୂକ ଓ ଅନ୍ୟାନ୍ୟ ପଲିଥିନ୍ ପଡ଼ିଥିବା ଦେଖିବାକୁ ମିଳିଛି, ଯାହା କି ମନ୍ଦିରର ପବିତ୍ରତା ବିରୋଧୀ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ମନ୍ଦିର ଭିତରେ ପାନ ଓ ଗୁଟ୍ଖା ନ ଖାଇବାକୁ ମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ, ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି।

ମନ୍ଦିର ପରିସରରେ ପାନ ଓ ଗୁଟଖା ଖାଇଲେ ଜରିମାନା ର ବ୍ୟବସ୍ଥା ଥିଲେ ମଧ୍ୟ କେହି ନିୟମ ମାନୁନାହାନ୍ତି। ଆମର ଉଦ୍ଦେଶ୍ୟ ହେଉଛି ମନ୍ଦିରର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା । ନିୟମ ଉଲ୍ଲଂଘନକାରୀଙ୍କୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି।